ହେଡଲାଇନସ୍:

ବାଲି ଚୋରାଚାଲାଣ ସମୟରେ ଧରିଲା ରାଜସ୍ବ ବିଭାଗ , ଆଠ ହଜାର ଟଙ୍କା ଫାଇନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ରାଜସ୍ବ ଫାଙ୍କି ବାଲି ଚୋରାଚାଲାଣ ସମୟରେ ଧରିଲା ରାଜସ୍ବ ବିଭାଗ । ପଦ୍ମପୁର ତହସିଲ ଅନ୍ତର୍ଗତ କୁଡାସିଂହା ଛକ ନିକଟରେ ଏକ ନମ୍ବର ବିହିନ ଟ୍ରାକ୍ଟରରେ ବାଲି ଚୋରାଚାଲାଣ ହେଉଥିବା ସମୟରେ ପଦ୍ମପୁର ରାଜସ୍ବ ନିରିକ୍ଷକ ଗାଡିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ । ହେଲେ ବାଲି ଗାଡି କାଗଜପତ୍ର ଦେଖାଇ ପାରିନଥିଲେ ତେଣୁ ତାକୁ ପଦ୍ମପୁର ତହସିଲଦାରଙ୍କ ଠାରେ ହାଜର କରାଇଥିଲେ । ସୂଚନା ଅନୁସାରେ ଏହି ନମ୍ବର ବିହିନ ଟ୍ରାକ୍ଟର କଂସର ବାଲି ଘାଟରୁ ବାଲି ଆଣୁଥିଲେ । ବାଲି ଚୋରାଚାଲାଣ ତଥା ରାଜସ୍ବ ଲୁଟ ଅଭିଯୋଗରେ ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ଆଠ ହଜାର ଟଙ୍କା ଫାଇନ କରିଛନ୍ତି ।

0
0
0
s2sdefault