ହେଡଲାଇନସ୍:

ଶ୍ରେଣୀ କୋଠରୀ ଅଭାବରୁ ସ୍କୁଲ ବାରଣ୍ଡାରେ ପିଲେ ପଢୁଛନ୍ତି ପାଠ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ଼ : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ପଢ଼ିବା ନିମନ୍ତେ ଶ୍ରେଣୀ କୋଠରୀ ନ ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ୧୮ ମାସ କରୋନା କଟକଣା ପରେ ବିଦ୍ୟାଳୟ ଗୁଡ଼ିକ ଖୋଲିଛି | ତେଣୁ ବର୍ତ୍ତମାନ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପଢିବାକୁ ଆସୁଛନ୍ତି | ଯୋଖିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ଏହି ତିନୋଟି ଶ୍ରେଣୀରେ ସର୍ବମୋଟ ୧୨୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚମ ଡନସନା କହିଛନ୍ତି | ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ଅନୁପାତ ଅନୁଯାୟୀ ୧୨୧ ଜଣ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ୪ ଜଣ ଶିକ୍ଷକ ଆବଶ୍ୟକ | କିନ୍ତୁ ବର୍ତ୍ତମାନ ଉକ୍ତ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଅଛନ୍ତି | ଅତିରିକ୍ତ ଜଣେ କ୍ରୀଡ଼ା ଶିକ୍ଷକ ଅଛନ୍ତି | ଏହାଛଡା ଏହି ବିଦ୍ୟାଳୟରେ ଅଫିସ କୋଠରୀ ମଧ୍ୟ ନାହିଁ | ଯାହାଯୋଗୁଁ ଅଫିସ ସାମଗ୍ରୀ ରଖି ପିଲାମାନଙ୍କୁ ବିପଦଜନକ ଭାବରେ ପାଠ ପଢ଼ୁଛନ୍ତି | ହେଲେମଧ୍ୟ ଏତିକିରେ ଦୁଃଖ ସରୁନାହିଁ |ଅନ୍ୟାନ୍ୟ ପିଲାମାନେ ବାରଣ୍ଡାରେ ତଥା ଗଛମୂଳେ ପାଠ ପଢ଼ିବା ପାଇଁ ବାଧ୍ୟ ହେଉଛନ୍ତି | ଏଠାରେ ସୂଚନାଯୋଗ୍ୟ ଯେ ଏହି ଗୋଟିଏ ପରିସରରେ ଥିବା ପଞ୍ଚାୟତ ହାଇସ୍କୁଲ ଯୋଖିପାଲି କୁ ରାଜ୍ୟ ସରକାରଙ୍କ ତରଫରୁ 5T ସ୍କୁଲ ରୂପାନ୍ତରଣ କରାଯାଇଛି | ସେଠାରେ ପିଲାମାନେ ଉଚ୍ଚସ୍ତରୀୟ ବାତାବରଣରେ ପଢୁଛନ୍ତି ଯାହାକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନିଶ୍ଚିତ ଭାବରେ ହତାଶ କରୁଛି | ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ମଧ୍ୟ 5T ରୂପାନ୍ତରଣରେ ସାମିଲ କରୁଥିବାରୁ ଯୋଖିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଗ୍ରାଧିକାର ଭିତ୍ତିରେ ଏଥିରେ ସାମିଲ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଦାବୀ କରିଛନ୍ତି |

0
0
0
s2sdefault