ହେଡଲାଇନସ୍:

"ରାଜ୍ୟ ବିଜେପିର ଓଡ଼ିଶା ବିରୋଧୀ, ଲୋକ ବିରୋଧୀ ଏବଂ ଗରିବ-ବିରୋଧୀ ମୁଖା ଆଜି ଖୋଲିଯାଇଛି"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅତ୍ୟନ୍ତ ସ୍ପର୍ଶକାତର ଘଟଣାରେ ବିଜେପି ହୀନ ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର: ଉଭୟ ସାଧାରଣ ତଥା ଉପ-ନିର୍ବାଚନରେ କ୍ରମାଗତ ହାରିବା ପରେ ଓଡ଼ିଶା ବିଜେପି ତାହାର ଦୁର୍ବଳ ତଥା ହତୋତ୍ସାହିତ କ୍ୟାଡରମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ହୀନ ପ୍ରୟାସ ଚଳାଇଛି । ବିଜେପି କାର୍ଯ୍ୟକାରିଣୀ ବୈଠକ ପରେ ବିଜେପି ନେତାମାନଙ୍କ ବୟାନବାଜିର ଜବାବ ଦେଇ ଏହା କହିଛନ୍ତି ବିଜେଡି ବିଧାୟକ ତଥା ଦଳୀୟ ମୁଖପାତ୍ର ଶ୍ରୀ ପ୍ରତାପ ଦେବ ।
ଶ୍ରୀ ଦେବ କହିଛନ୍ତି ଯେ ଆଜି ବିଜେପି ନେତାଙ୍କ ବିବୃତ୍ତିରୁ ଜଣାପଡିଛି ଯେ ଓଡିଶାର ଶାସନ ତଥା ମଙ୍ଗଳ ପାଇଁ ଓଡିଶା ବିଜେପିର କୌଣସି ପ୍ରତିବଦ୍ଧତା ନାହିଁ । ରାଜ୍ୟ ବିଜେପିର ଓଡ଼ିଶା ବିରୋଧୀ, ଲୋକ ବିରୋଧୀ ଏବଂ ଗରିବ-ବିରୋଧୀ ମୁଖା ଆଜି ରାଜ୍ୟବାସୀଙ୍କ ଆଗରେ ଖୋଲିଯାଇଛି ଏବଂ ଓଡ଼ିଶାବାସୀ ଆଗାମୀ ଦିନରେ ରାଜ୍ୟ ବିଜେପିକୁ ଏହାର ଦୃଢ ଜବାବ ଦେବେ ।
ଓଡ଼ିଶା ବିଜେପି କୌଣସି ଲୋକ ପ୍ରସଙ୍ଗ ଉଠାଉନାହିଁ, ବରଂ ସମ୍ବେଦନଶୀଳ ମାମଲାରେ ଶସ୍ତା ଏବଂ ନିମ୍ନମାନର ରାଜନୀତିରେ ଲିପ୍ତ ରହୁଛି, ଯେଉଁଥିପାଇଁ ସେମାନେ ମିଥ୍ୟା ଅଭିଯୋଗ ଏବଂ କୁତ୍ସିତ ବିବୃତ୍ତି ବ୍ୟତୀତ ଅନ୍ୟ କୌଣସି ପ୍ରମାଣ ଦେଇପାରୁ ନାହାନ୍ତି । ଯେତେବେଳେ ପ୍ରମାଣ ଦେବାକୁ ଏବଂ ନ୍ୟାୟ ପାଇବା ପାଇଁ ଏହାକୁ କୋର୍ଟରେ ଦାଖଲ କରିବାକୁ କୁହାଯାଉଛି, ସେତେବେଳେ ସେମାନେ ଚୁପ୍ ରହୁଛନ୍ତି ଓ ମିଥ୍ୟା ଏବଂ ଅପବାଦର ଅଭିଯାନ ଜାରି ରଖୁଛନ୍ତି ।
ଓଡିଶା ବିଜେପି ଷଡଯନ୍ତ୍ର କରି ଓଡିଶାର ୬ ଲକ୍ଷ ଗରିବ ଏବଂ ଆଦିବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପ୍ରଦାନ ବନ୍ଦ କରିବାକୁ ଷଡଯନ୍ତ୍ର କରିଛି । ଓଡିଶା ବିଜେପି ଏଭଳି ଷଡଯନ୍ତ୍ର କରିଛି ଯେ ଯେଭଳି ଓଡିଶାରୁ ଚାଉଳ ଉଠାଣ ବନ୍ଦ ହୋଇଯିବ ଏବଂ ଏହାଦ୍ୱାରା ରାଜ୍ୟର ଚାଷୀମାନେ ପ୍ରଭାବିତ ହେବେ । ଏଲପିଜି ରନ୍ଧନ ଗ୍ୟାସ୍ର ମୂଲ୍ୟ ବୃଦ୍ଧି ନେଇ ଓଡିଶା ବିଜେପିର କୌଣସି ଉତ୍ତର ନାହିଁ ଯାହା ସାତବର୍ଷ ମଧ୍ୟରେ ସିଲିଣ୍ଡର ପିଛା ୪୦୦ ଟଙ୍କାରୁ ଦୁଇଗୁଣ ବୃଦ୍ଧି ପାଇ ୯୨୬ ଟଙ୍କାରେ ପହଞ୍ଚିଛି ।
ଓଡିଶା ବିଜେପି ଚାହୁଁଛି ପ୍ରକୃତ ଲୋକ ପ୍ରସଙ୍ଗରୁ ଓଡିଶାର ଲୋକଙ୍କ ଦୃଷ୍ଟି ହଟାଇବାକୁୁ ଏବଂ ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରହିବା ପାଇଁ ଖୋଲାଖୋଲି ମିଥ୍ୟା ତଥା ମନଗଢା ଅଭିଯାନରେ ଲିପ୍ତ ରହୁଛି । ନିଜର ରାଜନୈତିକ ଏଜେଣ୍ଡା ପାଇଁ ବିଜେପି ନିମ୍ନମାନର ରାଜନୀତି କରିବା ସହିତ ସମ୍ବେଦନଶୀଳ ପ୍ରସଙ୍ଗରେ ଏତେ ତଳକୁ ଖସିଯାଇଛି ଯେ ସେଥିପାଇଁ ଓଡିଶାର ସାଢେ ୪କୋଟି ଲୋକ ସେମାନଙ୍କୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ଦେବ କହିଛନ୍ତି ।

 

0
0
0
s2sdefault