ହେଡଲାଇନସ୍:

ରେଳ ଦୁର୍ଘଟଣା ସମୟରେ ଯାତ୍ରୀଙ୍କୁ ରେଳ ଭିତରୁ ଉଦ୍ଧାର ସମ୍ପର୍କିତ ମକଡ୍ରିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ସନ୍ଦୀପ ଶର୍ମା: ସମ୍ବଲପୁର ଜିଲ୍ଲା ରେଂଗାଲି ରେଳ ଷ୍ଟେସନ ଠାରେ ଆଜି ସମ୍ବଲପୁର ରେଳ ମଣ୍ଡଳ ତରଫରୁ ମକଡ୍ରିଲ କରାଯାଇଛି କିଭଳି ରେଳ ଦୁର୍ଘଟଣା ସମୟରେ ଯାତ୍ରୀଙ୍କୁ ରେଳ ଭିତରୁ ଉଦ୍ଧାର କରି ଟ୍ରିଟମେଣ୍ଟ କରାଯାଇପାରିବ ତାର ଡେମୋ ଦେଖାଇଛି ରେଳବିଭାଗ |
ରେଳ ଷ୍ଟେସନରେ ରେଳ ଦୁର୍ଘଟଣାର ମକଡ୍ରିଲ୍ ସମ୍ବଲପୁର ରେଳ ମଣ୍ଡଳର ରେଂଗାଲି ରେଳ ଷ୍ଟେସନ ଠାରେ ରେଳ ଦୁର୍ଘଟଣାର ଡେମୋ ଦେଖାଇ ମକଡ୍ରିଲ ଆରମ୍ଭ କରିଛି ପୂର୍ବତଟ ରେଳପଥ | ଦୁର୍ଘଟଣା ସମୟରେ କିଭଳି ଯାତ୍ରୀଙ୍କୁ ଟ୍ରେନ ଭିତରୁ ଉଦ୍ଧାର କରି ତୁରନ୍ତ ମେଡିକାଲକୁ ପଠାଯାଇ ଜୀବନ ରକ୍ଷା କରାଯାଇପାରିବ ସେ ଉପରେ ଅଭ୍ୟାସ ଜାରୀ ରଖିଛି ରେଲୱେ |
ରେଳ ଦୁର୍ଘଟଣା ସମୟରେ ଯାତ୍ରୀଙ୍କୁ ଉଦ୍ଧାର ସହିତ କିଭଳି ଭାବେ ମୃତ୍ୟୁସଂଖ୍ୟା କମାଯାଇପାରିବ ସେ ଲକ୍ଷ୍ୟରଖି ଏହା କରାଯାଇଥିବା କହିଛନ୍ତି ସମ୍ବଲପୁର ଡିଆରଏମ ପ୍ରଦୀପ କୁମାର ଏହି ମକଡ୍ରିଲରେ ରେଲବାଇ ପୋଲିସ , ଡାକ୍ତରୀ ଟିମ୍ , ଏନଡିଆରଏଫ ସ୍ଥାନୀୟ ସ୍ୱଚ୍ଛ ସେବୀ ସଂଗଠନ ସ୍ୱାଧୀନ ଏକତା ସଂଗଠନ,ଯୋଗଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଟ୍ରେନରୁ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତୀ କରି ଉଦ୍ଧାର କରାଯାଇଛି |

0
0
0
s2sdefault