ହେଡଲାଇନସ୍:

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କଲା ଭାଜପା ମହିଳା ମୋର୍ଚ୍ଚା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ନିରୋଜ ମିଶ୍ର: ମମିତା ମେହେର ଅପହରଣ ଓ ହତ୍ୟା ମାମଲାକୁ ନେଇ ଭାଜପା ମହିଳା ମୋର୍ଚ୍ଚା ଓ ଏଆଇଡିଏସଓ ପକ୍ଷରୁ ଆଜି ବଲାଙ୍ଗୀର ଏସ୍‌ପି ଅଫିସ ଘେରାଉ କରାଯାଇଛି। ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରାଯାଇଛି । ଏହି ଘେରାଉ କାର୍ଯ୍ୟକ୍ରମରେ ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂ ଦେଓ, ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିବା ଦେଖିବାକୁ ମିଳିଛି।ସେପଟେ ଆନ୍ଦୋଳନକାରୀ ବଲାଙ୍ଗୀର ପୋଲିସ ପ୍ରଶାସନ ର କାର୍ଯ୍ୟକଳାପ କୁ ଦୃଢ଼ ନିନ୍ଦା କରିବା ସହ ଗୃହ ମନ୍ତ୍ରୀ ଙ୍କ ଚାପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କଳାପ ନେବାରେ ପୋଲିସ ନିଷ୍କ୍ରିୟ ସାଜିଛି ଯାହାକୁ ନେଇ ଆଜି ଆନ୍ଦୋଳନ କାରୀ ଏସ୍ପିଙ୍କ କାର୍ଯ୍ୟ ଲୟ ସମ୍ମୁଖରେ ଧାରଣା ଦେବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ କୁଶପୁତ୍ତଳିକା ଦାହ ସହ ଉଭୟ ସରକାର ଙ୍କୁ ଦୃଢ଼ ନିନ୍ଦା କରିଛନ୍ତି।ତେବେ ଏଠି ସୂଚିତ ଥାଉ ବିଗତ ବର୍ଷରେ ମଧ୍ୟ ନାରୀ ନିର୍ଯ୍ୟାତନା,ନାରୀ ପ୍ରତି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିସାରିଛି ଯାହା ପୁଣି ବଲାଙ୍ଗୀର ଜିଲ୍ଲାରେ ତାର ପୁନରାବୃତ୍ତି ହୋଇଛି।ତାହା ପୁଣି ଏଠି ରକ୍ଷକ ସାଜିଛି ଭକ୍ୟଖ ଭଳି ନଜିର ରହିଛି।ବଡ଼ ବଡିକିଆ ମୁଣ୍ଡ ଏହି ଜଘନ୍ୟ ହତ୍ୟାକାଣ୍ଡ ରେ ଲିପ୍ତ ରହିଥିବା ଏବେ ସିଧାସଳଖ ଅଭିଯୋଗ ହୋଇଛି।ବଲାଙ୍ଗୀର ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି | ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୋବିନ୍ଦ ସାହୁ ହତ୍ୟାକାଣ୍ଡ କରିଥିବାର ସ୍ୱୀକାର କରିଥିବାବେଳେ ଏବେ ପୁଲିସ ହାତରେ ଲାଗିଛି ଗୋବିନ୍ଦଙ୍କ କାର | ଆଉ କୁହାଯାଉଛି ଯେ ଏହି କାରରେ ହିଁ ମମିତାଙ୍କୁ ହତ୍ୟା କରାଯାଇଥିଲା | କାରଣ କାରକୁ ଜବତ କରିବା ସମୟରେ ସେଥିରୁ ମିଳିଛି ପଟେ ପାଉଁଜି ଓ ପେଟ୍ରୋଲ କଣ୍ଟେନର | ହଳେ ପାଉଁଜିରୁ ଗୋଟିଏ ପାଉଁଜି ମମିତାଙ୍କ ମୃତଦେହ ନିକଟରୁ ଗତକାଲି ଜବତ ହୋଇଥିଲା | ଆଉ ଏହି ପାଉଁଜି ମମିତାଙ୍କର ବୋଲି ତାଙ୍କ ପରିବାର ଲୋକ ଚିହ୍ନଟ କରିଥିଲେ | ଆଉ ଆଜି କାର ଭିତରୁ ଆଉ ପଟେ ପାଉଁଜି ମିଳିଛି |ସେହିପରି କାର ଭିତରୁ ଜବତ ହୋଇଥିବା ପେଟ୍ରୋଲ କଣ୍ଟେନର ଦ୍ୱାରା ମମିତାଙ୍କୁ ହତ୍ୟା ପରେ ପୋଡିଦିଆଯାଇଥିବାର ସନ୍ଦେହ କରାଯାଉଛି | ତେବେ ହତ୍ୟା କାଣ୍ଡର କାରଣ କଣ ସେ ଦିଗରେ ପୁଲିସ ଏବେ ତଦନ୍ତ କରୁଛି | ପୁଲିସ ଗୋବିନ୍ଦ ସାହୁଙ୍କ ଡ୍ରାଇଭର, ଜେସିବି ଅପରେଟର, ମୁନସୀଙ୍କୁ ଅଟକ ରଖି ପଚରାଉଚୁରା କରୁଥିବାବେଳେ ଆଜି ଗୋବିନ୍ଦଙ୍କୁ କୋର୍ଟଚାଲାଣ କରିଛି | ଗୋବିନ୍ଦଙ୍କୁ ରିମାଣ୍ଡରେ ଆଣି ସିନ ରିକ୍ରିଏସନ କରିବା ପାଇଁ ଯୋଜନା କରୁଛି | ସୂଚନା ଥାଉ କି ଆଜି ଜେରାବେଳେ ପୁଲିସ ଆଗରେ ମମିତାଙ୍କୁ ହତ୍ୟା କରିଥିବାର ଗୋବିନ୍ଦ ସ୍ୱୀକାର କରିଛି ବୋଲି କୁହାଯାଉଛି | ସେମାନଙ୍କ ସୂଚନା ମୁତାବକ ମମିତାଙ୍କୁ ଅଧାରାସ୍ତାରୁ ଗୋବିନ୍ଦ ନିଜ କାରରେ ଆଣିଥିଲେ | ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ସମସ୍ତ ଷଡଯନ୍ତ୍ର ପୂର୍ବରୁ କରିଥିଲା।ଓ ଭିଆଇଥିଲା ଜଘନ୍ୟ,ଭାବେ ନିର୍ମମ ହତ୍ୟାକାଣ୍ଡ।ଯାହା ଏବେ ସାରା ରାଜ୍ୟ କୁ ଦୋହଲାଇଦେଇଛି।

0
0
0
s2sdefault