ପୁରୀ(ଅନିମେଶ ପଟ୍ଟନାୟକ): ପରିମଳ ବ୍ୟବସ୍ଥା ପାଇଁ ପୁରୀ ସହରବାସୀଙ୍କ ଠାରୁ ୟୁଜର ଫି ଆଦାୟ ପାଇଁ ପୂରୀ ପୌର ସଂସ୍ଥାର ନିଷ୍ପତିକୁ ବିରୋଧ କରାଯାଇଛି। ୨୫ ଗୋଟି ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଅଛି। ଏଭଳି ନିଷ୍ପତି ସଂପୂର୍ଣ୍ଣ ବେଆଇନ, ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଏବଂ ଜନ ବିରୋଧୀ ବୋଲି ଅଭିଯୋଗରେ ଦର୍ଶାଯାଇଛି । ତେଣୁ ନିଷ୍ପତି ପ୍ରତ୍ୟାହାର ଦାବିକରି ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପୁରୀ ସହରବାସୀ ପ୍ରତ୍ୟେକ ବର୍ଷ ପୌର ସଂସ୍ଥାକୁ ହୋଲ୍ଡିଂ ଟିକସ ଦେଉଥିବାରୁ ପରିମଳ କାର୍ଯ୍ୟ ପାଇଁ ଆଉଥରେ ୟୁଜର ଫି ଦେବାର ଆବଶ୍ୟକତା ନଥିବା ବିଭିନ୍ନ ସଂଗଠନ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାଛଡ଼ା ପରିମଳ କାର୍ଯ୍ୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ଏ ସଂପର୍କରେ ପୌର ଅଧିକାରୀଙ୍କ ସହ ଆଲୋଚନା କରାଯିବ ସହ ନିଷ୍ପତ୍ତିର ପୁର୍ନବିଚାର କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଆଗାମୀ ୧୦ ତାରିଖରେ ହେବାକୁଥିବା ସତ୍ୟାଗ୍ରହ ନିଷ୍ପତି ସ୍ଥଗିତ ରଖାଯାଇଛି। ପୌର ସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ଆଲୋଚନା ବେଳେ ଉପସ୍ଥିତ ଥିଲେ।
ପୁରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ, କୁମାର ଉତ୍ସବ ସମିତି ସାଧାରଣ ସମ୍ପାଦକ ସ୍ବାଧିନ କୁମାର ପଣ୍ଡା, ସଚେତନ ନାଗରିକ ମଂଚ ସମ୍ପାଦକ ଲାଲେଟେନ୍ଦୁ ମିଶ୍ର, ଜିଲ୍ଲା ଯୁବ ଅଧିବକ୍ତା ସଂଘ ସଭାପତି ବିଶ୍ୱଜିତ୍ ପ୍ରଧାନ, ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀର ଅମରେନ୍ଦ୍ର ପାଇକରାୟ, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା, ଶ୍ରୀ ଜଗନ୍ନାଥ ଭକ୍ତ ପରିଷଦ ଆବାହକ ସୂର୍ଯ୍ୟ ନାରାୟଣ ରଥ, ଦୃଷ୍ଟି ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ନାରାୟଣ ଦାସ, ଅଭିନନ୍ଦନିକା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି, ଭକ୍ତ ସାଲବେଗ ସାଂସ୍କୃତିକ ପରିଷଦ ସଭାପତି ଚକ୍ରଧର ମହାପାତ୍ର, ମିଶନ ଓଡ଼ିଶା ସମ୍ପାଦକ ମଧୁସୂଦନ ମିଶ୍ର, ଉର୍ଯାବାନ ଓଡ଼ିଶା ସମ୍ପାଦିକା ନିହରିକା ତ୍ରିପାଠୀ, ସିଆଇଟିୟୁ ସମ୍ପାଦକ ଜଗନ୍ନାଥ ଦେଓ, ସିପିଆଇ ଏମ ସମ୍ପାଦକ ଶରତ କୁମାର ରାୟଗୁରୁ, ଜୟ ହିନ୍ଦୀ କ୍ଲବ ସମ୍ପାଦକ ଲଗୁନା ଭୋଇ, ଶ୍ରୀକ୍ଷେତ୍ର ଅଟୋ ଚାଲକ ୟୁନିଅନ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମୁଦୁଲି , ସମୀର ସାମନ୍ତରାୟ, ତ୍ରିଲୋଚନ ଦାସ ସେଥିରେ ଅଂଶ ଗ୍ରହଣ କରିଥିଲେ।
ରାଜ୍ୟ
ପରିମଳ ଟିକସ ବ୍ୟବସ୍ଥାକୁ ବିରୋଧ; ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
- Hits: 305