ହେଡଲାଇନସ୍:

ପାଇକମାଳ ବ୍ଲକ ଅନ୍ତର୍ଗତ ବରପାଲି ଠାରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ବରପାଲି ଗ୍ରାମ ଠାରେ ଜୟଭାରତ ଆଇକନ ହେଲଥକେୟାର ଅନୁଷ୍ଠାନ ତରଫରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପାଇକମାଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ସ୍ବାସ୍ଥ୍ୟ ଶିବିର କୁ ଉଦଘାଟନ କରିଥିଲେ ଏହା ସହିତ ସେଠାରେ ଏକ ଆୟୁର୍ବେଦିକ ସେଣ୍ଟର କୁ ଉଦଘାଟନ କରିଥିଲେ । ଡ଼ ଡମ୍ବରୁଧର ଦେବତା ସମସ୍ତ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ବରପାଲି ଭଲି ଏକ ଗ୍ରାମରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର କରୁଥିବାରୁ ମୂଖ୍ୟ ଅତିଥି ଖୁସି ହୋଇଥିଲେ ଓ ଆୟୋଜକ ଜୟଭାରତ ଆଇକନ ହେଲଥକେୟାର ଅନୁଷ୍ଠାନ କୁ ଧନ୍ୟବାଦ ଦେଇଥିଲେ । ଜୟଭାରତ ତରଫରୁ ରାଜ୍ୟ ପରାମର୍ଶଦାତା ଧର୍ମେନ୍ଦ୍ର ଦୀପ ଅନୁଷ୍ଠାନ ବିଷୟରେ ଲୋକଙ୍କୁ କହିବା ସହ ଆଗାମୀ ଦିନରେ ଅନେକ ଗୁଡ଼ିଏ ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କହିଥିଲେ । ସଞ୍ଜିବ କୁମାର ମେହେର ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସ୍ବାସ୍ଥ୍ୟ ପରୀକ୍ଷା ଶିବିର କୁ ଆଖପାଖ ଅଞ୍ଚଳର ବହୁ ରୋଗୀ ଆସି ମାଗଣା ଚିକିତ୍ସା ପରୀକ୍ଷା କରାଇଥିଲେ ।

0
0
0
s2sdefault