ହେଡଲାଇନସ୍:

ଜଳ ସମ୍ପଦ ବିଭାଗ ଓ ୟୁନିସେଫ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭାଗର ଯୋଗାଯୋଗ ଓ ନୀତି ଉପକ୍ରମଗୁଡିକ ସୁଦୃଢୀକରଣ ହେବ ।

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ଜଳ ସଂପଦ ବିଭାଗ ଏବଂ ୟୁନିସେଫ ମଧ୍ୟରେ ଆଜି ଅପରାହ୍ଣରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ୫-ଟି ଉପକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସ୍ୱରୂପ ବିଭାଗର ଯୋଗାଯୋଗ ଓ ନୀତି ଉପକ୍ରମଗୁଡିକର ସୁଦୃଢୀକରଣ ପାଇଁ ସହଯୋଗ ନିମନ୍ତେ କରାଯାଇଥିବା ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ । ପୋଷଣୀୟ ଜଳ ପରିଚାଳନାରେ ବିଭିନ୍ନ ଗୋଷ୍ଠୀମାନଙ୍କୁ ନିୟୋଜିତ କରିବା, ଯତ୍ନଶୀଳ ଓ ବିଜ୍ଞତାର ସହ ଜଳର ସୁବ୍ୟବହାର, ଜଳ ବଣ୍ଟନରେ ସମାନତା, ଜଳ ସଂରକ୍ଷଣ, ଜଳ ପରିଚାଳନାରେ ମହିଳାମାନଙ୍କ ପ୍ରମୁଖ ଭାଗିଦାରିତା ତଥା ପ୍ରମୁଖ ଅଂଶୀଦାରମାନଙ୍କୁ ନେଇ ଜଳସେଚନ ପରିଚାଳନା କରିବା ଏହି ଉଦ୍ୟମର ଲକ୍ଷ୍ୟ ରହିଛି ।
ୟୁନିସେଫ ସହ ବୁଝାମଣା ପତ୍ର ସ୍ୱାକ୍ଷର ପରିପ୍ରେକ୍ଷୀରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଲେ ଯେ, ଜଳ ସଂପଦ ବିଭାଗ ପ୍ରଥମ ଥର ଅଧିକ ଗୋଷ୍ଠୀଙ୍କୁ ନିୟୋଜିତ କରି ଜଳ ପରିଚାଳନା, ଜଳ ସଂରକ୍ଷଣ ଓ ଜଳକୁ ପରିଷ୍କାର କରିବା ନେଇ ରହିଥିବା ଏହାର କ୍ଷମତା ନିୟନ୍ତ୍ରଣକୁ କୋହଳ କରୁଛନ୍ତି । ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ଆମକୁ କିପରି ଜଳ ପରିଚାଳନା କରିବାକୁ ହେବ ଏବଂ ଏ ସଂପର୍କରେ ରହିଥିବା ପ୍ରମୁଖ ‘ନିରନ୍ତର ବିକାଶ ଲକ୍ଷ୍ୟ’ ସାଧନ ଯଥା-ସମସ୍ତଙ୍କ ପାଇଁ ନିରାପଦ ପାନୀୟ ଜଳର ସୁବିଧା; ପରିମଳ ଓ ସ୍ୱାସ୍ଥ୍ୟ ରକ୍ଷା; ଉନ୍ନତ ଗୁଣାତ୍ମକ ଜଳର ଉପଲବ୍ଧତା; ବର୍ଜ୍ୟଜଳର ପ୍ରକି୍ରୟାକରଣ ଓ ନିରାପଦ ପୁନଃ ବ୍ୟବହାର; ଜଳ ପୁନଃ ବ୍ୟବହାର ଦକ୍ଷତା ବୃଦ୍ଧି; ସମନ୍ୱିତ ଜଳ ସମ୍ପଦର ପରିଚାଳନା; ଜଳ ସଂପର୍କିତ ପରିସଂସ୍ଥାର ସୁରକ୍ଷା ଓ ସଂରକ୍ଷଣ, ଜଳ ଓ ପରିମଳ ପରିଚାଳନାରେ ଦକ୍ଷତା ବୃଦ୍ଧି ନିମନ୍ତେ ସମସ୍ତ ଅଂଶୀଦାରମାନେ କାର୍ଯ୍ୟ କରିବା ପାଇଁ ପୁନଶ୍ଟ ଚିନ୍ତା କରିବା ପାଇଁ ବାଧ୍ୟ କରିଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ । ରାଜ୍ୟ ଜଳ ନୀତିର ପୁନଃ ତର୍ଜମା କରିବା, ଜଳ ଓ ଭୂ-ପରିଚାଳନା ପ୍ରତିଷ୍ଠାନ(ୱାଲମି)କୁ ଉତ୍କର୍ଷ କେନ୍ଦ୍ର ରୂପେ ପ୍ରତିଷ୍ଠା , ‘ୟୁଥ୍ ଫର ୱାଟର’, ‘ମୋ ନଦୀ’ କାର୍ଯ୍ୟକ୍ରମର ପ୍ରଚାର ଆଦି ପ୍ରମୁଖ ବ୍ୟବସ୍ଥା ଆଗାମୀ ଦିନରେ ୟନିସେଫ୍ର ମିଳିତ ପ୍ରୟାସରେ ସାଧନ ହେବାକୁ ଯାଉଛି ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ମଧ୍ୟ କହିଥିଲେ । ଏହି ପରିପ୍ରେକ୍ଷୀରେ ବିକଶିତ ୱେବ୍ ସାଇଟ୍ ‘ୟୁଥ୍ ଫର ୱାଟର’କୁ ପ୍ରମୁଖ ଶାସନ ସଚିବ ଶୁଭାରମ୍ଭ କରିଥିଲେ ।
ୟୁନିସେଫ୍ ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲସନ ବୁଝାମଣା ପତ୍ରରେ ସ୍ୱାକ୍ଷର କହିଲେ ଯେ, ବହୁମାତ୍ରାରେ ସହରୀକରଣ, କୃଷି ପଦ୍ଧତିରେ ପରିବର୍ତନ ଏବଂ ଶିଳ୍ପର ବୃଦ୍ଧି ଆମକୁ ନିରନ୍ତର ବିକାଶ ଲକ୍ଷ୍ୟ ସାଧନ ଏବଂ ଜଳ ଓ ଯୋଗାଯୋଗ ପାଇଁ ଅଧିକ ଯୋଜନାବଦ୍ଧ ଓ ତ୍ୱରିତ ବ୍ୟବସ୍ଥାରେ କାର୍ଯ୍ୟକରିବାକୁ ବାଧ୍ୟ କରାଇଛି । ଯଦିଓ ବିଭିନ୍ନ କ୍ଷେତ୍ରରେ ଏଥି ପାଇଁ ଆହ୍ୱାନ ରହିଛି. ତନ୍ମଧ୍ୟରୁ କେତେକ କ୍ଷେତ୍ରରେ ମୁକାବିଲା ପାଇଁ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ହେବ । ଅଧିକ ପ୍ରଭାବୀ ଯୋଗାଯୋଗ ପ୍ରଚାର ବ୍ୟବସ୍ଥା ଏବଂ ଜଳ ନୀତି ବିଶେଷ କରି ପିଲାମାନଙ୍କୁ ଏବଂ ମହିଳାମାନଙ୍କୁ ଜଳର ପୋଷଣୀୟ ବ୍ୟବହାର ଓ ସଂରକ୍ଷଣ ପାଇଁ ୟନିସେଫ୍ ପ୍ରତିବଦ୍ଧ ବୋଲି ୟନିିସେଫ ବରିଷ୍ଠ ପଦାଧିକାରୀ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଜଳ ସଂପଦ ବିଭାଗ ସେଚାଂଚଳ ଉନ୍ନୟନ ତଥା ଭାଗିଦାରୀ ଜଳସେଚନ ପରିଚାଳନା ନିର୍ଦ୍ଦେଶକ ( ସିଏଡି-ପି.ଆଇ.ଏମ୍) ଶ୍ରୀ ରଶ୍ମି ରଂଜନ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

0
0
0
s2sdefault