ହେଡଲାଇନସ୍:

କୋଣାର୍କ ମହୋତ୍ସବ ପାଇଁ ଜିଲ୍ଲାପାଳ ନେଲେ ପ୍ରସ୍ତୁତି ବୈଠକ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ/ ଦୁଃଶାସନ ନାୟକ: ଆସନ୍ତା ଡିସେମ୍ବର 1 ଠାରୁ 5 ପର୍ଯ୍ୟନ୍ତ ହେବାକୁ ଥିବା କୋଣାର୍କ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ କୋଣାର୍କ ଯାତ୍ରୀନିବାସ ସମିଳନୀ କକ୍ଷରେ ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ରହି ସେମାନଙ୍କର ମତ ଦେବା ସହ ଟ୍ରାଫିକ,କୋଭିଡ ନେଇ କଟକଣା, ସୁରକ୍ଷା ବ୍ୟବସ୍ଥା,ସହ ବାଲୁକା କଳା , ଆଲୋକୀକରଣ ଆଦି ଉପରେ ଆଲୋଚନା କରାଯାଇ ଥିଲା ।

ଏହି ବୈଠକରେ ଏଡିଏମ ଵିନୟ ଦାସ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ଜେନା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠ, ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ତ୍ରିବିକ୍ରମ ରାମକୃଷ୍ନ ମହାପାତ୍ରଙ୍କ ସହ ସାମ୍ବାଦିକ ମନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ଥିଲେ ।

0
0
0
s2sdefault