ହେଡଲାଇନସ୍:

ବାୟର କମ୍ପାନୀ ଦ୍ଵାରା ବିହନ ଓ କୀଟନାଶକ ସମ୍ବନ୍ଧିତ କୃଷକ ସମ୍ମିଳନୀ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ଟିକିରିରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଠାରେ ବାୟାର କମ୍ପାନୀ ତରଫରୁ ଏକ କୃଷିସଭା ଅନଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବୟାର କମ୍ପାନୀ ତରଫରୁ ଟିବିଏମ ହିମାଦ୍ରୀ ମହାପାତ୍ର ଓ ସ୍ଥାନୀୟ କର୍ମଚାରୀ ଶିବାଜୀ ଶାହୁ , କାହ୍ନା ବେହେରା, ମୁଖ୍ୟା ବିତରକ ତଥା ଦିପା ଟ୍ରେଡରସର ମେନେଜୀଙ୍ଗ୍ ପାର୍ଟନେର୍ ଶ୍ରୀ ଡମ୍ବରୁଧର ସାହୁ ,କୃଷି ଅଧିକାରୀ ଶ୍ରୀ ଡମ୍ବରୁଧର ନିମାଲ, ନରସିଂହ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ବର୍ତମାନ ଜନ ସଂଖ୍ୟା ହୁ ହୁ ହୋଇ ବଢ଼ୁ ଥିବା ଵେଳେ ଖଦ୍ୟାଭାବ ଯେମିତି ନ ହେଵ ସେଥିପ୍ରତି ଯତ୍ନବାନ୍ ହେବାକୁ ହେଲେ କିଭଳି ହାଇବ୍ରିଡ୍ ଧାନ, ମକା ଇତ୍ୟାଦି ଉତ୍ପାଦନ ଅଧିକ ହୋଇପାରିବ ସେହି ବିଷୟରେ ଆଲୋକପାତ କରା ଯାଇଥିଲା । ଏତଦ୍ ବ୍ୟତୀତ ବିଭିନ୍ନ ରୋଗ, ପୋକର ଦମନ କିପରି କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା । ସଭାରେ ଶ୍ରୀ ସାହୁ ସଭାପତିତ୍ବ କରିଥିବା ବେଳେ ,କୃଷି ଅଧକାରୀ ମୁଖ୍ୟ ବକ୍ତା ଓ ସୁପରଭାଇଜର ଗଗନ ପଟ୍ଟନାୟକ ସଭାଟିକୁ ପରିଚାଳନା କରିଥିଲେ । ଗିରିଧର ସାହୁ , ଲିଙ୍ଗରାଜ ସାହୁ ସହଯୋଗ କରିଥିଲେ।ଏହି ସମ୍ମିଳନୀରେ ଟିକିରି ଅଞ୍ଚଳ ର ପ୍ରାୟ ଦୁଇଶହ ଚାଷୀ ଉପସ୍ଥିତ ରହି ଉନ୍ନତ ମାନର ବିହୀନ ଓ କିଟନାଶକ କିପରି ବ୍ୟବହାର କରି ଅଧିକ ରୁ ଅଧିକ ଅମଳ କରାଯାଇପାରିବ ସେହି ବିଷୟରେ ଆଲୋଚନା ହୋଇଥିଲା।

0
0
0
s2sdefault