ହେଡଲାଇନସ୍:

"ଶାସକ ପ୍ରଶାସକ"ରେ ଖବର ପରିବେଷଣ ପରେ ଆରମ୍ଭ ହେଲା ରକ୍ଷଣାବେକ୍ଷଣ କାମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଠିକାଦାର ନିମ୍ନମାନର କାମ ଚଲାଇଥିବା ନେଇ ଅଭିଯୋଗ : କର୍ତ୍ତୃପକ୍ଷ ତଦାରଖ କରିବାକୁ ଦାବି

ପଦ୍ମପୁର(ଶାସକପ୍ରଶାସକ)- ରାସ୍ତା ତିଆରି ପରେ ରକ୍ଷଣାବେକ୍ଷଣ ଦାୟିତ୍ୱ ସମ୍ପୄକ୍ତ ଠିକା ସଂସ୍ଥା ଉପରେ ଥିଲେ ମଧ୍ୟ ରକ୍ଷଣାବେକ୍ଷଣ କରୁନଥିବା ଅଭିଯୋଗ ହେବା ପରେ ଶାସକପ୍ରଶାସକ ରେ ଖବର ପରିବେଷଣ ହୋଇଥିଲା । ଖବର ପରିବେଷଣ ହେଲା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ପୄକ୍ତ ଠିକା ସଂସ୍ଥାକୁ ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ରକ୍ଷଣାବେକ୍ଷଣରେ ଅତି ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଛି । ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏସଏଚ ୩.୬୯ ଠାରୁ ବୋଡାସମ୍ବର ଗାଁ ପର୍ଯ୍ୟନ୍ତ ଦୀର୍ଘ ୨.୭୩୦ କିମି ରାସ୍ତା ୭୬.୧୦ ଲକ୍ଷ ବିନିମୟରେ ୨୦୧୮ ମସିହାରେ କହ୍ନେଇଆ ଲାଲ ଅଗ୍ରୱାଲ ନାମକ ଏକ ଠିକା ସଂସ୍ଥା ତିଆରି କରିଥିଲା । ରାସ୍ତା ତିଆରି ର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ଠିକା ସଂସ୍ଥାର ଥିଲେ ମଧ୍ୟ ସେ କାମ କରିନଥିଲା ଫଳରେ ଗ୍ରାମବାସୀ ବହୁ ଅସୁବିଧା ସମ୍ମୁଖୀନ ହେଉଥିଲେ । ଏ ବିଷୟରେ ଶାସକ ପ୍ରଶାସକରେ ଖବର ପ୍ରକାଶିତ ହେବାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ପରତା ଦେଖାଇ ଉକ୍ତ ଠିକା ସଂସ୍ଥାକୁ ମରାମତି ପାଇଁ ଆଦେଶ ଦେଲେ ଓ ସେ କାମ ମଧ୍ୟ ଆରମ୍ଭ କଲା । ହେଲେ ବିଡମ୍ବନାର ବିଷୟ ଠିକା ସଂସ୍ଥା ଲୋକ ଦେଖାଣିଆ କାମ ଆରମ୍ଭ କରି ଅତି ନିମ୍ନ ମାନର କାମ କରୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ନିମ୍ନ ମାନର ଗୋଟି ତଥା ବହଳିଆ ଗେଟିର ପ୍ରଲେଲ ବଦଳରେ କମ ପରିମାଣର ଗେଟି ଦେବା ସହ କମ ପରିମାଣର ପିଚୁ ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ଏଭଲି ନିମ୍ନ ମାନର କାମ କଲେ କମ ଦିନ ମଧ୍ୟ ପୁଣି ରାସ୍ତାରୁ ଉଠିଯିବ ଏବଂ ଲୋକମାନେ ପୁଣି ସେହି ଅସୁବିଧାର ସମ୍ମୁଖୀନ ହେବେ । ଠିକାଦାର ଚତୁରତା ସହ ନିମ୍ନ ମାନର କାମ କରି ବିଲ ହାତେଇବା ପାଇଁ ପ୍ରୟାସ କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଏ ବିଷୟରେ ବିଭାଗୀୟ ଅଧିକାରୀ ଧ୍ୟାନ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

0
0
0
s2sdefault