ହେଡଲାଇନସ୍:

ଗାୟତ୍ରୀ ଫାର୍ମାସୀ ବୈଷୟିକ ମହାବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣପୁର ରେଗେଡାସ୍ଥିତ ଗାୟତ୍ରୀ ଫାର୍ମାସୀ ବୈଷୟିକ ମହାବିଦ୍ୟାଳୟ ପରିସରରେ ଜାତୀୟ ଫର୍ମାସୀ ସପ୍ତାହ ପାଳନ କରାଯାଇଅଛି । ଏହି ଅବସରରେ ବୃଦ୍ଧାଶ୍ରମ ଯାଇ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ସହ ଶୀତ ବସ୍ତ୍ର ବିତରଣ କରାଯାଇଥିଲା । ସେଠାରୁ ବାହାରି ସ୍ଥାନୀୟ ବେବର୍ତୀ ପାର୍ମରେ ଏକ ବୈଠକ ମାଧ୍ୟମରେ ଶ୍ରୀ କୃଷ୍ଣ ପ୍ରସାଦ ବେବର୍ତୀଙ୍କୁ ସମ୍ମାନିତ କରାଯାଇଥିଲା । ଗୁଣପୁର ଅଂଚଳର ଗୌରବ ତଥା ସେବା ସମାଜ ର ପ୍ରତିଷ୍ଠାତ୍ରୀ ପଦ୍ମଶ୍ରୀ ସମ୍ମାନ ବିଜୟିନୀ ଶ୍ରୀମତି ଶାନ୍ତିଦେବୀଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥୁଲା । ବୈଠକରେ ମୁଖ୍ୟ ଅତିଥି ଭାବରେ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ରତିକାନ୍ତ ସାହୁ ଯୋଗ ଦେଇଥିବା ବେଳେ ଅଧୀକ୍ଷକ ଶ୍ରୀ ଅକ୍ଷୟ ଦାସ, ନିର୍ଦ୍ଦେଶକ ଶ୍ରୀ ସଂଜୟ ସାହୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟକ୍ଷ ଡ. ପ୍ରକାଶ ଚନ୍ଦ୍ର ସେନାପତି, ପ୍ରଶାସନିକ ଅଧୁକାରୀ ଶ୍ରୀ ପି.ଭି. କୋଟେଶ୍ୱର ରାଓ, ଜଗଦିଶ ଖୁନୂଆ ପ୍ରମୁଖ ମଂଚାସୀନ ଥିଲେ । ମୁଖ୍ୟ ଅତିଥ ଡ. ସାହୁ ଫର୍ମାସୀ ସପ୍ତାହର ଆଭିମୁଖ୍ୟ ଏବଂ ଏହାର ଉପାଦେୟତା ପ୍ରତି ଆଲୋକପାତ କରିଥିଲେ । ଫାର୍ମାସିଷ୍ଟ ମାନଙ୍କ ଭୂମିକା, ଦାୟିତ୍ବ, ବିଷୟରେ ଛାତ୍ରଛାତ୍ରୀଙ୍କୁ କହିଥିଲେ । ସମସ୍ତ ସଂଚାସୀନ ଅତିଥିମାନେ ଫାର୍ମାସୀ ସପ୍ତାହ ର ବିଶେଷ ଉପାଦେୟତା ବିଷୟରେ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ କିଛି କିଛି କହିଥିଲେ ଏବଂ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ଶ୍ରୀ ଚୈତନ୍ୟ ପ୍ରଧାନୀ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସୁଶ୍ରୀ ସୁଜାତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟାପିକା ବି.ଚନ୍ଦ୍ରିକା କୁମାରୀ, ପ୍ରିୟଙ୍କା ପାଢୀ, ମୌମ୍ୟ ରଞ୍ଜନ ବିଶ୍ୱାଳ, ଅନୁପ ଦାସ, ଅନୁପମ ସାହୁ, ଅର୍ଜନା ପ୍ରିୟଦର୍ଶିନୀ ଚାନ୍ଦ, ବାଉରି ଲୋହା, ସ୍ୱଦେଷ୍ଟା ମହାନ୍ତି, ପ୍ରଫୁଲ୍ଲ ପଟନାୟକ, ରାଜୀବ ପଣ୍ଡା, ଦେବେନ୍ଦ୍ର ମିଶାଲ, ପ୍ରଫୁଲ୍ଲ ମହାନ୍ତି, ବିଷ୍ଣୁ ପ୍ରସାଦ ରଥ ବାବୁଲା ଦାସ,ରବିଗୌଡ,ଯୁଜା ବିଡିକା, ଲକ୍ଷ୍ମୀ ନାରାୟଣ ପାଢୀ, ମମତା ପଣ୍ଡା, ସୁମତି ବିଡିକା, ତେରେସ ବିଡିକା, ରାଜକୁମାର ବିଡିକା, ଅଭି ବେହେରା ପ୍ରମୁଖ ସହଯୋଗ କରିଥିଲେ ।

 

0
0
0
s2sdefault