ହେଡଲାଇନସ୍:

ପତିଆଲପଡା ଶିବମନ୍ଦିର ଠାରେ ଉଦନ୍ତୀ ନଦୀରେ ବିଜୁ ସେତୁ ନିର୍ମାଣ ସମନ୍ଧେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୋର୍ଲା ପଞ୍ଚାୟତ ଅନ୍ତର୍ଗତ ପତିଆଲପଡା ଶିବମନ୍ଦିର ରାସ୍ତା ଠାରୁ ଖଇରପଦର ରାସ୍ତା ଉଦନ୍ତୀ ନଦୀ ମୁହାଣରେ ବିଜୁସେତୁ ନିର୍ମାଣ କରାଯିବା ନେଇ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଅଞ୍ଚଳ ବାସୀ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ପୂର୍ବ ପ୍ରସ୍ତାବିତ ଏହି ପତିଆଲ ପଡା ଶିବମନ୍ଦିର ଠାରେ ଉକ୍ତ ସେତୁ ନିର୍ମାଣ ହେବା ପରିବର୍ତେ ଅନ୍ୟ ଏକ ସ୍ଥାନରେ ନିର୍ମାଣ କରାଯାଉଥିବା ଯୋଜନା ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଉକ୍ତ ସ୍ଥାନରେ ନିର୍ମାଣ ହେଲେ ଯାତାୟତରେ ପ୍ରତିବନ୍ଧକ ସୃଷ୍ଟି ହେବା ସହ ଜନଅସନ୍ତୋଷ ଦେଖାଦେବ। ଫଳରେ ଆଗାମୀ ଦିନରେ ସ୍ଥାନୀୟ ଲୋକେ ରାଜ ରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ।ଏଣୁ ସ୍ଥାନୀୟଗୋର୍ଲା,ଟିମନପୁର,ରାଣୀମୁଣ୍ଡା,ଖର୍ସେଲ,ନୀଳଜୀ ,ଖଇରପଦର,କଇଟପଦର,କେନ୍ଦୁମୁଣ୍ଡା,ଘୁଚାଗୁଡା ପ୍ରଭୃତି ପଞ୍ଚାୟତ ର ଜନସଧାରଣ ଉପସ୍ଥିତ ହୋଇ ଏକ ବୈଠକ ଆୟୋଜନ କରିଥିଲେ। ଉକ୍ତ ବୈଠକରେ ପୂର୍ବ ପ୍ରସ୍ତାବିତ ପତିଅଳପଡା ଶିବମନ୍ଦିର ଠାରେ ପୋଲ ନିର୍ମାଣ ପାଇଁ ସର୍ବ ସମ୍ମତି କ୍ରମେ ଗୃହୀତ କରାଯାଇଛି।ଉକ୍ତ ସ୍ଥାନରେ ପୋଲ ନିର୍ମାଣ ହେଲେ ସିନପାଳିରୁ ବୋଡେ଼ନ ତଥା ଛତିଶଗଡ଼ କୁ ଗମନାଗମନ ସୁବିଧା ସହଜ ହୋଇପାରିବ । ଫଳ ରେ ପୂର୍ବ ପ୍ରସ୍ତାବିତ ପତିଅଳପଡା ଶିବମନ୍ଦିର ଠାରେ ଉଦନ୍ତୀ ନଦୀରେ ପୋଲ ନିର୍ମାଣ ହେଲେ ବହୁ ଲୋକଙ୍କ ସୁବିଧା ହେବ ବୋଲି ସ୍ଥାନୀୟ ଲୋକେ ଏକ ଜୁଟ ହୋଇ ବିଭାଗୀୟ ଅଧିକାରୀ ଙ୍କୁ ଲିଖିତ ଦାବି ଜଣାଇବା ଥିବା ଜଣାପଡିଛି। ଉକ୍ତ ଦାବି ପ୍ରଦାନ ସମୟରେ ସ୍ଥାନୀୟ ଶିକ୍ଷାବିତ ତଥା ସମାଜସେବୀ ମହେନ୍ଦ୍ର ସୁନାନୀ ଙ୍କ ସମେତ ସୁଦର୍ଶନ ମାଝୀ, ମଧୁବନ ମାଝୀ, ସୁରେନ୍ଦ୍ର ସୁନାନୀ, ତୁଳସିରାମ ମାଝୀ,ରାମେଶ୍ୱର ମାଝୀ, କୃତିକା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

 

0
0
0
s2sdefault