ହେଡଲାଇନସ୍:

ପାଇକମାଳ ବସ୍ତିରେ ଡିଭାଇଡର ଦାବିରେ ହେବାକୁଥିବା ଆନ୍ଦୋଳନ ସ୍ଥଗିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବରଗଡ :- ବିଜୁ ଏକ୍ସପ୍ରେସ ୱେ , କହବାକୁ ଗଲେ ରାଜ୍ୟ ସରକାରଙ୍କର ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ । ଏହି ଏକ୍ସପ୍ରେସ ୱେ ଗମନାଗମନ ସହିତ ଲୋକଙ୍କର ଆର୍ଥିକ ବିକାଶ ରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିବ । ଅନେକ ଜାଗାରେ ରାସ୍ତାର ନିର୍ମାଣ କାର୍ୟ୍ଯ ଜୋରସୋରରେ ଚାଲୁଥିବା ବେଳେ କିଛି ସ୍ଥାନରେ ପ୍ରାୟ ସରିବାକୁ ବସିଲାଣି । ମୁଖ୍ୟତଃ କହିବାକୁ ଗଲେ ପାଇକମାଲ ଅଂଚଳରେ ପାଇକମାଲ ମୁଖ୍ୟ ଛକ ରୁ ପଦ୍ମପୁର ପଟକୁ ଗୋଟେ କିଲୋମିଟର ଓ ନୂଆପଡ଼ା ଆଡକୁ ଗୋଟେ କିଲୋମିଟର ରାସ୍ତ ଏତି ମଧ୍ୟରେ ଦୁର୍ଘଟଣାର କେନ୍ଦ୍ର ବିନ୍ଦୁ ପାଲଟିଛି । ଗତ ଦୁଇ ମାସ ଭିତର ଏହି ସ୍ଥାନରେ ପ୍ରତ୍ୟେକ ଦିନ ଅନେକ ଛୋଟବଡ ଦୁର୍ଘଟଣା ଘଟିବା ସହିତ ଏହି ସମୟ ଭିତରେ ନଅ ଜଣ ପ୍ରାଣ ହରାଇ ସାରିଲେଣି । ମୁଖ୍ୟତଃ ଏହି ସ୍ଥାନରେ ଡିଭାଇଡର ନଥିବା କାରଣରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ଏ ବାବଦରେ ବିଗତ ଏକ ବର୍ଷ ହେଲା ଅଧିକାରୀ ମାନଙ୍କୁ ଅଭିଯୋଗ କଲେ ସୁଦ୍ଧା କୋଣସି ସୁଫଳ ନ ମିଳିବାରୁ ପାଇକମାଲ ରେ କାର୍ଯରତ ସାମ୍ବାଦିକ ମାନଙ୍କର ଉଦ୍ୟମରେ ବିଡ଼ିଓ ଙ୍କର ଜରିଆରେ ଗତ ମାସ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏକ ମାସ ଭିତରେ ଦାବୀ ପୂରଣ ନ ନେଲେ ଆନ୍ଦୋଳନ କରାଯିବ ବୋଲି ଉଲ୍ଲେଖ ରହିଥିଲା । ଆଜି ଏକ ଆଲୋଚନା ପରେ ବିଜୁଏକ୍ସପ୍ରେସୱେ ରେ ଡିଭାଡର ସ୍ଥାପନ ଦାବିରେ ୨୫ ତାରିଖ ହେବାକିଥିବା ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଆଜି ସନ୍ଧ୍ୟାରେ ପୁର୍ତ୍ତ ବିଭାଗ ଏସଡିଓ ଜିତେନ୍ଦ୍ର ମେହେର ପାଇକମାଳ ଆସି ସାମ୍ବାଦିକମାନଙ୍କ ସହ ଯୋଗାଯୋଗ କରି ଥାନା ପରିସର ରେ ଡିଭାଡର ସ୍ଥାପନ ନେଇ ଆଲୋଚନ କରିଥିଲେ । ତାଙ୍କ କହିବା ଅନୁସାରେ ପାଇକମାଳରେ ଡିଭାଇଡର ନିର୍ମାଣ ପାଇଁ ଟେଣ୍ତର ଡକାଯାଇଛି । ଆସନ୍ତା ଡିସେମ୍ବର ୩ତାରିଖ ଏହା ଖୋଲାଯିବ । ଯିଏ ଟେଣ୍ତର ପାଇବ ଖୁବ ଶିଘ୍ରକାମ କରିବ ବୋଲି କହିଥିଲେ । ଏଥି ସହିତ ଛକରେ ୧୦୦ ଫୁଟ ଛାଡି ଡିଭାଇଡର ନିର୍ମାଣ କରାଯିବ ଏବଂ ୪୦୦ମିଟର ଦୂରତାରେ ରାସ୍ତା ଛଡା ଯିବ ବୋଲି ଏସଡିଓ ଶ୍ରୀ ମେହେର କହିଥିଲେ । ଆନ୍ଦୋଳନକୁ ସ୍ଥଗିତ ରଖିବାକୁ କହିଥିଲେ । ଆଲୋଚନ ରେ ପାଇକମାଳ ଥାନା ଆଇଆଇସି ବିଶ୍ବଜିତ୍  ମନବୋଧ, ପୂର୍ତ୍ତ ବିଭାଗ ଜେଇ ଦିଲ୍ଲିପ ସାହୁ, ବଡ ସତପଥୀ, ସୁରଥ ସାହୁ, ମାନସ ନାୟକ, କୁଞ୍ଜ ବିହାରି ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault