ସମ୍ବଲପୁର/ସନ୍ଦୀପ ଶର୍ମା,ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପନ ହୋଇଥିବା ଜଳଭଣ୍ଡାରର ପାର୍ଶ୍ଵବର୍ତ୍ତୀ ପାହାଡ଼ ପର୍ବତଘେରା ଅବହେଳିତ ଗାଁ ହେଉଛି ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଗ୍ରାମ ପଂଚାୟତର ଦନ୍ତାମୁରା ରାଜସ୍ବ ଗ୍ରାମ I ଗ୍ରାମର ପ୍ରାୟ ସମସ୍ତ ପରିବାର ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ I ଦାରିଦ୍ର୍ୟର ସୀମାରେଖା ତଳେ ପ୍ରାୟ ସମସ୍ତ ପରିବାର I ବିସ୍ଥାପନ ପରେ ଅନ୍ୟ କୌଣସି ଆୟ ପନ୍ଥାନ ଥିବାରୁ ଗ୍ରାମର ସମସ୍ତ ଲୋକ ଦିନମଜୁରୀ ଓ ଜଳଭଣ୍ଡାରରୁ ମାଛ ମାରି ଦୈନ୍ୟଦିନ ଜୀବିକା ନିର୍ବାହ କରିଥାନ୍ତି I ତେବେ ପ୍ରଶାସନିକ ଅବହେଲା ଯୋଗୁଁ ସରକାରଙ୍କ ବିଭିନ୍ନ ପ୍ରକାର କଲ୍ୟାଣକାରି ଯୋଜନା ଏଠାରେ ଗ୍ରାମବାସୀଙ୍କ ପାଇଁ ସାତସପନ ପାଲଟିଛି I ଅନତୀ ଦୂରରେ ବିସ୍ତିର୍ଣ୍ଣ ଜଳରାଶି ମାତ୍ର ଗ୍ରାମରେ ପାନୀୟ ଜଳ ଠାରୁ ଆରମ୍ଭ କରି ରାସ୍ତାଘାଟ,ଶିକ୍ଷା ,ସ୍ବାସ୍ଥ୍ୟ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସମସ୍ୟା ଜର୍ଜରିତ ହୋଇ ରହିଛି I ସବୁଠାରୁ ଦୁଭାଗ୍ୟର ବିଷୟ ଯେ, ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହେଲାପରେ ସରକାରଙ୍କ ପକ୍ଷରୁ ପ୍ରତି ପରିବାରକୁ ଦିଆଯାଇଥିବା ୧୦ ଡେସିମିଲ ଜମିର ପଟ୍ଟା ମଧ୍ୟ ଆଜି ସୁଦ୍ଧା ପ୍ରଦାନ କରାଯାଇନାହିଁ I ଭୂଷଣ ଷ୍ଟିଲ୍ ପ୍ଲାଣ୍ଟର ଇନ୍ ଟେକ ୱେଲ ଏହି ଗ୍ରାମରେ ଥାଇ ମଧ୍ୟ ଗ୍ରାମରେ ପାନୀୟ ଜଳର ଘୋର ଅସୁବିଧା ରହିଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ରାସ୍ତାର କୌଣସି ମରାମତି ନ ହେବାରୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି । ଗ୍ରାମର ଏକମାତ୍ର କଳାଶୟ (ପୋଖରୀ) କୁ ପଞ୍ଚାୟତ ତରଫରୁ ମାଛଚାଷ ପାଇଁ ନିଲାମ ରେ ଦିଆଯାଉଥିବାରୁ ପାଣି ଦୂଷିତ ହେଉଛି ଏବଂ ଲୋକେ ଗାଧୋଇବା ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ସମସ୍ୟା ହେଉଛି । ଗ୍ରାମରାସ୍ତା ଦେଇ ଭୂଷଣ କମ୍ପାନୀର ଯାନବାହାନ ହୀରାକୁଦ ଜଳ ଭଣ୍ଡାର ଇନ୍ ଟେକ ୱେଲକୁ ନିୟମିତ ଯାତାୟତ ଯୋଗୁଁ ରାସ୍ତା ଖରାପ ହେବା ସହିତ ପ୍ରଦୂଷଣ ବୃଦ୍ଧି ପାଉଛି I ଏଭଳି କ୍ଷେତ୍ରରେ ଉନ୍ନୟନମୂଳକ କାର୍ଯ୍ୟରେ ପ୍ରଶାସନିକ ଅବହେଳା କୁ ତଦାରଖ କରିବା ପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଉଚ୍ଚପଦସ୍ତ ପ୍ରଶାସନିକ ଅଧିକାରୀ ଗ୍ରାମକୁ ଆସି ଉପରୋକ୍ତ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଗ୍ରାମର ସମସ୍ତ ମତଦାତା ଭୋଟ ଦାନରୁ ନିବୃତ୍ତ ରହି ଆଗାମୀ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବେ ବୋଲି ଆଜି ଶତାଧିକ ଗ୍ରାମବାସୀ ଜ଼ିଲ୍ଲାପାଳ ଶୁଭମ ସକସେନାଙ୍କୁ ଭେଟି ଲିଖିତ ଜଣାଇଛନ୍ତି I ଜ଼ିଲ୍ଲାପାଳଙ୍କୁ ଆଜିକାର ଏହି ଦାବୀ ପତ୍ର ପ୍ରଦାନ ସମୟରେ ଯଦୁମଣି ପଟେଲ, କରୁଣାକର ରାଉତ, ଜୟଦେବ ପାଣ୍ଡେ, କିଶୋର ଖିଲେଇ, ଗଙ୍ଗାଧର ପଟେଲ, ନିରାକାର ରାଉତ, ପ୍ରହଲ୍ଲାଦ ଖିଲେଇ, ନାରାୟଣ ଗୁରୁ, ଗୋବିନ୍ଦ ଓରାମ, କ୍ଷୀରୋଦ ବାଗ, ସନାତନ ହାତୀ, ଦିଲେଶ୍ଵର ଗରଡିଆ, ରାଜେନ୍ଦ୍ର ରାଉତ ଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ I
ରାଜ୍ୟ
ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ଦନ୍ତାମୁରା ଗ୍ରାମବାସୀ...!
- Hits: 751