ହେଡଲାଇନସ୍:

ପାରଳାଖେମୁଣ୍ଡି ଠାରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ଵାରା ଜିଲ୍ଲା ପାରିବାରିକ ଅଦାଲତ ଉଦଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜ୍ କୋର୍ଟ ପରିସରରେ ବୁଧବାର ଦିନ ଜିଲ୍ଲା ପାରିବାରିକ ଅଦାଲତ ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଡ଼ଃ ଜଷ୍ଟିସ ଏସ୍. ମୁରଲୀଧର ଏହି ଜିଲ୍ଲା ପାରିବାରିକ ଅଦାଲତକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଭର୍ଚୁଆଲ ଉଦ୍ଘାଟନ ଉତ୍ସବରେ ହାଇକୋର୍ଟର ମାନ୍ୟବର ଡ ଜଷ୍ଟିସ୍ ବି.ଆର୍.ଷଡ଼ଙ୍ଗୀ, ମାନ୍ୟବର ଜଷ୍ଟିସ୍ ଆର୍.କେ. ପଟ୍ଟନାୟକ ଏବଂ ମାନ୍ୟବର ଜଷ୍ଟିସ୍ ଏ.କେ. ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ ।

ଓଡ଼ିଶା ହାଇକୋର୍ଟର ମାନ୍ୟବର ଜଷ୍ଟିସ୍ ଶ୍ରୀ ଏସ୍. ପୂଜାହାରି ଏବଂ ମାନ୍ୟବର ଜଷ୍ଟିସ୍ ଶ୍ରୀ ଅରିନ୍ଦମ ସିହ୍ନା, ମାନ୍ୟବର ଜଷ୍ଟିସ ଶ୍ରୀ ଏସ୍.କେ.ପାଣିଗ୍ରାହୀ ଏବଂ ମାନ୍ୟବର ଜଷ୍ଟିସ ଶ୍ରୀ ଶଶିକାନ୍ତ ମିଶ୍ର ଏହି ଭର୍ଚୁଆଲ ଉତ୍ସବରେ ଉପସ୍ଥିତ ଥିଲେ ।
ଜିଲ୍ଲା ପାରିବାରିକ ଅଦାଲତ ଏଠାରେ ପ୍ରତିଷ୍ଠା ହେବାଦ୍ୱାରା ଜିଲ୍ଲାରେ ଯେତେ ସବୁ ବୈବାହିକ ତଥା ଦାମ୍ପତ୍ୟ , ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଓ ପାରିବାରିକ ସମସ୍ୟା ରହିଛି , ତାର ଶୀଘ୍ର ସମାଧାନ ହୋଇ ପାରିବ ଏବଂ ଗଜପତି ଜିଲ୍ଲାବାସୀ ଏହାଦ୍ୱାରା ଶୀଘ୍ର ଓ ଉପଯୁକ୍ତ ନ୍ୟାୟ ପାଇପାରିବେ ବୋଲି ଜିଲ୍ଲା ଦୌରାଜଜ୍ ଶ୍ରୀ ସତ୍ୟପିର ମିଶ୍ର ଉଦବୋଧନ ଦେଇ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବାର ସଂଘ ସଭାପତି ଶ୍ରୀ ରାମନାଥ ମିଶ୍ର ଏବଂ ସାଧାରଣ ସମ୍ପାଦକ ଶ୍ରୀ ଏମ୍.ପୃଥ୍ଵୀରାଜ ପ୍ରମୁଖ ଉଦବୋଧନ ଦେଇ ଏହି ଜିଲ୍ଲା ଫେମିଲି କୋର୍ଟ ପ୍ରତିଷ୍ଠା ହେବା ଦ୍ୱାରା ଜିଲ୍ଲାବାସୀ ସେମାନଙ୍କ ବୈବାହିକ ଓ ପାରିବାରିକ ସମସ୍ୟା କ୍ଷେତ୍ରରେ ଏଠାରେ ତ୍ୱରିତ ନ୍ୟାୟ ପାରିପାରିବେ।
ଜିଲ୍ଲା ଫେମିଲି କୋର୍ଟ ଜଜ୍ ଶ୍ରୀ ସୁବ୍ରତ ମହାନ୍ତି ତାଙ୍କ କୋର୍ଟରେ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଏସପି ଶ୍ରୀ ଜୟରାମ ଶତପଥୀ , ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ , ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣାଙ୍କ ସମେତ ଜିଲ୍ଲା ଦୌରାଜଜ୍ କୋର୍ଟର ସମସ୍ତ ମାଜିଷ୍ଟ୍ରେଟ ଓ ବାର ସଂଘର ସମସ୍ତ ଓକିଲ ସଭ୍ୟମାନେ ଉପସ୍ଥିତ ଥିଲେ ।

0
0
0
s2sdefault