ହେଡଲାଇନସ୍:

ବହୁ ପ୍ରତୀକ୍ଷିତ ଚରଦାପାଲି ବ୍ରିଜ ପାଇଁ କୋଡିଏ କୋଟି ଚାଳିଶ ଲକ୍ଷ ଟଙ୍କା ମଞ୍ଜୁର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ଶ୍ରୀ ବରିହା

ବରଗଡ଼ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ର ଚରଦାପାଲି ଗ୍ରାମର ଗ୍ରାମ ଗୁଡିକ ଅଙ୍ଗ ନଦୀ ପାଇଁ ବର୍ଷା ଦିନରେ ବିଚ୍ଛିନ୍ନ ହୋଇ ପଡିଥାଏ । ବର୍ଷ ସାରା ନଦୀରେ ଜଳ ପ୍ରବାହ ହେଉଥିବା କାରଣରୁ ଲୋକ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିଲେ । ଏଣୁ ଏକ ପୋଲ ନିର୍ମାଣ ପାଇଁ ଲୋକଙ୍କର ବହୁ ଦିନର ଦାବି ରହିଥିଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକବରଗଡ ଜିଲ୍ଲାର ପଦମପୁର ନିର୍ବାଚନ ମଣ୍ଡଳୀର ପାଇକମାଲ ବ୍ଲକ ର ଲଖମରା ଠାରୁ ଚର୍ଦାପାଲି ଦେଇ ଛତିଶଗଡ଼ ରାସ୍ତା ରେ ବହୁ ପ୍ରତୀକ୍ଷିତ ଅଂଗ ନଦି ଉପରେଁ 240 ମିଟର. ଦିର୍ଘ ବିଶିଷ୍ଟ ପୋଲ ନିର୍ମାଣ ଲାଗି 20 କୋଟି 40 ଲକ୍ଷ ଟଂକା ଅନୁମୋଦନ କରିଛନ୍ତି । ଯାହା ଫଳରେ ଅଂଚଳ ବାସୀ ଙ୍କର ଅନେକ ସୁବିଧା ହେବ । ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଆଜି ସାମାଜିକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ , ଅଂଚଲ ର ଲୁକର ସ୍ୱାର୍ଥ ଲାଗି ମୋ ଅନୁମୋଦନ କ୍ରମେ ମିଲିଥିବା ଇ କାମ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକକ କୁ ଓ ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂ ଙ୍କୁ କୁ ଅଶେଷ ଅଶେଷ ଧନ୍ୟବାଦ । ଏହା ସହିତ ଅନେକ ସ୍ଥାନୀୟ ବୁଦ୍ଧିଜୀବୀ ତଥା ସାଧାରଣ ଜନତା ମଧ୍ୟ ଏହି ନିଷ୍ପତ୍ତି ପାଇଁ ବିଧାୟକ, ମନ୍ତ୍ରୀ , ଓ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault