ଅସ୍ତରଙ୍ଗ/ ଦୁଃଶାସନ ନାୟକ : କେନ୍ଦ୍ରସରକାର ଇନ୍ଧନ ଗ୍ୟାସ ବାରମ୍ବାର ବୃଦ୍ଧି କରୁଥିବାରୁ,ତାହାର ପ୍ରତିବାଦ କରି ମଙ୍ଗଳବାର ଦିନ, କାକଟପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ କାକଟପୁର ବ୍ଲକ ଆଗରେ ବିକ୍ଷୋଭ କରାଯାଇଅଛି । ବହୁସଂଖ୍ୟାରେ ବିଜୁ ଜନତା ଦଳର କର୍ମୀ ଓ ନେତା ମାନେ ଏକ ରାଲିରେ ଅସ୍ତରଙ୍ଗ ଠାରୁ ବାହାରି କେନ୍ଦ୍ରସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇ କାକଟପୁର ବଜାର ଅତିକ୍ରମ କରି, କାକଟପୁର ବ୍ଲକ ନିକଟରେ ପହଂଚିଲା ପରେ ସେଠି ଦଳର ମହିଳା ଓ ଯୁବମୋର୍ଚା କର୍ମୀ ମାନେ ମାଟି ପାତ୍ରରେ ନିଆଁ ଜାଳି ରୋଷେଇ କରିବା ସହ,ଗ୍ୟାସ ସିଲିଣ୍ଡରକୁ ବିଧା,ଗୋଇଠା ମାରିଥିଲେ । ଆଉମଧ୍ୟ ଦଳୀୟକର୍ମୀମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ଯୋଜନାର ବାଟ ମାରଣା, ଗ୍ୟାସ ଦର ବୃଦ୍ଧି ଆଦି ଉପରେ ଭାଷଣ ଦେଇଥିଲେ । ଶେଷରେ ରେ କାକଟପୁର ବିଡ଼ିଓଙ୍କ ଜରିଆରେ ଦର ବୃଦ୍ଧି କମାଇବା ନେଇ ବିଜେଡି ଦଳ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକଙ୍କ ସମେତ ଉଭୟ ବ୍ଲକର ସଭାପତି ଓ ଶୋଭକର ବେହେରା ଆଦି ଶତାଧିକ କର୍ମୀ ଉପସ୍ଥିତ ଥିଲେ ।
ରାଜ୍ୟ
ରନ୍ଧନ ଗ୍ୟାସ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ।
- Hits: 345