ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ସମ୍ମିଳନୀ ଠାରେ ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l
ଏହି ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଅନାଦି ଚରଣ ସେଠି ବିଗତ ଖରିଫ ଧାନକିଣା ଋତୁରେ ସଫଳ ଭାବରେ ଚାଷୀ ମାନଙ୍କୁ ଠାରୁ ଧାନ ସଂଗ୍ରହ ହୋଇଥିବାର ସୂଚନା ପ୍ରଦାନ କଲେ ଓ ଚଳିତ ଖରିଫ ଧାନସଂଗ୍ରହ ଋତୁ -୨୦୨୧-୨୦୨୨ ପାଇଁ ସରକାର ଗଜପତି ଜିଲ୍ଲା ପାଇଁ ପ୍ରଥମ କିସ୍ତରେ ୫,୬୬୧୧୯.୪୦୨ (5,66119.402) ମେଟ୍ରିକ ଟନ ଧାନ କ୍ରୟ ପାଇଁ ଟାର୍ଗେଟ ପ୍ରଦାନ କରିଥିବାର ସୂଚନା ଦେଲେ l
ଆର. ଏମ. ସି ସେକେଟାରୀ ପାରଳାଖେମୁଣ୍ଡି ଜିଲ୍ଲାର ୪୪ଟି ସେବା ସମବାୟ ସମିତିରେ ଧାନ ସଂଗ୍ରହ ପାଇଁ ଆବଶ୍ୟକୟ ସମସ୍ତ ଉପକରଣ ଯୋଗାଣ କରାଯାଇଥିବାର ସୂଚନା ଦେଇଥିଲେ।
ଆବଶ୍ୟକ ସ୍ଥଳେ ଅଧିକ ପରିମାଣର ଟାର୍ପୋଲିନ ଓ ଚାଷୀଙ୍କ ଠାରୁ ସଂଗୃହିତ ଧାନ ସଂରକ୍ଷିତ କରିବା ପାଇଁ ଗୋଦାମ ଯୋଗାଇ ଦେବେ ବୋଲି ସୂଚନା ଦେଲେ l
ଏ. ଆର ସି ଏମ୍ ଗଜପତି ସଭାକୁ ଉଦବୋଧନ ଦେଇ କହିଲେ ଯେ ବର୍ତ୍ତମାନ ଜିଲ୍ଲାରେ ୪୪ ଟି ସୋସାଇଟି ମାଧ୍ୟମରେ ଧାନ ସଂରକ୍ଷଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଳାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ୧୦/୧୨ ଟି ଧାନ ସଂଗ୍ରହ ଉପକେନ୍ଦ୍ର ତୁରନ୍ତ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରାଗଲା।ଏଥି ସହିତ କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ସଂଗ୍ରହ କେନ୍ଦ୍ର ଗୁଡିକରେ ଚାଷୀ ମାନଙ୍କୁ ସୁଲଭ ମୂଲ୍ୟରେ ପାନୀୟ ଜଳ ଓ ମଧ୍ୟାହ୍ନ ଭୋଜନ ଯୋଗାଣ ପାଇଁ ବ୍ୟବସ୍ଥା କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଉପଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ମହାରଣା, ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ , ଚାଷୀ ପ୍ରତିନିଧି , ମିଲର ପ୍ରତିନିଧି , ସାଂସଦ ପ୍ରତିନିଧି ଧାନ ସଂଗ୍ରହ ସମ୍ବନ୍ଧୀୟ ଆଲୋଚନାରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଓ ସମସ୍ତ ପ୍ରତିନିଧିମାନେ ଉପସ୍ଥିତ ଚାଷୀ ପ୍ରତିନିଧି , ମିଲର ପ୍ରତିନିଧି , ଓ ସୋସାଇଟି କର୍ମକର୍ତ୍ତା ମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ଉପଦେଶ ଦେଲେ ଓ ଚାଷୀମାନେ ଯେପରି ବିନା ବାଧାବିଘ୍ନରେ ଧାନ ବିକ୍ରି କରିପାରିବେ ସେ ଦିଗରେ ସତର୍କତାର ସହିତ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଲେ।
ଉକ୍ତ ବୈଠକରେ ଆସନ୍ତା ମାସ ୨୮ ତାରିଖରେ ଗୋଷାଣୀ ବ୍ଲକ ଓ ୨୯ ତାରିଖରେ ଗୁମ୍ମା ବ୍ଲକରେ ଵୈଠକରେ ନିଷ୍ପତ୍ତି ନିଆଯାଇଛି।
ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଏହି ଵୈଠକ ପରିଚାଳନା କରିଥିଲେ।
ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲାର ବିଭିନ୍ନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault