ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : କରୋନା କଟକଣା ଭିତରେ ସରିଲା ଦୁର୍ଗା ପୂଜା | ଆସିଲା କୁମାର ପୁର୍ଣିମା, ମାଆ ଲକ୍ଷ୍ମୀଙ୍କ ପୂଜା ସାରା ରାଜ୍ୟରେ ହୁଏ | ମାଆ ଲକ୍ଷ୍ମୀଙ୍କ ପୂଜା ପ୍ରାୟ ଜାଗାରେ ମୂର୍ତ୍ତି କାରିଗର ଦେଇସାରିଛନ୍ତି ଶେଷ ସ୍ପର୍ଶ | ଖାଲି ମା ଲକ୍ଷ୍ମୀଙ୍କ ଆଗମନଙ୍କୁ ଅପେକ୍ଷା |
ଓଡିଶାରେ ଲକ୍ଷ୍ମୀ ପୂଜା କେତେକ ସ୍ଥାନରେ ବହୁ ଆଡମ୍ବରରେ ହୁଏ | ଲକ୍ଷ୍ମୀ ପୂଜା ପାଇଁ ଯାଜପୁର ରୋଡ଼ ଚଳ ଚଞ୍ଚଳ, କଲେଜ ଛକ ଲକ୍ଷ୍ମୀ ମେଢ଼ ରେ କାରିଗର ଦେଉସାରିଛନ୍ତି ଶେଷ ସ୍ପର୍ଶ | ଏହି ଅନୁଷ୍ଠାନ ପ୍ରାୟ ଛବିଶି ବର୍ଷର | ପୂର୍ଵରୁ ବହୁ ଆଡମ୍ବରରେ ମାଆ ଙ୍କ ପୂଜା ହୁଏ | ପ୍ରତିଷ୍ଠାତା ସଦସ୍ୟଙ୍କ ସତ୍ୟବ୍ରତ ରାଉତ ଓ ସୁଭାଶିଷ ବିଶ୍ୱାଳଙ୍କ କହିବା ଅନୁଯାୟୀ " ଆଜିକୁ ଛବିଶି ବର୍ଷ ତଳେ କିଛି ଯୁବ ବନ୍ଧୁ ମାନଙ୍କୁ ନେଇ, ମାଆ ଙ୍କ ପୂଜା ପାଇଁ ପରିକଳ୍ପନା କରଥିଲେ | ବହୁ ଘାତ ପ୍ରତିଘାତ ଦେଇ ସେମାନେ ଅନୁଷ୍ଠାକୁ ଆଜି ପର୍ଯ୍ୟନ୍ତ ଚଳେଇ ଆସିଛନ୍ତି |ଅନୁଷ୍ଠାନର ସଭାପତି, ସତ୍ୟବ୍ରତ ବିଶ୍ୱାଳ କୁହନ୍ତି "ଆଗରୁ ମାଙ୍କ ପୂଜାରେ, ଲାଇଟ ଗେଟ,ମିନା ବଜାର,ଛୋଟ ଛୋଟ ପିଲାଙ୍କ ପାଇଁ ବିଭିନ୍ନ ଦୋଳି, ଛୋଟ ବଡ଼ ଦୋକାନ ବସେ | ମାଙ୍କ ପୂଜା ପ୍ରାୟ ସାତ ଦିନ ଧରି ହୁଏ | କିନ୍ତୁ କରୋନା କଟକଣା ପାଇଁ, ଏବେ କେବଳ ମାଙ୍କ ପୂଜା ଵିଧି ନିରାଡ଼ମ୍ବର ଭାବେ ହେଉଛି | କଲେଜ ଛକ ବ୍ୟବସାୟୀ ସଂଘ ଓ ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଚାଲିଛ ମାଆ ଙ୍କ ପୂଜା | ଦୁଇ ବର୍ଷ ହେବ ସରକାରଙ୍କ କୋଭିଡ କଟକଣାକୁ ପାଳନ କରି କେବଳ ମାଆ ଙ୍କ ପୂଜା ଵିଧି ପାଳନ କରାଯାଉଛି | ସତ୍ୟ ରଞ୍ଜନ ଜେନା, ହୃଷିକେଶ ସ୍ୱାଇଁ, ଦୁର୍ଗାଚରଣ ସାହୁ ସୁନୀଲ କୁମାର ଜେନା, ଚନ୍ଦ୍ରଭାନୁ ଦାସ ସମେତ କିଛି ଉଦୟମାନ ଯୁବକମାନେ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି |
ରାଜ୍ୟ
ମାଆଙ୍କ ପୂଜା ଲାଗି ଯାଜପୁର ରୋଡ଼ କଲେଜ ଛକ ଚଳ ଚଞ୍ଚଳ
- Hits: 1242