ହେଡଲାଇନସ୍:

ରାୟଗଡ ଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ ସ୍ମାର୍ଟ ସ୍କୁଲର ଲୋକର୍ପଣ କଲେ ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ): ବଦଳିଛି ସରକାରୀ ବିଦ୍ୟାଳୟ ଗୁଡିକର ରୂପରେଖ, ବଦଳିଛି ଶିକ୍ଷାଦାନର ଢାଂଚା । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୫ଟି ଯୋଜନାରେ ବର୍ତମାନ ଓଡିଶାରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକର ଭିତିଭୂମୀ ସୁଦୃଢ କରାଯାଇ ଉନ୍ନତମାନର ଶିକ୍ଷାଦାନ କରିବାର ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷିରେ ରାୟଗଡ ଜିଲ୍ଲାର ୫ ଗୋଟି ବ୍ଲକ ଓ ଦୁଇ ଗୋଟି ମ୍ୟୁନିସିପାଲିଟିରେ ଥିବା ସରକାରୀ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଭାବରେ ରାୟଗଡ ସଦର ମହକୁମାରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଥମ ପର୍ଯ୍ୟାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ସ୍ମାର୍ଟ ସ୍କୁଲ ହେବା ଫଳରେ ଏଠାରେ ପଢୁଥିବା ଛାତ୍ରଛାତ୍ରୀ ମାନେ ଖୁସୀ ଥିବା ବେଳେ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଅବିଭାବକ ମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ବର୍ତମାନ ବିଦ୍ୟାଳୟ ଗୁଡିକରେ ସ୍ମାର୍ଟ ଶ୍ରେଣୀ ଗୃହ ହେବା ସହ ଇ-ଳାଇବ୍ରେରୀ, ଉନ୍ନତମାନର ବିଜ୍ଞାନ ପରୀକ୍ଷାଗାର, ବୋଟନିକାଲ ଗାର୍ଡେନ, ବିଶୁଦ୍ଧ ପାନୀୟ ଜଳ ସହ ଶୌଚାଳୟ, ଓ ଡାଇନିଙ୍ଗ ହଲ ଏହି ଭଳି ଅଧୁନିକି କରଣ କରାଯିବା ସହ ସୁନ୍ଦର ପରିବେଶ ସୃଷ୍ଟି କରିଛି ଏବଂ ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ ବିକାଶ କରିବା ପାଇଁ ବିଦ୍ୟାଳୟର କାନ୍ଥରେ ଲେଖା ଯାଇଛି ଅନେକ ନିତୀବାଣୀ । ବର୍ତମାନ ସୁଧା ପ୍ରଥମ ପର୍ଯ୍ୟାୟରେ ରାୟଗଡ ଜିଲ୍ଲାରେ ଲୋକାର୍ପଣ ହୋଇଥିବା ୭ ଗୋଟି ସ୍ମାର୍ଟ ସ୍କୁଲ ମଧ୍ୟରେ କାଶୀପୁର ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ, କଲ୍ୟାଣସିଂହପୁର ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ, ବିଷମକଟକ ବ୍ଲକର ଦୁର୍ଗୀ ଠାରେ ଥିବା ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ରାମନାଗୁଡା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ, ରାୟଗଡ ବ୍ଲକର ଶ୍ରୀ ଉଗ୍ରତାରା ଉଚ୍ଚ ବିଦ୍ୟାଳୟ, ଗୁଣୁପୁର ମ୍ୟୁନିସିପାଲିଟିରେ ଥିବା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଓ ସେହିଭଳି ରାୟଗଡ ମୁ୍ୟନିସିପାଲିଟିରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିବା ବେଳେ ନୂଆପଡା ଜିଲ୍ଲାର ୭ ଗୋଟି ଉଚ୍ଚ ବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାର ୨୫ ଗୋଟି ଉଚ୍ଚ ବିଦ୍ୟାଳୟ, ନୟାଗଡ ଜିଲ୍ଲାର ୮ ଗୋଟି ଉଚ୍ଚ ବିଦ୍ୟାଳୟ, ଗଞ୍ଜାମ ଜିଲ୍ଲାର ୮୩ ଗୋଟି ଉଚ୍ଚ ବିଦ୍ୟାଳୟକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଲୋକାର୍ପଣ କରିଛନ୍ତି । ବର୍ତମାନ ସୁଧା ଓଡିଶାରେ ସର୍ବ ମୋଟ ୧୦୭୫ ଗୋଟି ଉଚ୍ଚ ବିଦ୍ୟାଳୟ ଗୁଡିକୁ ୫ଟି ମାଧ୍ୟମରେ ସ୍ମାର୍ଟ ସ୍କୁଲରେ ରୂପାନ୍ତର ହୋଇଥିବା ବେଳେ ଆଗାମୀ ଦିନରେ ଓଡିଶାରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକର ରୂପାନ୍ତରୀ କରଣ କରାଯିବା ନେଇ ୫ଟି ସଚିବ ଶ୍ରୀ ଭି. କାର୍ତିକେୟନ୍ ପାଣ୍ଡିଆନ ସୂଚନା ପ୍ରଦାନ କରିଥିଲେ ।

ଏହି ଅବସରରେ ବିଷମକଟକ ବ୍ଲକର ଦୁର୍ଗୀ ଠାରେ ଥିବା ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସ୍ମରଣୀକା ପଚ୍ଚନାୟକ ବିଦ୍ୟାଳୟରେ ହୋଇଥିବା ଉନ୍ନତିକରଣକୁ ବର୍ଣ୍ଣନା କରିବା ସହ ଏହି ଭଳି ସୁବିଧା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯୟକ୍ରମ ଗୁଡିକର ପ୍ରଶଂସା କରିବା ସହ ଏହି ଭଳି ସ୍ମାର୍ଟ ସ୍କୁଲ ହେବା ଦ୍ୱାରା ସରକାରୀ ସ୍କୁଲରେ ପଢୁଛିବା ଛାତ୍ରଛାତ୍ରୀ ମାନେ ଭଲ ପାଠା ପଢି ଦେଶ ତଥା ବିଦେଶରେ ନିଜର ଭବିଷ୍ୟତକୁ ଉଜ୍ୱଳ କରିବା ସହ ଦେଶର ଟେକ ରଖିପାରିବେ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ରାଜ୍ୟସଭା ସାଂସଦ ଶ୍ରୀ ଏନ. ଭାସ୍କର ରାଓ, ରାୟଗଡ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମଂଚାସୀନ ଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀ, ଅବିଭାବକ, ସରକାରୀ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

0
0
0
s2sdefault