ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପଞ୍ଜୀକରଣ ଅଧିକାରୀ, ପାରଳାଖେମୁଣ୍ଡି ଭୋଟର ହେବା ଦେଶ ଗଢ଼ିବା ଅଭିଯାନର ଶୁଭାରମ୍ଭ କରି ମହେନ୍ଦ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ରାମଗିରି ଏବଂ ମହେନ୍ଦ୍ରତନୟା ଉଚ୍ଚ ବିଦ୍ୟାଳୟ ଆର୍.ଉଦୟଗିରି ଠାରେ ଛାତ୍ର ଛାତ୍ରୀ ମାନଙ୍କୁ ମତଦାତାର ମୂଲ୍ୟବୋଧ ଉପରେ ଆଲୋଚନା କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ନିମ୍ନଲିଖିତ ପ୍ରକାରେ ସଚେତନ କରେଇଛନ୍ତି ।
୧- ଲୋକ ମାନଙ୍କ ମୋବାଇଲର ବହୁଳ ବ୍ୟବହାର ଓ ଏହାର ସୁଦୁପଯୋଗ କୁ ଲକ୍ଷ୍ୟ କରି ଭାରତ ସରକାର ଭୋଟର ହେଲ୍ପ ଲାଇନ, ଏନ୍.ଭି. ଏସ୍.ପି ର ପ୍ରଚଳନ କରିଛନ୍ତି ।
୨- ଯାହାର ବୟସ ୦୧.୦୧.୨୦୨୨ ସୁଦ୍ଧା ୧୮ କିମ୍ୱା ତଦୁର୍ଦ୍ଧ ତାହେଲେ ଘରେ ବସି ଭୋଟର ହେଲ୍ପ ଲାଇନ ଆପ୍ ଦ୍ଵାରା ନାମ ପଞ୍ଜୀକୃତ କରି ଭୋଟର କାର୍ଡ ପାଇବା ନିମନ୍ତେ ସଚେତନ କରିଥିଲେ ।
୩- ସ୍ଵତନ୍ତ୍ର ପ୍ରଚାର ଦିବସ ତା:୨୧.୧୧.୨୦୨୧ ରିଖ ରବିବାର ଦିନ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ବୁଥ ର ବି. ଏଲ୍. ଓଙ୍କୁ ନାମ ପଞ୍ଜୀକରଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।
୪- ଭୋଟର ତାଲିକାରେ ନାମ ଯାଞ୍ଚ ସଂଶୋଧନ, ସ୍ଥାନାନ୍ତର ଅଥବା ନୂତନ ଭୋଟର ଭାବରେ ଆବେଦନ ପାଇଁ ଉପାୟ ଭୋଟର ହେଲ୍ପ ଲାଇନ ଆପ୍ ଡାଉନଲୋଡ କରି ଏହି ସମସ୍ତ କାର୍ଯ୍ୟ କରିପାରିବେ ବୋଲି କହିଥିଲେ ।
୫- ଏଥି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ନିମନ୍ତେ କିମ୍ୱା ସନ୍ଦେହ ମୁକ୍ତ ନିମନ୍ତେ ୧୯୫୦ ନମ୍ୱର୍ କୁ ଯୋଗାଯୋଗ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ ।
୬- ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଜଣକୁ ଇଲେକ୍ଟର ଆମ୍ବାସଡର ଭାବେ କାମ କରି ଭୋଟର ହେଲ୍ପ ଲାଇନ ମାଧ୍ୟମରେ ନାମ ପଞ୍ଜୀକୃତ କରିବାକୁ ପରାମର୍ଶ ଦିଆଗଲା ଓ ଯେଉଁ ଛାତ୍ର ଅଧିକ ସଂଖ୍ୟକ ପଞ୍ଜୀକୃତ କରିବ ତାହାକୁ ପ୍ରଶଂସା ପତ୍ର ଜିଲ୍ଲା ଅଧିକାରୀଙ୍କ ସ୍ୱାକ୍ଷରରେ ପ୍ରଦାନ କରାଯିବ ।
୭- ଆଗାମୀ ଦିନରେ ପ୍ରତ୍ୟେକ କଲେଜ୍ ମାନଙ୍କରେ ଏହାର ବହୁଳ ପ୍ରଚାର ପ୍ରସାରଣ କରାଯିବ ।
ରାଜ୍ୟ
ଭୋଟର ହେବା ଦେଶ ଗଢ଼ିବା ଅଭିଯାନର ଶୁଭାରମ୍ଭ
- Hits: 525