ହେଡଲାଇନସ୍:

ଆଜି ଓଡିଶା ଫେରିଲେ ଆଉ ୮ ଜଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ରାମେଶ୍ୱରମ୍ ଷ୍ଟେସନ୍‌ରେ ଫସି ରହିଥିଲେ ୧୬ଜଣ ଓଡ଼ିଆ

  • ଓଡ଼ିଶା-ମୋ ପରିବାର ଦ୍ୱାରା ହୋଇଥିଲେ ଉଦ୍ଧାର

  • କାଲି ଆସିଥିଲେ ୮ଜଣ, ଆଜି ଫେରିଲେ ଆଉ ଅବଶିଷ୍ଟ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆନ୍ଧ୍ର ପ୍ରଦେଶରେ ବନ୍ୟା ବିତ୍ପାତ ଯୋଗୁଁ ରାମେଶ୍ୱରମ୍ ଷ୍ଟେସନ୍‌ରେ ଫସି ରହିଥିବା ୧୬ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ଓଡ଼ିଶା-ମୋ ପରିବାର ଦ୍ୱାରା ଉଦ୍ଧାର ହେବାପରେ ଗତକାଲି ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ବିମାନ ଯୋଗେ ଭୁବନେଶ୍ଵରଙ୍କୁ ଅଣାଯାଇଥିଲା । ଅନ୍ୟ ୮ଜଣ ପାଇଁ ଗତକାଲିଠାରୁ ଚେନ୍ନାଇଠାରେ ରହିବା ଏବଂ ଖାଇବାର ବନ୍ଦୋବସ୍ତ କରାଯାଇଥିଲା । ଚେନ୍ନାଇଠାରେ ଓଡ଼ିଶା-ମୋ ପରିବାର ପ୍ରତିନିଧି ତଥା ଜଣାଶୁଣା ଓଡ଼ିଆ ସମାଜସେବୀ କ୍ଷୀରୋଦ ଜେନା ଏବଂ ସଦସ୍ୟ ପଞ୍ଚାନନ ଜେନା ସେମାନଙ୍କର ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲେ ।
ଆଜି ଓଡ଼ିଶା ମୋ ପରିବାର ଦ୍ୱାରା ଏହି ୮ଜଣଙ୍କୁ ବିମାନ ଯୋଗେ ଚେନ୍ନାଇରୁ ଭୁବନେଶ୍ୱରକୁ ଅଣାଯାଇଛି। ଆଜି ଅପରାହ୍ନ ୪ଟାରେ ସେମାନେ ସମସ୍ତେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିବା ବେଳେ ସେଠାରେ ଓଡ଼ିଶା ମୋ ପରିବାର ତରଫରୁ ସ୍ୱାଗତ କରାଯାଇଥିଲା | ଓଡ଼ିଶା ମୋ ପରିବାର ସଦସ୍ୟ ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଜୁ ଜନତା ଦଳ ସମ୍ପାଦକ (ଓଡ଼ିଶା ମୋ ପରିବାର) ସୁବାସ ପାତ୍ର, ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ ସତ୍ୟଜିତ ଦାଶ, ବିଜୁ ଯୁବ ଜନତା ଦଳ ସମ୍ପାଦିକା ଲକ୍ଷ୍ମୀଦୀପା ମିଶ୍ର ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିଥିଲେ | ସେମାନଙ୍କ ରହିବା ଖାଇବାର ବନ୍ଦୋବସ୍ତ ଓଡ଼ିଶା-ମୋ ପରିବାର ଦ୍ୱାରା କରାଯାଇଥିଲା | ସେମାନଙ୍କ ମଧ୍ୟରେ ଅଛନ୍ତି ଅଧିକାଂଶ ମହିଳା ଏବଂ ବୟସ୍କ। ଓଡ଼ିଶା ଫେରିବା ପରେ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

0
0
0
s2sdefault