ହେଡଲାଇନସ୍:

ଗାଇସିଲାଟ ମହାବିଦ୍ୟାଳୟର ଓଡିଆ ବିଭାଗର ସ୍ବାଗତ ସମ୍ବର୍ଦ୍ଧନା ସଭା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ଠାରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତୃତୀୟ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ମିଳିତ ଉଦ୍ୟମରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନ। ଆୟୋଜିତ ହୋଇଥିଲା । ବିଭାଗୀୟ ମୁଖ୍ୟ ପ୍ର।ଧ୍ୟାପକ ଡ. ଜୟକେତନ ତ୍ରିପାଠୀ ଙ୍କ ସଭାପତିତ୍ଵ ରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ଉକ୍ତ ସମ୍ବର୍ଦ୍ଧନ। ସଭାରେ ମୁଖ୍ୟ ଅତିଥ୍ ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ଅତିଥ୍ ଭାବରେ ଖେଳ ଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ କୁମାର ପଣ୍ଡା ଓ ଶିକ୍ଷା ବିଭାଗର ଅଧ୍ୟାପକ ଉମାକାନ୍ତ ସାହୁ ଯୋଗଦାନ କରି ନିଜ ନିଜର ମନ୍ତବ୍ୟ ରଖିଥିଲେ । ଅଧ୍ୟାପିକା ସୁଶ୍ରୀ ସଙ୍ଘମିତ୍ରା ସାହୁ ଅତିଥ୍ ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପିକା ସୁଶ୍ରୀ ବୀଣାପାଣି ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ପରବର୍ତ୍ତୀ ଅଧ୍ବେଶନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ବିଚାରକ ଭାବେ ରାଜନୀତି ବିଜ୍ଞାନ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଅର୍ଜୁନ କୁମାର ମହାନ୍ତି ଓ ସଂସ୍କୃତ ବିଭାଗର ବରିଷ୍ଠ ଅଧ୍ୟାପକ ନାରାୟଣ ମିଶ୍ର ଯୋଗଦାନ କରି ପ୍ରତିଯୋଗୀ ମାନଙ୍କ ଯୋଗ୍ୟତା ବିଚାର କରିଥିଲେ । ସସ୍ମିତା, ହରିପ୍ରିୟା, ଆନନ୍ଦିନୀ, ରଘୁନାଥ, ଶ୍ରୀକାନ୍ତ, ବିକାଶ, ଜ୍ୟୋତି ଓ କୁନା ପୁରସ୍କୃତ ହୋଇଥିଲେ । "ଫ୍ରେଶର ଅଫ ଦି ଇୟର" ଭାବରେ ପ୍ରଥମ ବର୍ଷର ଛାତ୍ର ଶ୍ରୀ ଯଶୋବନ୍ତ କୁମ୍ଭାର ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ଶେଷରେ ସମସ୍ତଙ୍କ ଉଦ୍ୟମରେ ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

0
0
0
s2sdefault