ହେଡଲାଇନସ୍:

କାଶିପୁର ଆଦିବାସୀ ସମାଜ କଲା ଗର୍ଜ୍ଜନ :୩ଟି ଜିଲ୍ଲା ପରିଷଦ ଆସନରେ ଆଦିବାସୀଙ୍କୁ ସଂରକ୍ଷଣ ନଦେଲେ ଭୋଟ ବର୍ଜ୍ଜନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶିପୁର ବ୍ଲକ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସଂରକ୍ଷଣକୁ ନେଇ ତୀବ୍ର ଅସନ୍ତୋଷ

ରାୟଗଡ(ସରୋଜ କୁମାର ସାହୁ): ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ୨୦୨୨ ପାଇଁ କାଶୀପୁର ବ୍ଲକରେ ଥିବା ୩ଟି ଜିଲ୍ଲା ପରିଷଦ ଆସନରେ ଆଦିବାସୀଙ୍କୁ ଯଦି ସଂରକ୍ଷଣ ନ ଦିଆ ଯାଏ, ତା ହେଲେ ୨୦୧୨ ମସିହା ଭଳି ୨୦୨୨ରେ କାଶୀପୁର ଆଦିବାସୀ ସମାଜ ତରଫରୁ ସଂପୂର୍ଣ୍ଣ ଭାବେ ଭୋଟ ବର୍ଜନ କରିବା ସହ କାଶୀପୁର ବ୍ଲକକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ଓ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି କାଶିପୁର ଆଦିବାସୀ ସମାଜର ଆବାହକ ଉପେନ୍ଦ୍ର ମାଝି ଚେତାବନୀ ଦେଇଛନ୍ତି । ଏ ନେଇ କାଶୀପୁର ଆଦିବାସୀ ସମାଜ ତରଫରୁ ରାୟଗଡ ସଦର ମହକୁମା ସ୍ଥିତ ସତ୍ୟମ ରେସିଡେନସିର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ୨୦୨୨ ପାଇଁ କାଶୀପୁର ଆଦିବାସୀ ସମାଜର କଣ ଆଭିମୁଖ୍ୟ ରହିବ ସେ ନେଇ ଉପସ୍ଥିତ ଆଦିବାସୀ ସମାଜର କର୍ମକର୍ତା ମାନେ ମତବ୍ୟକ୍ତ କରିଥିଲେ । କାଶୀପୁର ବ୍ଲକରେ ଆଦିବାସୀଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ କେଉଁ କାରଣରୁ ତାଙ୍କୁ ଅଣଦେଖା କରାଯାଇ ୩ଟି ଜିଲ୍ଲା ପରିଷଦ ଆସନରୁ ଗୋଟିଏ ବି ଆସନ ସଂରକ୍ଷଣ କରାଯାଇନାହିଁ ବୋଲି ପ୍ରଶ୍ନ କରିଛି ଆଦିବାସୀ ସମାଜ । ଯଦି ପୂର୍ବ ତାଲିକାକୁ ରଦ୍ଧ କରାଯାଇ ନୂତନ ତାଲିକା ପ୍ରକାଶ କରାଯାଇ ଆଦିବାସୀଙ୍କୁ ସଂରକ୍ଷଣ ନ ଦିଆଗଲେ ଆଗାମୀ ପଂଚାୟତ ନିର୍ବାଚନକୁ ସଂପୂର୍ଣ୍ଣ ରୂପେ ବର୍ଜନ କରାଯିବ ବୋଲି ସଭାପତି ଶିବରାମ ମାଝି ପ୍ରକାଶ କରିଛନ୍ତି । କାଶୀପୁର ବ୍ଲକରେ ଆଦିବାସୀଙ୍କ ସଂଖ୍ୟା ଗରିଷ୍ଠତା ଥିଲେ ମଧ୍ୟ କେଉଁ କାରଣରୁ ତାଙ୍କୁ ଉପେକ୍ଷା କରାଯାଉଛି ବୋଲି ପୂର୍ବତନ ବିଧାୟକ ବିଭିଷଣ ମାଝୀ ପ୍ରଶ୍ନ କରିଛନ୍ତି । ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଏକ ଦାବୀପତ୍ର ଜିଲ୍ଲାପାଳ ଏବଂ ଜିଲ୍ଲା ପଂଚାୟତ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ସଂରକ୍ଷଣ ବ୍ୟବସ୍ଥାକୁ ତୀବ୍ର ନିନ୍ଦା କରିବା ସହ ପୁଣି ଥରେ ଆଦିବାସୀଙ୍କୁ ଜିଲ୍ଲା ପରିଷଦ ଆସନା ସଂରକ୍ଷଣ ବ୍ୟବସ୍ଥା କରାଯାଇ ନୂତନ ତାଲିକା ପ୍ରକାଶ କରିବା ଦାବୀରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ରାଜ୍ୟସଭା ଏନ. ଭାସ୍କର ରାଓ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ, ବିଜେଡି ଜିଲ୍ଲା ପଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକଙ୍କୁ ଆଦିବାସୀ ସମାଜ ତରଫରୁ ନିବେଦନ କରାଯିବ ପ୍ରକାଶ କରିଛି ଏବଂ ଜିଲ୍ଲା ପ୍ରଶାସନ ଓ ଓଡିଶା ସରକାର ଚଳିତ ମାସ ୨୨ ତାରିଖ ସୁଧା ଏହି ଦାବୀ ଉପରେ ବିଚାର ନ କରନ୍ତି ତାହେଲେ ଆଗାମୀ ନିର୍ବାଚନକୁ ବୈକଟ କରିବା ସହ କାଶୀପୁର ବ୍ଲକକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ଆଇନ ଆମାନ୍ୟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ସମାଜର ସଭାପତି ଶିବରାମ ମାଝୀ, ସଂପାଦକ ଗୋବିନ୍ଦ ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କମଳ ସାଉଁନ୍ତା, ପୂର୍ବତନ ବିଧାୟକ ବିଭିଷଣ ମାଝୀ, ସରପଂଚ ସଙ୍ଘ ସଭାପତି ଅମିନ ମାଝୀ, ପୂର୍ବତନ ସରପଂଚ ପାତିରି ମାଝୀ, ଯୁଗ୍ମ ସଂପାଦକ ଗଜେନ୍ଦ୍ର ମାଝୀ, ଆଦିବାସୀ ସମାଜ ସଦସ୍ୟ ବିଶୁ ମାଝୀ, ଡମ୍ବରୁଧର ମାଝୀ, ଅର୍ଜୁନ ମାଝୀ, ସନ୍ତୋଷ ମାଝୀ ଓ ନିଳାମ୍ବର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault