ବରଗଡ଼(ଶାସକପ୍ରଶାସକ) - ଆଜି ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅଷ୍ଟମ ବାର୍ଷିକ ସ୍ଵନକ୍ଷତ୍ର ମହୋତ୍ସବ ଏବଂ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଇକମାଳର ଯୁବ ସମାଜସେବୀ ସୁମିତ ଅଗ୍ରୱାଲଙ୍କୁ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ସେବାଶ୍ରୀ ସମ୍ମନରେ ସମ୍ମାନିତ କରାଯାଇଛି । ଯେଉ ସମୟରେ ସାର ବିଶ୍ଵ କରୋନା ମହାମାରୀ କବଳରେ କବଳିତ ହୋଇଥିଲା ସେହି ସମୟରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଥିଲା । ପାଇକମାଳ ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳର ବହୁ କମ ଲୋକ ମାସ୍କ ବ୍ୟବହାର କରୁଥିଲେ । ଅନେକ ଲୋକ ମାସ୍କ୍ ପରିଧାନ ବିଷୟରେ ଅବଗତ ନଥିଲେ । ଏହି ସମୟରେ ଜନସାଧରଣ ମାନଙ୍କୁ ସଚେତନ କରାଇବା ଏକ ବଡ଼ ଚେଲେଞ୍ଜ ଭାବେ ଉଭା ହୋଇଥିଲା । ଏହି ଚେଲେଞ୍ଜ କୁ ଗ୍ରହଣ କରିଥିଲେ ସୁମିତ ଅଗ୍ରୱାଲ । ସେହି ସମୟରେ ସୁମିତ ଅଗ୍ରୱାଲ ପାଖାପାଖି ୫୦ ରୁ ୬୦ ହଜାର ମାକ୍ସ ସ୍ଥାନୀୟ ଦରଜୀ ମାନଙ୍କ ଠାରୁ ତିଆରି କରି ବରଗଡ଼, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଙ୍କ ସହଯୋଗୀ ମାନଙ୍କ ଦ୍ଵାରା ଏହି ମାକ୍ସ ଗୁଡାକ ଲୋକଙ୍କୁ ମାଗଣାରେ ବଣ୍ଟନ କରାଯାଇଥିଲା । ସେହି ସମୟରେ ଶ୍ରୀ ଅଗ୍ରୱାଲ ଅଞ୍ଚଳର ବିଭିନ୍ନ ଗ୍ରାମ ମାନଙ୍କୁ ଜାଇ ଘର ଘର ବୁଲି ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଥିଲା । କରୋନାର ପ୍ରଥମ ଓ ଦ୍ବିତୀୟ ଲହରିରେ ବହୁ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ଏହା ସହ ଯଦି ପରିବାରର ମୁଖ୍ୟ ଆୟକର୍ତ୍ତା ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କ ପରିବାରର ସମସ୍ତ ଖର୍ଚ୍ଚ ବୁଝୁଥିଲେ ସୁମିତ ଅଗ୍ରୱାଲ । ସମସ୍ତଙ୍କୁ ସେବା କରି କରି ନିଜେ କରୋନା ମହାମାରୀର କବଳରେ କବଳିତ ହେଲେ ଶ୍ରୀ ଅଗ୍ରୱାଲ । ସୁସ୍ଥ ହେବାପରେ ସଙ୍ଗେ ସଙ୍ଗେ ବାହାରି ପଡ଼ିଥିଲେ ଲୋକଙ୍କ ସେବାରେ । ଏହି ସମସ୍ତ କାମ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ବହୁ ମାତ୍ରାରେ ପ୍ରଶଂସା ପାଇଥିଲେ ସୁମିତ ଅଗ୍ରୱାଲ । ଏହି ସମସ୍ତ ସେବା କାର୍ଯ୍ୟକୁ ଦେଖି ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀ ସୁମିତ ଅଗ୍ରୱାଲଙ୍କୁ ସେବଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।