ହେଡଲାଇନସ୍:

କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନିଶ୍ଚିନ୍ତକୋଇଲି ବିଜେଡିର ଦୃଢ ପ୍ରତିବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ଲକ ଅଧକ୍ଷା ସବିତା ଓଝାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କଲେ ମହିଳା, ଯୁବ ଓ ଛାତ୍ର ବିଜେଡି

ନିଶ୍ଚନ୍ତକୋଇଲି- (ସପ୍ତଜ୍ୟୋତି ରାଉଳ) କେନ୍ଦ୍ର ବିଜେପି ସରକାରଙ୍କ ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦେଶ କ୍ରମେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ସବିତା ଓଝାଙ୍କ ନେତୃତ୍ୱରେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ମହିଳା କର୍ମୀ, ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବହୁ ସଂଖ୍ୟକ ବିଜେଡି ମହିଳା, ଯୁବ ଓ ଛାତ୍ର ଯୋଗଦାନ କରି କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ଯୋଜନା ନୁହେଁ ବରଂ ଅନ୍ଧାର ଯୋଜନା ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି କେନ୍ଦ୍ର ମୋଦୀ ସରକାରଙ୍କ ଭେଳିକି ବାଜି ମିଥ୍ୟା ପ୍ରତିଶୃତି ଆଜି ପ୍ରତାରଣାରେ ପରିଣତ ହୋଇଛି ଯାହା ପାଇଁ ଆଜି ଗରିବ ମଧ୍ୟବିତ ପରିବାର 950 ରୁ ଉର୍ଦ୍ଧ୍ବ ଟଙ୍କା ଦେଇ ଗ୍ୟାସ କିଣିବା ସମ୍ଭବ ହେଉନାହିଁ । ଫଳରେ ଗରିବ ମଆମାନେ ଗ୍ୟାସ ଛାଡି ଚୁଲିରେ ରୋଷେଇ କରିବା ଆରମ୍ଭ କରିଦେଲେଣି । ଯାହାକୁ ନେଇ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ମହିଳା, ଯୁବ ଓ ଛାତ୍ରମାନେ ବିଜେପି ସରକାର ଛି ଛି , ମୋଦୀ ସରକାର ହାଏ ହାଏ, ମୋଦି ସରକାରଙ୍କ ଭେଳିକି ବାଜି ଚଳିବ ନାହିଁ ଆଦି ବିଭିନ୍ନ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ମହିଳା ,ଛାତ୍ର ଓ ଯୁବ ବିଜେଡି କର୍ମୀ ମାନେ ମୋଦି ସରକାରଙ୍କ ସବୁ ଯୋଜନା କେବଳ ଲୋକମାନଙ୍କୁ ଶୋଷଣ କରିବା ପାଇଁ , ଲୋକମାନଙ୍କ ବିନାଶ କରିବା ପାଇଁ, ସବୁ ଯୋଜନା ଖାଲି ବିଜେପିର ପ୍ରଚାର କରିବା ପାଇଁ ,ହେଲେ ଗୋଟେବି ଯୋଜନା ଲୋକଙ୍କ ହିତ ପାଇଁ ନୁହେଁ ବୋଲି କୁହାଯାଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ଯାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି କୃଷି ଆଇନରେ ଶେଷରେ ମୋଦି ସରକାର ଲୋକମାନଙ୍କୁ କ୍ଷମା ମାଗିଲେ , ଏହାଠାରୁ ଆଉ ବଡ଼ କଥା ବା କଣ ହୋଇପାରେ । ଆଉ ଏବେ ରନ୍ଧନ ଗ୍ୟାସ ର ମୂଲ୍ୟ ଦିନକୁ ଦିନ ହୁ ହୁ ହୋଇ ବଢୁଛି ଯାହା ପାଇଁ ନିଶ୍ଚିନ୍ତକୋଇଲି ବିଜୁ ଜନତା ଦଳ ମହିଳା, ଯୁବକ ଓ ଛାତ୍ର ମାନଙ୍କ ଦ୍ଵାରା ତୀବ୍ର ପ୍ରତିବାଦ କରାଯାଇଛି ।

ଏହି ଧାରଣା ପ୍ରଦର୍ଶନରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ସବିତା ଓଝା, ବ୍ଲକ ଉପାଧ୍ୟକ୍ଷା ସବିତା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ସବିତା ସାମଲ, ଗୀତାଞ୍ଜଳି ପଣ୍ଡା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି,ବ୍ଲକ ବିଜେଡି ଉପସଭାପତି ଅଶୋକ କୁମାର ଓଝା,ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ବିଜେଡି ନେତା ଜ୍ୟୋତିପ୍ରକାଶ ସ୍ୱାଇଁ, ବ୍ରଜମୋହନ ପଣ୍ଡା, ପ୍ରମୋଦ ସ୍ୱାଇଁ,ବିଜେଡି ଛାତ୍ର ସଭାପତି ସତ୍ୟଜିତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସୁଶାନ୍ତ ନାୟକ, ବ୍ଲକ ମହିଳା ଜନତା ଦଳ ସଭାପତି ସତ୍ୟଭାମା ନାୟକ ଙ୍କ ସମେତ ବହୁ ବିଜେଡି ମହିଳା, ଛାତ୍ର ଓ ଯୁବକ, ସରପଞ୍ଚ, ସମିତିସଭ୍ୟ, ଜିଲାପରିଷଦ ସଭ୍ୟ ପ୍ରମୁଖ ଅଂଶଗ୍ରହଣ କରି ନିଶ୍ଚିନ୍ତକୋଇଲି ବଜାରସ୍ଥିତ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରୁ ପଦଯାତ୍ରା ଆରମ୍ଭ ହୋଇ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ତେବେ ଆଗାମୀ ଦିନରେ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ର ମୂଲ୍ୟ କମ କରିବା ପାଇଁ ବିଜୁ ଜନତା ଦଳ କର୍ମୀମାନେ ଦାବି କରିଛନ୍ତି । ନଚେତ ଏହି ଆନ୍ଦୋଳନ ଗରିବ, ଖଟିଖିଆ ଲୋକମାନଙ୍କ ସ୍ୱାର୍ଥ ପାଇଁ ଆଗକୁ ତୀବ୍ରତର ହେବା ସହ ରାଜରାସ୍ତାରେ ନିଆଁ ଜଳିବ ବୋଲି କେନ୍ଦ୍ର ବିଜେପି ସରକାରଙ୍କୁ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ମହିଳା, ଛାତ୍ର ଓ ଯୁବ ଦଳ କଡା ଚେତାବନୀ ଦେଇଛନ୍ତି ।

0
0
0
s2sdefault