ହେଡଲାଇନସ୍:

ପୀଡିତ ପରିବାରକୁ ନ୍ୟାୟ ପ୍ରଦାନ ବଦଳରେ ବିଜେପି ରାଜନୀତି କରୁଛି: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ପ୍ରତ୍ୟେକ ସ୍ପର୍ଶକାତର ଅପରାଧିକ ମାମଲାକୁ ସମ୍ବେଦନଶୀଳ କରିବା ପାଇଁ ଓଡିଶା ବିଜେପିର ଏକ ଅଭ୍ୟାସ । ସେମାନେ କେବେ ହେଲେ ପୀଡିତ କିମ୍ବା ସେମାନଙ୍କ ପରିବାରକୁ ନ୍ୟାୟ ଦିଆଯିବା ନିଶ୍ଚିତ କରିବାକୁ ଚିନ୍ତା କରନ୍ତି ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ।
ମମିତା ମେହେର ଘଟଣାରେ ବିଜେପିକୁ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ବାବୁ କହିଛନ୍ତି ଯେ ଆମେ ସର୍ବଦା କହିଛୁ ଯେ ଆଇନ ତା ବାଟରେ ଯିବା ଉଚିତ । ଆମେ ଆଶା କରୁଛୁ ଦୋଷୀଙ୍କୁ ଦଣ୍ଡ ଦିଆଯିବ ଏବଂ ପୀଡିତା ଓ ତାଙ୍କ ପରିବାରକୁ ସୁନିଶ୍ଚିତ ନ୍ୟାୟ ମିଳିବ ।
ପୀଡିତା ଏବଂ ସେମାନଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ନୁହେଁ ବରଂ ଶସ୍ତା ରାଜନୀତି କରି ଏହାକୁ ସମ୍ବେଦନଶୀଳ କରିବା ହେଉଛି ଓଡିଶା ବିଜେପିର ଉଦେ୍ଧଶ୍ୟ । ଏହି ପରିପ୍ରେକ୍ଷୀରେ ଓଡିଶାବାସୀ ବିଜେପିର କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି ଏବଂ ଏଭଳି ଶସ୍ତା ରାଜନୀତି କରିଥିବାରୁ ସେମାନଙ୍କୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ବାବୁ କହିଛନ୍ତି ।

0
0
0
s2sdefault