ହେଡଲାଇନସ୍:

କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ମହାସଭା କାର୍ଯ୍ୟକାରୀ କମିଟୀ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଇକମାଲ :- ପାଇକମାଳ ବ୍ଲକ୍ ନୃସିଂହନାଥ ପରିସର ରେ କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ମହାସଭା ର କାର୍ଯ୍ୟକାରୀ କମିଟୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ମହାସଭା ସଭାପତି ରାମହରି ସାହୁ ଅଧ୍ୟକ୍ଷତା କରିଥିଲେ । ମହାସଭା ସମ୍ପାଦକ ଚୁଡାମଣି ସାହୁ, କୋଷାଧ୍ଯକ୍ଷ ନିତ୍ୟାନନ୍ଦ ସାହୁ, ମତୃମଞ୍ଚ ସଭାନେତ୍ରୀ ମିନତି ସାହୁ, ଯୁବାମଞ୍ଚ ସଭାପତି ପ୍ରଲ୍ଲାଦ ସାହୁ, ବରଗଡ ଯୋନ ସଭାପତି ଲକ୍ଷ୍ମଣ ସାହୁ, ପାଇକମାଳ ସାଇସଭାପତି ପ୍ରଫୁଲ ସାହୁ ମଞ୍ଚାସୀନ ଥିଲେ । ମହାସଭା ତରଫରୁ ନୃସିଂହନାଥ ପରିସର ରେ ନୂତନ ଭାବେ କିଣା ଯାଇଥିବା ଜମିରେ ଭୂମିପୂଜନ କରାଯିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ସାମାଜିକ ବିଷୟରେ ଆଲୋଚନା କରାଯାଇଥିଲା । ଆଲୋଚନା  ରେ ପୂର୍ବତନ ବିଧାୟକ ସତ୍ୟଭୁଷଣ ସାହୁ, ବସନ୍ତ ଖୁଣ୍ଟିଆ, ତାରାଚନ୍ଦ ସାହୁ, ରମେଶ ସାହୁ, ବିଜୟ ସାହୁ, ନବ କିଶୋର ସାହୁ ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ଆସନ୍ତା ମହାସଭା ଖୁବ ଶିଘ୍ର ମାଣ୍ତୋସିଲରେ କରାଯିବା ପାଇଁ ସ୍ଥିର କରାଗଲା । କୈଳାସ ସାହୁ, ସଚିଦାନନ୍ଦ ସାହୁ, ସୁରଥ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଲିଙ୍ଗରାଜ ସାହୁ ଅତିଥିମାନଙ୍କୁ ସ୍ବାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault