ହେଡଲାଇନସ୍:

ବେଆଇନ ମାଛ ଧରା ଟ୍ରଲରକୁ ଜବତ କଲା ଅସ୍ତରଙ୍ଗ ବନ ବିଭାଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅସ୍ତରଙ୍ଗ/ଦୁଃଶାସନ ନାୟକ : ଓଡ଼ିଶା ସାମୁଦ୍ରିକ ସୀମାରେ ନୋ ଫିସିଙ୍ଗ୍ କଟକଣା ଅମାନ୍ୟ କରି ବେଆଇନ ଭାବରେ ମାଛ ଧରୁଥିବା ବେଳେ ଏକ ଟ୍ରଲର୍‌କୁ ଅସ୍ତରଙ୍ଗ ବନ ବିଭାଗ ଜବତ କରିଛି। ସେଥିରେ ଥିବା ୬ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ବନ ବିଭାଗ ପରେ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିଛି। ଅସ୍ତରଙ୍ଗ ରେଞ୍ଜର ହିମନ ନାୟକ ସୂଚନା ଦେଇଛନ୍ତି ଯେ ଅଲିଭ୍ ରିଡ୍‌ଲେ କଇଁଛଙ୍କ ଆଗମନ ଓ ଗଭୀର ସମୁଦ୍ର ଜଳରେ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଛି । ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ମାସ ପହିଲାରୁ ମତ୍ସ୍ୟ ବିଭାଗ ନୋ ଫିସିଙ୍ଗ୍ ଜୋନ୍ କଟକଣା ଲାଗୁ କରିଛି। ସମୁଦ୍ର ମଧ୍ୟରେ ବନ ବିଭାଗ କର୍ମଚାରୀ ବୋଟ୍‌ରେ ପାଟ୍ରୋଲିଂ କରି ବେଆଇନ ଭାବେ ମାଛ ଧରୁଥିବା ଟ୍ରଲର୍‌, ଡଙ୍ଗା ଉପରେ ନଜର ରଖୁଛନ୍ତି।
ପ୍ରକାଶ ଥାଉକି ଦେବୀ ନଦୀ ନିଷିଦ୍ଧାଞ୍ଚଳରେ ଭକ୍ତି ଚନ୍ଦନ ନାମକ ଟ୍ରଲର୍ (OR 05 MM-45 OMFPA 525 Parradeep) ନିୟମ ଉଲ୍ଲଂଘନ କରି ମୁହାଁଣ ନିକଟରେ ସମୁଦ୍ରକୂଳରୁ ୨୦ କିମି ଦୂରତା ମଧ୍ୟରେ ମାଛ ଧରୁଥିବା ବେଳେ ଜବତ ହୋଇଛି । ଏହି ଚଢ଼ାଉରେ ଅସ୍ତରଙ୍ଗ ରେଞ୍ଜର ଶ୍ରୀ ହିମନ ନାୟକଙ୍କ ନେତୃତ୍ୱରେ ବନପାଳ ଶ୍ରୀ ସବୀର କୁମାର ସାହୁ, ଶ୍ରୀ ମାନସ ବେହେରା ଏବଂ ବନରକ୍ଷୀ ଶ୍ରୀ ବିରଜା ମହାପାତ୍ରଙ୍କ ସହ ପୋଲିସ ଫୋର୍ସ ସାମିଲ ଥିଲେ । ପରେ ସେଥିରେ ଥିବା ମାଛକୁ ନିଲାମ କରାଯାଇ ଟ୍ରଲରଟିକୁ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରି ଦିଆଯାଇଛି।
ଗତବର୍ଷ ଅଲିଭ୍ ରିଡ୍‌ଲେ କଇଁଛ ସିଜନ୍‌ରେ ଏକାଧିକ ଟ୍ରଲର୍, ବୋଟ୍ ଜବତ ହୋଇଥିବା ବେଳେ ଏଥର କଟକଣା ଲାଗୁ ହେବା ପରେ ଏହା ପ୍ରଥମ ଟ୍ରଲର୍ ଜବତ ଘଟଣା। ବନ ବିଭାଗ ଏ କ୍ଷେତ୍ରରେ ଅଧିକ ସଜାଗ ରହି ଉଭୟ ସମୁଦ୍ର ଜଳ ଓ ତଟରେ ଅଲିଭ୍ ରିଡଲେଙ୍କ ସୁରକ୍ଷା ପାଇଁ ତତ୍ପର ଥିବା ରେଞ୍ଜର ଶ୍ରୀ ନାୟକ କହିଛନ୍ତି ।

0
0
0
s2sdefault