ହେଡଲାଇନସ୍:

କାମ ରେ ଲାଗୁନି ସୌର ଚାଳିତ ପାନୀୟ ଜଳ ଯୋଗାଣ, ୩ ମାସ ହେବ ପାଟବନ୍ଧ ଗାଁ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କଲ୍ୟାସିଂହପୁର/ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗାଁରେ ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ (ସୋଲାର ବୋର )କାମ ରେ ଆସୁନି, ତିନିମାସ ହେବ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।ଉକ୍ତ ଗାଁର ପ୍ରାୟ ୭୦ ଘର ରହିଥିବା ବେଳେ ପ୍ରାୟ ୪୦୦ ଜନସଂଖ୍ୟା ରହିଛି ।ଏଠାରେ ତିନୋଟି ନଳ କୂପ ସହ ଗୋଟିଏ ସୋଲାର ବୋର ରହିଛି । ସୌର ଚାଳିତ ପାନୀୟ ଜଳପ୍ରକଳ୍ପ ପ୍ରାୟ ୬ମାସ ହେବ କରାଯାଇଛି କିନ୍ତୁ ଗୋଟିଏ ମାସ ପାଣି ବାହାରିବା ପରେ ବନ୍ଦ ହୋଇଯାଇଛି । ଯେଉଁ ନାଳକୂପରେ ସୌର ଚାଳିତ ଲଗାଇ ସୁଧ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି ତାହା ବେକାର କରିଛନ୍ତି, ଖାଲି ନଳକୂପ ଭଲ ଥିଲା ବୋଲି ଗ୍ରାମବାସୀ କହିଛନ୍ତି ।ଏହାକୁ ଦୁଇଟି ନଳ କୂପ ସମ୍ପୂର୍ଣ ଅଚଳ ରହିଥିବା ବେଳେ ଅନ୍ୟ ଗୋଟିଏ ନଳ କୂପରୁ କାଦୁଅ ଓ ଛୋଟ ଛୋଟ ଲୁହା ଖଣ୍ଡ ବାହାରୁ ଥିବା ରୁ ତାହା ବ୍ୟବହାର ପାଇଁ ଉପଯୋଗୀ ହୋଇ ପାରୁନାହିଁ । ଉକ୍ତ ଗାଁ ଦେଇ ଯାଇଥିବା( ବାଟିଆ) କେନାଲ ରୁ ପାଣି ନେଇ ଘରେ ବ୍ୟବହାର କରିଥାନ୍ତି ।କିଛି ପରିବାର ଲୋକେ ପୋଖରୀ ରୁ ପାଣି ଆଣିବ୍ୟବହାର କରୁଥିବା କହିଛନ୍ତି । ଏହି ପାଣି ବ୍ୟବହାର କରି ବିଭିନ୍ନ କାଛୁ କୁଣ୍ଡିଆ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ଗ୍ରାମବାସୀ କହିଛନ୍ତି। ଏଠାରେ ଗୋଟିଏ ବୋର ମଧ୍ୟ ଖୋଲାଯାଇଛି କିନ୍ତୁ ବିଦ୍ୟୁତ ଥିଲେ ତାହା କାର୍ଯ୍ୟକାରୀ ହେଉଛି ନ ହେଲେ ବନ୍ଦ ରହୁଛି ।ପ୍ରାୟ ସମୟ ବିଦ୍ୟୁତ ରହୁନଥିବାରୁ ବୋର ଟି କାମରେ ଲାଗୁନି ।

ଏହି ସମସ୍ୟାକୁ ନେଇ ପଞ୍ଚାୟତ ର ସରପଞ୍ଚ ,ଗ୍ରାମ ସେବକ, ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ସଂସ୍ଥା ଗ୍ରୀନଟେକ ରିନୱେବଲ ଏନଜିଜ ଲଗାଇଥିବା କାରିଗର ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ କେହିହେଲେ ଶୁଣୁ ନଥିବା ଗ୍ରାମବାସୀ କହିଛନ୍ତି । ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ନେତା ମନ୍ତ୍ରୀ ଙ୍କ ଦେଖା ମିଳେ ସେତେ ବେଳେ ବିଭିନ୍ନ ପ୍ରକାରର ଲାଳସା ଦେଖାଇ ଭୋଟ ନେଇଯାଇ ଜିତି ଯାଉଛନ୍ତି । ଜିତିଜବା ପରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଓ ଲାଳସା କୁ ସମ୍ପୂର୍ଣ ଭୁଲି ଯାଉଛନ୍ତି ।ଯଦି ଗ୍ରାମବାସୀ ଙ୍କୁ ସୁଧ ପାନୀୟ ନ ମିଳିଲେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମର ଲଚମ୍ପତି ପାଲକା, ନରସିଂହ ହୁଈକା, କର୍ଷିକା ଗୋବି, ପୂର୍ଣ୍ଣିମା କାଡ୍ର।କା,ପ୍ରତିମା କାଡ୍ର।କା, କର୍ଷିକା ଆସନ୍ତି, କର୍ଷିକା ରେଲୋ କହିଛନ୍ତି ।

0
0
0
s2sdefault