ପଦ୍ମପୁର (ଶାସକପ୍ରଶାସକ)-ଓଡିଶା ରାଜ୍ୟରେ ବାରଶହ ରୁ ଉର୍ଦ୍ଧ ଚିଟଫଣ୍ଡ କମ୍ପାନୀ ପ୍ରାୟ ୪୦ ହଜାର ରୁ ଅଧିକ ଜମାକାରୀ ଙ୍କୁ ଠକିବାରେ ରାଜ୍ୟ ସରକାର ଓ ରାଜନୈତିକ ନେତୃବୃନ୍ଦ ସହାୟକ ହୋଇଥିବା ଘଟଣା ଟି ପ୍ରଘଟ ହୋଇଯିବା ପରେ ସରକାର ଙ୍କ ପକ୍ଷରୁ ଚିଟଫଣ୍ଡ କମ୍ପାନୀ ର କାର୍ଯ୍ୟାଳୟ ଗୁଡିକ ଚଢ଼ାଉ କରି ସେମାନଙ୍କ ସମ୍ପତ୍ତି ତଥା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ସହ ଗାଡ଼ି ଗୁଡ଼ିକ ଜବତ କରାଯାଇଥିଲା lଠିକ ସେତିକି ବେଳେ ୨୦୧୪ ନିର୍ବାଚନ ଘନେଈ ଆସୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଥିଲେ ଯେ,"ମୁଁ ଓ ମୋର ସରକାର ରାଜ୍ୟରେ ଅଗଣିତ ଜମାକାରୀ ଙ୍କ ପାଇଁ ଚିନ୍ତିତ ହେବା ସହ ଏକ ତଦନ୍ତ କମିଶନ ବସାଯିବା ସହ ଜମାକାରୀ ଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏକ ଆଇନ ମାନ୍ୟବର ରାଷ୍ଟ୍ରପତି ଙ୍କ ଅନୁମୋଦନ ପାଇଁ ପଠାଗଲା ଓ ଏହା ଅନୁମୋଦିତ ହୋଇ ସ୍ୱତନ୍ତ୍ର ଅଦାଲତ ମାନ ଗଠନ କରାଗଲା lଏହାପରେ ୨୦୧୪ ଆର୍ଥିକ ବର୍ଷ ବଜେଟ ପୂର୍ବରୁ ୩୦୦ କୋଟି ର ଏକ କର୍ପସ୍ ଫଣ୍ଡ ଗଠନ କରାଯାଇ ସେଇ ଅର୍ଥରୁ ଜମାକାରୀ ଙ୍କୁ ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ବଜେଟ ବ୍ୟବସ୍ଥା ମଧ୍ୟ କରାଯାଇଛି lସରକାର ପ୍ରଥମ ପର୍ଯ୍ୟାୟରେ କମିଶନ ଙ୍କ ଜରିଆରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ସତ୍ୟପାଠ ସେ ସମୟରେ ଜମାକାରୀ ଙ୍କ ଠାରୁ ସତ୍ୟପାଠ ଗ୍ରହଣ କଲାପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ରେ ଟର୍ନ ଅଫ୍ ରେଫରେନ୍ସ କୁ ପରିବର୍ତ୍ତନ କରି ୨୦୧୮-୧୯ ମସିହାରେ ୭ ଲକ୍ଷରୁ ଉର୍ଦ୍ଧ୍ଵ ଜମାକାରୀ ଙ୍କ ଠାରୁ ସତ୍ୟପାଠ ଗ୍ରହଣ କରିଥିଲେ lଏଭଳି ଭାବେ ୧୭ଲକ୍ଷରୁ ଉର୍ଦ୍ଧ ସତ୍ୟପାଠ ଗ୍ରହଣ କଲାପରେ କମିଶନ ୭ବର୍ଷରୁ ଉର୍ଦ୍ଧ କାମକଲାପରେ ୪ଲକ୍ଷ ୯୭ହଜାର କ୍ଷୁଦ୍ର ଜମାକାରୀ ଙ୍କୁ ଚିହ୍ନଟ କରି ଟଙ୍କା ଫେରାଇବାପାଇଁ ସରକାରଙ୍କୁ ସୁପାରିଶ କରିଥିଲେ lକିନ୍ତୁ ଅତ୍ୟନ୍ତ ଦୁଃଖ ର ଓ ପରିତାପର ବିଷୟ ଏହି ଯେ,୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କିଛି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରି ଲୋକଙ୍କ ଆସ୍ଥାଭାଜନ ହୋଇ ଅକ୍ଳେଶରେ ନିର୍ବାଚନ ବୈତରଣୀ ପାର ମଧ୍ୟ ହୋଇ ଗଲେ lନିର୍ବାଚନ ରେ ଜିଣିଲା ପରେ ସବୁ ଚୁପ୍, ଟଙ୍କା ଫେରସ୍ତ ର ନାଁ ମଧ୍ୟ ପଡ଼ିଲା ନାହିଁ lବିଧାନସଭା ଭିତରେ ଓ ବାହାରେ ୩୦୦ କୋଟି ଟଙ୍କାରୁ କେତେ ଜମାକାରୀ ଟଙ୍କା ଫେରିପାଇଲେ ତାର ସଠିକ ଉତ୍ତର ନଦେଇ କେବଳ ତଥ୍ୟ ସଂଗ୍ରହ ଚାଲିଛି ବୋଲି ମାନ୍ୟବର ଅର୍ଥମନ୍ତ୍ରୀ ସୂଚନା ପ୍ରଦାନ କରି ଜମାକାରୀ ଅନ୍ଧଗଳି ରେ ଦର୍ପଣ ବିକା ସଦୃଶ ପାଠ ଟି ପଢ଼ାଇ ଦେଲେ lସେପରି ୨୦୧୮-୧୯ ମସିହାରେ ଯେଉଁ ୭ ଲକ୍ଷରୁ ଉର୍ଦ୍ଧ୍ବ ଜମାକାରୀ ଙ୍କ ଠାରୁ ସତ୍ୟପାଠ ଗ୍ରହଣ କରିଥିଲେ ତାହା ଏ ପର୍ଯ୍ୟନ୍ତ ଯାଞ୍ଚ ନକରି ଡିଜିଟାଇଜେସନ ନାମରେ କମିଶନ କାର୍ଯ୍ୟାଳୟ ରେ ଉଈ ଖାଇଗଲାଣି ବୋଧହୁଏ lଏବଂ କମିଶନ କାର୍ଯ୍ୟାଳୟ ବନ୍ଦ କରିଦିଆଯାଇଛି lଚିଟଫଣ୍ଡ କମ୍ପାନୀର ସବୁ ବ୍ୟାଙ୍କ ଆକାଉଣ୍ଟ, ସମ୍ପତ୍ତି,ଗାଡ଼ି ସବୁ ଯେଉଁ ଜବତ କରାଗଲା ତାର ଆକଳନ ଓ କେତେ ଜମାକାରୀ ଙ୍କୁ ଚିହ୍ନଟ କରି କେତେଟଙ୍କା ଫେରସ୍ତ କରାଗଲା ଏ ସମ୍ପର୍କରେ ମଧ୍ୟ ବିଧାନ ସଭାରେ ତଥ୍ୟ ଉପସ୍ଥାପନ କରାଯାଉନାହିଁ lତେଣୁ ଆଠ ବର୍ଷ ଭିତରେ ସରକାର ଜମାକାରୀ ଙ୍କୁ ଦେଇଥିବା ନିର୍ଭରଯୋଗ୍ୟ ପ୍ରତିଶୃତି ପ୍ରତାରଣା ରେ ପରିଣତ ହୋଇଛି lତେଣୁ ରାଜ୍ୟ ସରକାରଙ୍କ ଏହି ମହାଠକେଇ ବିରୁଦ୍ଧରେ ଆର୍ଥିକ ସଂସ୍ଥା ମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ ଗଣ ଆନ୍ଦୋଳନ ଜରିଆରେ ଲଢିବାକୁ ଆଗାମୀ ନିର୍ବାଚନ ପୂର୍ବରୁ ସରକାର ଙ୍କୁ ଚେତାବନୀ ଦିଆଯାଇଛି lଯଦି ନିରୀହ ଜମାକାରୀ ଙ୍କ ଟଙ୍କା ଫେରସ୍ତ ପାଇଁ କୈାଣସି ଦୃଢ ପଦକ୍ଷେପ ଅବଲମ୍ବନ ନ କରନ୍ତି ତେବେ ଏବେ ଘନେଈ ଆସୁଥିବା ଗ୍ରାମପଞ୍ଚାୟତ ନିର୍ବାଚନ ରେ ଜମାକାରୀ ମାନେ ସଠିକ ଭାବେ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି lଏ ପରିପ୍ରେକ୍ଷୀରେ ଆଜି ପଦ୍ମପୁର ଅଞ୍ଚଳ ର ବିଭିନ୍ନ ଚିଟଫଣ୍ଡ କମ୍ପାନୀ ଯଥା:-ସାଇ ପ୍ରକାଶ,ସାଇ ପ୍ରସାଦ,ମାଇକ୍ରୋ,ସିସୋର୍,ପି.ଏ.ସି.ଏଲ୍ ପ୍ରଭୃତି କମ୍ପାନୀ ର ଜମାକାରୀ ମାନେ ପଦ୍ମପୁର ସ୍ଥିତ ଗୋରୁ ବଜାର ରୁ ବାହାରି ଏକ ବିଶାଳ ଶୋଭାଯାତ୍ରା ରେ ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ ପ୍ରଦର୍ଶନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି lଏ ବିକ୍ଷୋଭ ରେ ମିଳିତ ମଞ୍ଚ ତରଫରୁ ଓଡ଼ିଶା ରାଜ୍ୟ ସଭାପତି ଶ୍ରୀମାନ ଜୟନ୍ତ ଦାସ, ସମ୍ପାଦକ ମଧୁସୂଦନ ବିଶ୍ୱାଳ,ଯୁଗ୍ମ ଆବାହିକା ଅନୁରାଧା ସୁବୁଦ୍ଧି, କୃଷକ ନେତା ରମେଶ ମହାପାତ୍ର, ସୁଧାଂଶୁ ବେହେରା, ଗୈାରୀଶଙ୍କର ସାହୁ,ପଦ୍ମପୁର ର ସୁଶାନ୍ତ ମହାପାତ୍ର, ଦେବରାଜ ବେହେରା,ସୁଦାମ ବେହେରା, ରବିନ୍ଦ୍ର ପୁରୋହିତ, ଡମ୍ବରୁଧର ସାହା, ଯୋଗେଶ୍ୱର ମେହେର, କୃଷ୍ଣଚନ୍ଦ୍ର ପଣ୍ଡା,ଦୀପକ ମେହେର, ସୁଶାନ୍ତ ଆଚାର୍ଯ୍ୟ, ରାଜକୁମାର ସେଠ ପ୍ରମୁଖ ଯୋଗଦେଇ ଜମାକାରୀମାନେ ଏକାଠି ହୋଇ ଲଢିବାକୁ ଆହ୍ୱାନ ଦେଇଥିଲେ l
ରାଜ୍ୟ
ଚିଟଫଣ୍ଡ ଜମାକାରୀ ଘେରିଲେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
- Hits: 873