ହେଡଲାଇନସ୍:

ପାଇକମାଲ ଅଞ୍ଚଳରେ ବଢିବାରେ ଲାଗିଛି କୁଚିଆ ମଦଭାଟି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କୁଚିଆ ମଦଭାଟି ବନ୍ଦ କରିବା ପାଇଁ ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ପାଇକମାଲ ଅଞ୍ଚଳର ଗ୍ରାମାଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି କୁଚିଆ ମଦଭାଟି। ପାଇକମାଲ ଅଞ୍ଚଳର ପ୍ରତ୍ୟେକ ଗାଁରେ ଗୋଟିଏ ଦୁଇଟି କୁଚିଆ ମଦଭାଟି ଖୋଲାଚାଲିଛି । ପାଇକମାଲ ଅବକାରୀ ଥାନା ଅନ୍ତର୍ଗତ ଭୂବନେଶ୍ୱର ପୁରରେ ମଧ୍ୟ ଏକ କୁଚିଆ ମଦଭାଟି ଖୋଲା ଯାଇଛି । ଯଦ୍ବାରା ଏହି ଅଞ୍ଚଳର ଯୁବପିଢ଼ି ନିଶାଗ୍ରସ୍ତ ହେବା ସହ ଅଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଅତି ସହଜରେ ନିକଟରେ ମଦ ବିକ୍ରି ହେଉଥିବା କାରଣରୁ ଲୋକମାନେ ମଦ ସେବନ କରୁଛନ୍ତି ଏବଂ ଘରୋଇ ହିଂସା ମଧ୍ୟ ବଢ଼ିବାରେ ଲାଗିଛି । ଭୂବନେଶ୍ୱରପୁର ଅଞ୍ଚଳକୁ ଏହି ମଦ କବଳରୁ ବଞ୍ଚାଇବା ପାଇଁ ମହିଳା ଓ ଶିକ୍ଷିତ ଯୁବ ସମାଜ ଆଗେଇ ଆସିଛନ୍ତି । ଭୂବନେଶ୍ୱରପୁର ଗ୍ରାମର କୁଚିଆ ମଦଭାଟି କୁ ବନ୍ଦ କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଗ୍ରାମବାସୀ ମାନେ ଲିଖିତ ଭାବେ ଜଣାଇଛନ୍ତି ।

0
0
0
s2sdefault