ହେଡଲାଇନସ୍:

କୋଭିଡ଼ ଆମ୍ବୁଲାନ୍ସ ସାଜିଛି ପାସେଞ୍ଜର ଗାଡି ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର-କୋଭିଡ ଭୂତାଣୁ ସାରା ବିଶ୍ଵକୁ ଦୋହଲାଇ ଦେଇଛି କୋଭିଡ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ନେବା ଆଣିବା କରୁଥିବା ଭ୍ୟନରେ ଚାଲିଛି ସାଧାରଣ ସୁସ୍ଥ ମଣୀଷଙ୍କ ଯାତ୍ରା। ଅନ୍ୟ ପଟେ କୋଭିଡ ଆମ୍ବୁଲାନ୍ସର ଡ୍ରାଇଭରକୁ ପଚରାଯିବାରି ନିଜ ଲୋକଙ୍କୁ ନେଲେ କଣ ଅସୁବିଧା ବୋଲି ଓଲଟା ପ୍ରଶ୍ନ କରୁଛନ୍ତି । ସତେ ଯେମିତି ଏମାନଙ୍କୁ କରୋନା ଭୂତାଣୁ ଭୟ ନାହିଁ ସେହିପରି ଭବାରେ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହାର ହେଉଥିବା ଆମ୍ବୁଲାନ୍ସରେ କିଛି ଟଙ୍କା ପାଇଁ ସାଧାରଣ ସୁସ୍ଥ ଲୋକଙ୍କୁ ଯାତ୍ରୀ ଭାବରେ ନେଉଛନ୍ତି ଏବଂ ସୁସ୍ଥ ମଣିଷକୁ କରୋନା ଆକ୍ରାନ୍ତ କରିବାରେ ସହାୟକ ହେଉଛନ୍ତି କୋଭିଡ ଆକ୍ରାନ୍ତ ହେଲା ପରେ ଚିକିତ୍ସିତ ହେବା ପାଇଁ ସରକାର ଏକ ସ୍ଵତନ୍ତ୍ର ଭାବରେ କୋଭିଡ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି । ହେଲେ କୋଭିଡ ଆମ୍ବୁଲାନ୍ସ ଭ୍ୟାନ ଏବେ ସାଧାରଣ ସୁସ୍ଥ ଯାତ୍ରୀ ବାହକ ସାଜିଥିବା ଦେଖିବାକୁ ମିଲିଛି । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ କୋଭିଡ ଆମ୍ବୁଲାନ୍ସ ଭାବରେ କାମ କରୁଥିବା ଏକ ଭ୍ୟାନରେକିଛି ସୁସ୍ଥ ଲୋକ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା । ଯେଉଁ ଭ୍ୟାନରେ କରୋନା ଆକ୍ରାନ୍ତ ହେଲା ପରେ ଜଣେ ବ୍ୟକ୍ତି କୋଭିଡ ଡାକ୍ତର ଖାନାକୁ ଚିକିତ୍ସିତ ହେବା ପାଇଁ ଯାଇଥାଏ ହେହି ଭ୍ୟାନରେ ସୁସ୍ଥ ମଣିଷ ଯାତ୍ରା କରିବା ଚିନ୍ତାର ବିଷୟ । ଜଣେ ବ୍ୟକ୍ତି କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ହେଲେ ପରିବାର ଲୋକ ସେହି ବ୍ୟକ୍ତିକୁ ଦୁରେଇ ଦେଲା ଭଲି ଖବର ବହୁବାର ସାମନାକୁ ଆସିଛି । ଏମିତିକି କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ପାଇଁ ମଧ୍ୟ ତାଙ୍କ ପରିବାର ଲୋକ ମଧ୍ୟ ଆସୁନଥିବା ଖବର ସାମନାକୁ ଆସିଛି । ସେହି ପରିସ୍ଥିତିରେ ସେହିଭଲି ବିପଦପୂର୍ଣ୍ଣ ଯାନରେ ଜଣେ ସୁସ୍ଥ ମଣିଷକୁ ଯାତ୍ରା କରାଇବା ପୁଣି କରୋନା ଭୁତାଣୁକୁ କାୟା ବିସ୍ତାର କରିବାରେ ସହାୟତା କଳା ଭଲି ମନେ ହୁଏ । କିଛି ଅସାଧୁ କର୍ମଚାରୀ କିଛି ଟଙ୍କା ଲୋଭରେ ସାଧାରଣ ସୁସ୍ଥ ମଣିଷକୁ କୋଭିଡ ଆମ୍ବୁଲାନ୍ସରେ ଯାତ୍ରୀ ଭାବରେ ନିଆ ଅଣା କରୁଛନ୍ତି । ଯଦ୍ବାରା ସାଧାରଣ ମଣିଷର ଜୀବନ ପ୍ରତି ବିପଦ ରହିଛି । ଏ ବିଷୟରେ ବିଭାଗୀୟ ଅଧିକାରୀ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିହାତି ଆବଶ୍ୟକ ।

0
0
0
s2sdefault