ହେଡଲାଇନସ୍:

ଐତିହ୍ୟର ଭୂମି ମାହାଙ୍ଗାରେ ସନ୍ଥ ପରମ୍ପରାକୁ ମହନ୍ତ ଜଗନ୍ନାଥ ପୁରୀ ରୁଦ୍ଧିମନ୍ତ କରିଥିଲେ : ପ୍ରତାପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗାରେ ମହନ୍ତ ଜଗନ୍ନାଥପୁରୀ ଗୋସ୍ୱାମୀଙ୍କ ସମାଧି ପ୍ରତିଷ୍ଠା ଉତ୍ସବରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ଯୋଗଦାନ

ମାହାଙ୍ଗା-: (ସପ୍ତ ଜ୍ୟୋତି ରାଉଳ)-ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟୀ ଦୁଆବ ଅଂଚଳର କୋଠପଦା ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉ ମଠର ଅଷ୍ଟମ ମହନ୍ତ ସ୍ବର୍ଗତ ଜଗନ୍ନାଥପୁରୀଙ୍କ ଏକୋଇଶି ଦିନାଙ୍କ ତିଥିରେ ସନ୍ଥ ପରମ୍ପରା ଅନୁଯାୟୀ ମହନ୍ତ ମହାରାଜଙ୍କ ସମାଧି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ଆଇନ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସନ୍ଥ ପରମ୍ପରାକୁ ମହନ୍ତ ଜଗନ୍ନାଥ ପୁରୀ ରୁଦ୍ଧିମନ୍ତ କରିଥିଲେ ବୋଲି କହିଥିଲେ | ମନ୍ତ୍ରୀ ଶ୍ରୀ ଜେନା କଳା- ସାହିତ୍ୟ-ସଂସ୍କୃତି ଏବଂ ଐତିହର ଭୂମି ମାହାଙ୍ଗାର ଅନ୍ୟତମ ଯଶସ୍ବୀ ସନ୍ଥ ତପୋନିଧି ଜଗନ୍ନାଥପୁରୀ ଗୋସ୍ୱାମୀଙ୍କ ସ୍ମୁତିରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ, ଆଧ୍ୟାତ୍ମିକ ଚେତନାର ବାର୍ତ୍ତା ପ୍ରଚାର କ୍ଷେତ୍ରରେ ଏହି କୋଠପଦା ମଠର ମହନ୍ତ ମାନଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ |
ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ସାଧୁ, ସନ୍ଥ ଏବଂ ପଣ୍ଡିତ ମଣ୍ଡଳୀ ସନାତନ ଧର୍ମ ଉପରେ ଚର୍ଚ୍ଚା କରିବା ଦେଖିବାକୁ ମିଳିଥିଲା | ବ୍ରାହ୍ମଣ ଓ ପୁରୋହିତ ମାନଙ୍କ ଦ୍ୱାରା ଯଜ୍ଞର ଆୟୋଜନ କରାଯାଇଥିଲା !ଗୀତ, ଭାଗବତ ଓ ପୁରାଣ ଉପରେ ଆଲୋଚନା ହୋଇଥିଲା | ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଚେୟାରମ୍ୟାନ ଶରତ ନାୟକ, ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,ବରିଷ୍ଠ ନାଗରିକ ରାଧାନାଥ ରାଉତ, ଶିକ୍ଷାବିତ ବଟକିଶୋର ପଣ୍ଡା,ଅଲେଖ ଚନ୍ଦ୍ର ଦାସ, ଶିକ୍ଷାବିତ ସତ୍ୟ ନାରାୟଣ ମହାନ୍ତି,ରାମଚନ୍ଦ୍ର ମହାପାତ୍ର, ସତ୍ୟଜିତ ଦାସ, ସାମାଜିକକର୍ମୀ ଅଖିଳେଶ ମହାନ୍ତି, ସୁବାଷ ବେହେରା,ପନଂଗ ଭୂଷଣ ଦାସ,ରିଆଜୁଲ ହୋଦା,ପ୍ରଶାନ୍ତ ପଟ୍ଟନାୟକ, ଦୀନବନ୍ଧୁ ସାହୁ, ଚନ୍ଦ୍ରଭାନୁ ଆଚାର୍ଯ୍ୟ, କାହ୍ନୁ ଚରଣ ସାହୁ,ପ୍ରମୁଖ ଯୋଗଦେଇଥିଲେ | ସ୍ଥାନୀୟ ଗ୍ରାମବାସୀ ମାନଙ୍କ ସହଯୋଗରେ ଅନୁଷ୍ଠିତ ଏହି ଭବ୍ୟ ଉତ୍ସବରେ ଶତାଧିକ ଜନସାଧାରଣ ସାମିଲ ହୋଇ ଦିବଂଗତ ମହନ୍ତ ଜଗନ୍ନାଥପୁରୀ ଗୋସ୍ଵାମୀଙ୍କ ସମାଧି ପୀଠରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

 

0
0
0
s2sdefault