ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ୍ର ଚିଲିକା ଦ୍ୱୀପାଞ୍ଚଳ ମଧ୍ୟରେଥିବା ନୂଆପଡ଼ା ସେବା ସମବାୟ ସମିତି, ବଡ଼ଝାଡ଼ ସେବା ସମବାୟ ସମିତି, ଅଲଣ୍ଡା ସେବା ସମବାୟ ସମିତି ଓ ତିତିପ ସେବା ସମବାୟ ସମିତି ପ୍ରମୁଖ ୪ଟି ସୋସାଇଟି ଅନ୍ତର୍ଗତ ସମସ୍ତ ଚାଷୀ ଓ ଉପଭୋକ୍ତାଙ୍କ ଦୀର୍ଘଦିନର ଦାବି ଓ ସମ୍ମୁଖୀନ ହେଉଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି ରାଜ୍ୟ ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା
ବୈଠକରେ ଚିଲିକା ଦ୍ୱୀପାଞ୍ଚଳ ମଧ୍ୟରେ ଥିବା ୪ଟି ସୋସାଇଟିର ହିତାଧିକାରୀମାନଙ୍କ ପାଇଁ କୃଷ୍ଣପ୍ରସାଦ (ଦ୍ୱୀପାଞ୍ଚଳ) ମଧ୍ୟରେ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ଏକ ସ୍ୱତନ୍ତ୍ର ଶାଖା ପ୍ରତିଷ୍ଠା କରିବା ସହିତ ଚଳିତ ବର୍ଷ କ୍ଷତିଗ୍ରସ୍ତ ଚାଷୀମାନେ କିଭଳି ଭାବେ ସେମାନଙ୍କ ବୀମା ଦାବି ସଠିକ୍ ଭାବେ ପାଇପାରିବେ ତା'ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତିା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ବୈଠକରେ ଯୋଗଦେଇ କୃଷ୍ଣପ୍ରସାଦ ଦ୍ୱୀପାଞ୍ଚଳରେ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ଏକ ସଂପ୍ରସାରିତ (ଏକ୍ସଟେନସନ) କାଉଣ୍ଟର କାର୍ଯ୍ୟକ୍ଷମ କରିବା ସହିତ ଏହି ୪ଟି ସୋସାଇଟି ଅନ୍ତର୍ଗତ ସମସ୍ତ ହିତାଧିକାରୀ ଓ ଚାଷୀ ଭବିଷ୍ୟତରେ ଯେଭଳି କୌଣସି ସମସ୍ୟାରେ ସମ୍ମୁଖୀନ ନହେବେ ସେଥିପ୍ରତି ପଦକ୍ଷେପ ନେବାକୁ ରାଜ୍ୟ ସମବାୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ତୁରନ୍ତ ଏ ସଂପର୍କରେ ସରକାରୀ ନିଷ୍ପତ୍ତି ନେବା ପାଇଁ ନିଜର ମତ ରଖିଥିଲୋ
ଏହି ବୈଠକରେ ଭୁବନେଶ୍ୱର ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ସଚିବ, ପୁରୀ ଜିଲ୍ଲା ପ୍ରଶାସନ ତଥା ସମବାୟ ବିଭାଗର ବରିଷ୍ଠ ଅଧିକାରୀ ଓ ୪ଟି ସୋସାଇଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲୋ