ହେଡଲାଇନସ୍:

"ୟଙ୍ଗ ଇଣ୍ଡିଆ କେ ବୋଲ " : ସୁନ୍ଦରଗଡ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଣ୍ଟା ଭାଙ୍ଗିଥିବା ମୁଦ୍ରାସ୍ପିତି ,କରୋନା ପରିଚାଳନା ଗତ ,ବେରୋଜଗାରୀ ଓ ଗଣତନ୍ତ୍ର ର ହତ୍ୟା ଭଳି ପ୍ରସଙ୍ଗରେ ଯୁବକ ଯୁବତୀ ମାନଙ୍କ ଅଭିବ୍ୟକ୍ତି ର ପ୍ରବକ୍ତା ଚୟନ ହେତୁ ସ୍ୱାଗତ ଅଛି ବୋଲି ସୁନ୍ଦରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଆହ୍ୱାନ


ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :- ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅପାରଗତା ତଥା ବିଭିନ୍ନ ଦୁର୍ନୀତିକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସୁନ୍ଦରଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି | ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଶ୍ରୀ ନିବାସ ବି .ଭି ଏବଂ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ଃ ସୃତି ରଞ୍ଜନ ଲେଙ୍କାଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଚାହୁଁଥିବା ଯୁବକ ଯୁବତୀ ମାନଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ଦଳ ସହିତ ଯୋଡ଼ିବା ପାଇଁ "ୟଙ୍ଗ ଇଣ୍ଡିଆ କେ ବୋଲ "କାର୍ଯ୍ୟକ୍ରମ ଗୋଟିଏ ଜାତୀୟ ସ୍ତରରେ ଗ୍ରହଣ କରାଯାଇଛି | ଯାହା ଜିଲ୍ଲା ସ୍ତରୀୟ ପ୍ରବକ୍ତା ଚୟନ କରି ପ୍ରଦେଶ ସ୍ତରକୁ ପ୍ରେରଣ କରିବ ତତ ସହିତ ପ୍ରଦେଶ ସ୍ତରରୁ ଜାତୀୟ ସ୍ତରରେ ମନୋନୀତ କରାଯାଇ ଯଥାକ୍ରମେ ଜାତୀୟ ସ୍ତରରେ ପ୍ରାଦେଶିକ ତଥା ଜିଲ୍ଲା ସ୍ତରୀୟ ପ୍ରବକ୍ତା ନିଯୁକ୍ତି କରାଯିବ ଯେଉଁମାନେ କଂଗ୍ରେସ ଦଳର ନୀତି ଆଦର୍ଶକୁ ଦୃଢତାସହ ଅନୁସରଣ କରି ଉପସ୍ଥାପନ କରିପାରିବେ | ଏହି ପରିପ୍ରେକ୍ଷୀରେ ଆଜି ପ୍ରେସ ବିବୃତିରେ ସୁନ୍ଦରଗଡ କଂଗ୍ରେସ ଜିଲ୍ଲା ପ୍ରଭାରୀ ତଥା ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ବିଶ୍ୱନାଥ ଦାଶ ନିଜର ମନ୍ତବ୍ୟରେ କହିଛନ୍ତି ଯେ ଭାରତୀୟ ଜାତୀୟ କଂଗ୍ରେସ ମଝିରେ ମଝିରେ ଏମିତି କିଛି ନୀତି ଆପଣାୟେ ଯାହା ଫଳରେ ଯୁବକ ଯୁବତୀ ମାନେ ସରକାର ଅପାରଗତା ଏବଂ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଚାହୁଁଥିବା ଯୁବକ ଯୁବତୀ ମାନେ ଆମ ସହିତ ଯୋଡିବା ପାଇଁ ପ୍ରତି ଜିଲ୍ଲାରୁ ୫ଜଣ ଲେଖାଏଁ ଚୟନ କରି କଂଗ୍ରେସ ପ୍ରଦେଶ ସ୍ତରରେ ୧୦ଜଣ ଜାତୀୟ ସ୍ତରରେ ପଠାଇବୁ | ସେହିପରି ଆହୁରି ନିଜ ମନ୍ତବ୍ୟରେ ପରି ପ୍ରକାଶ କରି କହିଛନ୍ତି ଯେ କେନ୍ଦ୍ର ସରକାର ବର୍ଷକୁ ୨କୋଟି ଯୁବକ ଯୁବତୀ ମାନଙ୍କୁ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତାହା ବିଫଳ ହୋଇଛନ୍ତି ଯାହା ଫଳରେ ୪୫ପ୍ରତିଶତ ତଳକୁ ଖସି ଯାଇଛୁ ସେହିପରି ଫୂଡ଼ କ୍ଷେତ୍ରରେ ୯୪ ପ୍ରତିଶତ ରହିଥିବା ବେଳେ ଆଜିକା ଦିନରେ ତାହା ୧୦୧ ସ୍ଥାନରେ ଭୁକମାରି ଭଳି ରହିଛେ ଭାରତୀୟ ଜାତୀୟ କଂଗ୍ରେସ ଯେଉଁ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଥିଲେ ତାହା ଆଜିକା ଦିନରେ ରାଜନ୍ୟତିକ ସୁବିଧା ପାଇଁ ବ୍ୟବହାର କରାଯାଉଛେ ଯାହା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁଧାର କରିପାରି ଥିଲେ ଆଜିକା ଦିନରେ ୧୦୧ ସ୍ଥାନରେ ପହଞ୍ଚି ହିଁ ନଥାନ୍ତା ବୋଲି କହିବା ସହ କହିଛନ୍ତି ଉଡାଯାହାଜ ପାଇଁ ବ୍ୟବହାର ହେଉଥିବା ଇନ୍ଧନ ଆଜିକା ଦିନରେ ୭୦-୭୫ଟଙ୍କା ଦରରେ ମିଳୁଥିବା ବେଳେ ମଟର ସାଇକେଲରେ ବ୍ୟବହୃତ ପାଇଁ ମିଳୁଥିବା ତେଲ ୧୦୬-୧୧୩ ମଧ୍ୟରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ଦର ରହିଛି ଯାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ୬୦ ଟଙ୍କା ପ୍ରତି ଲିଟର ପିଛା ହରିଲୁଟ କରି ଚାଲିଛନ୍ତି ବୋଲି କହିଛନ୍ତି | ଆଜିକାର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଲବର୍ଟ କିଣ୍ଡୋ ,ବିଧାନସଭା କ୍ଷେତ୍ର ଯୁବ ସଭାପତି ବିଶ୍ୱଜିତ ପଟ୍ଟନାୟକ ,ଟାଉନ ସଭାପତି ନେପାଳ ଚନ୍ଦ୍ର ସାହୁ , ଯୁବ କଂଗ୍ରେସ ସଭାପତି ଅମିତ ତିର୍କୀ, ସୁରେନ୍ଦ୍ର ମିଞ୍ଜ, ସୁଶାନ୍ତ ପଣ୍ଡା, ସଞ୍ଜୟ ତିର୍କୀ, ଜିଲ୍ଲା ସାଧାରଣ ସମ୍ପାଦକ କାଲିପଦ ସାମଲ ,ବାବଲୁ ସୁନାନୀ, ବଳଦେବ ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault