ହେଡଲାଇନସ୍:

ମାହାଙ୍ଗା ବ୍ଲକ୍ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ମିଶନ ଶକ୍ତି ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ପ୍ରତାପ ଜେନା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା-(ସପ୍ତଜ୍ୟୋତି ରାଉଳ) ଆଇନ, ପଞ୍ଚାୟତରାଜ, ପାନୀୟଜଳ ଯୋଗାଣ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଉଷୁମା ଏବଂ ଶ୍ରୀକୃଷ୍ଣପୁର ଗ୍ରାମପଂଚାୟତରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି | ବିଜୁ ଯୁବ ବାହିନୀ ଗୃହ, ଅଙ୍ଗନବାଡି ଗୃହ, ପାନୀୟଜଳ ପ୍ରକଳ୍ପ ଯୋଜନା, ପଟ୍ଟାମୁଣ୍ଡାଇ କେନାଲ ସେତୁ, ସ୍କୁଲ ଗୃହ ଭଳି ବହୁ ପ୍ରକଳ୍ପକୁ ଶ୍ରୀ ଜେନା ଉଦଘାଟନ କରିଛନ୍ତି |

ସେହିପରି ଶ୍ରୀକୃଷ୍ଣପୁର ପଞ୍ଚାୟତ ମାଳିହତାରେ ମିଶନ ଶକ୍ତି ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା |ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକଙ୍କ ହିତ ପାଇଁ ଅହରହ ଉଦ୍ୟମ କରୁଥିବା ବେଳେ ତାଙ୍କ ଦ୍ୱାରା ପ୍ରଣୀତ ଜନକଲ୍ୟାଣ କାର୍ଯ୍ୟକ୍ରମର ସୁଫଳ ସାଧାରଣ ଲୋକେ ପାଇବା ଖୁସିର କଥା ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ |

ଏହି କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସିଡିପିଓ ପ୍ରମୋଦିନି ଦାଶ, ବିଡ଼ିଓ ନିହାରରଞ୍ଜନ ମଲ୍ଲିକ, ବ୍ଲକ ମହିଳା ସ୍ୱୟଂ ସହାୟକ ସଂଘ ସଭାପତି ସସ୍ମିତା ଦାସ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଯୁବ ସଂଗଠକ ଧନେଶ୍ୱର ସେନାପତି,ପ୍ରମୁଖ ଯୋଗ ଦେଇଥିଲେ !

0
0
0
s2sdefault