ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଅକ୍ଟୋବର ୮ ରେ ସମୂହ ବ୍ୟାଙ୍କ ମାନଙ୍କ ପକ୍ଷରୁ ସ୍ଥାନୀୟ ବିଜୁ-କଲ୍ୟାଣ ମଣ୍ଡପ ଠାରେ ପ୍ରଥମ ଜିଲ୍ଲାସ୍ତରୀୟ ମେଗା ଋଣ-ମେଳା ଅନୁଷ୍ଠିତ ହେବ ବୋଲି ଲିଡ଼-ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ପାରଳାଖେମୁଣ୍ଡି ସ୍ଥିତ ସମୂହ ବ୍ୟାଙ୍କ ମାନଙ୍କ ପକ୍ଷରୁ ଅନୁଷ୍ଠିତ ହେଉଥିବା ଏହି ମେଗା ଋଣ-ମେଳା ଉପରେ ବିଭିନ୍ନ ସୂଚନା ଦେବା ନେଇ ସ୍ଥାନୀୟ ୟୁନିଅନ(ଆନ୍ଧ୍ର) ବ୍ୟାଙ୍କର ଆରସେଟି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଲିଡ଼-ବ୍ୟାଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।
ଜିଲ୍ଲା ଅଗ୍ରଣୀ (ଲିଡ଼) ବ୍ୟାଙ୍କ ମ୍ୟାନେଜର ଶ୍ରୀ କିଶୋର ଚନ୍ଦ୍ର ନାୟକ ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ ଯେ , ପ୍ରତ୍ୟେକ ଜିଲ୍ଲାରେ ଯେତେସବୁ ବ୍ୟାଙ୍କ ରହିଛି , ସମସ୍ତ ବ୍ୟାଙ୍କ ଅକ୍ଟୋବର ମାସର ଫେଷ୍ଟିଭାଲକୁ ଦୃଷ୍ଟିରେ ରଖି ୨ ଟି କରେଡିତ କ୍ୟାମ୍ପ ତଥା ମେଗା ଋଣ-ମେଳା କରିବେ । ଯାହାକି ଆମ ଗଜପତି ଜିଲ୍ଲାରେ ଅକ୍ଟୋବର ୮ ଏବଂ ୨୨ରେ ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲାରେ ଥିବା ସମସ୍ତ ବ୍ୟାଙ୍କ ମାନଙ୍କ ସହ ଜିଲ୍ଲା ଲିଡ଼ବ୍ୟାଙ୍କ ପକ୍ଷରୁ ସେମାନଙ୍କ ସହ ସମ୍ପର୍କ ରଖି ପରାମର୍ଶ ଦିଆଯାଇଛି ଯେ , ଗ୍ରାହକ ମାନଙ୍କ ଠାରୁ ଆସୁଥିବା ଋଣ ଦରଖାସ୍ତ ଅଧିକରୁ ଅଧିକ ଗ୍ରହଣ କରିବା ପାଇଁ । ଯାହାକି , ପର୍ଯ୍ୟାୟ କ୍ରମେ ଖୁବଶୀଘ୍ର ସେସବୁ ଋଣ ଦରଖାସ୍ତକୁ ମଞ୍ଜୁର ଯୋଗ୍ୟ କରାଯିବ । ଏଥି ସହିତ ସେହି ଗ୍ରାହକ ମାନଙ୍କୁ ଏହି ଋଣ-ମେଳାକୁ ଆସିବା ପାଇଁ ଜଣାଇବେ ।
ଏହି ଋଣ-ମେଳା କାର୍ଯ୍ୟକ୍ରମରେ ସମସ୍ତ ବ୍ୟାଙ୍କ ପାଇଁ ଗୋଟିଏ ଲେଖାଏଁ ଷ୍ଟଲ ଖୋଲାଯିବା ବ୍ୟବସ୍ଥା କରାଯାଇଛି । ସେହି ଷ୍ଟଲରେ ଜଣେ ବ୍ୟାଙ୍କ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ଋଣ ସମ୍ଭନ୍ଧୀୟ ଦରଖାସ୍ତ ଗ୍ରହଣ କରିବା ସହ ଋଣ ଉପରେ ଗ୍ରାହକ ମାନଙ୍କୁ ବୁଝାଇବେ ।
ଅନ୍ୟପକ୍ଷରେ ଋଣ-ମେଳାରେ ଯେଉଁ ହିତାଧିକାରୀ ମାନଙ୍କ ଏଠି ପୂର୍ବରୁ ଋଣ ମଞ୍ଜୁର ହୋଇଥିବ , ସେମାନଙ୍କୁ ଏହି ଋଣ-ମେଳା କାର୍ଯ୍ୟକ୍ରମରେ ଜିଲ୍ଲାପାଳ କିମ୍ବା ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରା ମଞ୍ଜୁର ନଥିପତ୍ର ପ୍ରଦାନ କରାଯିବ ।
ଏହି ଋଣ-ମେଳା କାର୍ଯ୍ୟକ୍ରମରେ ବିଭିନ୍ନ ଋଣ ବ୍ୟତୀତ ଯେଉଁସବୁ ସୋସିଆଲ ସିକୁରିଟି ସ୍କିମ ସବୁ ଯଥା- ପ୍ରଧାନମନ୍ତ୍ରୀ ସୁରକ୍ଷା-ବୀମା ଯୋଜନା , ଜନଧନ ଯୋଜନା ଓ ଅଟଲ ପେନସନ ଯୋଜନା ପ୍ରଭୃତି ରହିଛି , ଏହିସବୁ ଯୋଜନା ଗୁଡିକରେ ସ୍ପଟ ଏନରୋଲମେଣ୍ଟ ତଥା ଋଣ-ମେଳାରେ ଯେଉଁ ଗ୍ରାହକ ଆସି ଏହି ଯୋଜନା ପାଇଁ ଦରଖାସ୍ତ କରିବେ , ଆମେ ସେହି ଦରଖାସ୍ତ ସବୁ ଗ୍ରହଣ କରି ତାଙ୍କୁ ସେହି ଯୋଜନା ଉପରେ ବୁଝାଇ ଯେଉଁ ବ୍ୟାଙ୍କରେ ଦରଖାସ୍ତ-କାରୀଙ୍କ ଜମାଖାତା ଥିବ , ଆମେ ସେହି ସମ୍ପୃକ୍ତ ବ୍ୟାଙ୍କକୁ ସେମାନଙ୍କୁ ପଠାଇଦେବୁ । ଯାହାକି ସେମାନେ କେନ୍ଦ୍ର ସରକାରଙ୍କ ସୋସିଆଲ ସିକୁରିଟି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।
ଏଥିସହିତ ବିଭିନ୍ନ ସେକ୍ଟରରେ ଯଥା:-ଏମଏସଏମଇ: , କୃଷି ଓ ଏସଏଚଜି: ବିଶେଷ କରି ମହଳା ମାନଙ୍କୁ ଗ୍ରୁପ-ଲୋନ ଦିଆଯିବା ଉପରେ ଗୁରୁତ୍ୱ ରହିଛି ।
ଗତକାଲି ରିପୋର୍ଟ ଅନୁସାରେ ଏ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ଆମର ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ମୋଟ ୩୩୮ଟି ଋଣ-ଦରଖାସ୍ତ ଆସିଥିବା ବେଳେ ଏଥିରେ ମୋଟ ୮ କୋଟି ୬୧ ଲକ୍ଷ ଟଙ୍କା ରହିଛି । ଏହା ଆହୁରି ଅଧିକ ହେବାର ସମ୍ଭାବନା ରହିଛି , କାରଣ ସମସ୍ତ ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ , ଗ୍ରାହକ ମାନଙ୍କ ଠାରୁ ଅଧିକରୁ ଅଧିକ ଋଣ ଦରଖାସ୍ତ ଗ୍ରହଣ କରିବା ପାଇଁ ।
ତେଣୁ କରି ନିଜେ ସ୍ୱାବଲମ୍ବୀ ହୋଇ ଆତ୍ମନିର୍ଭରଶୀଳ ହେବା ଦିଗରେ ଏହି ଜିଲ୍ଲାସ୍ତରୀୟ ଋଣ-ମେଳା ଏକ ସୁଯୋଗ ସୃଷ୍ଟି କରିଥାଏ । ଶିକ୍ଷିତ ବେକାର ଯୁବକ-ଯୁବତୀ ଓ ଅନ୍ୟମାନେ ଏହି ଋଣ-ମେଳାର ଭରପୁର ସୁଯୋଗ ନେବାପାଇଁ କୁହାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୟୁନିଅନ(ଆନ୍ଧ୍ର) ବ୍ୟାଙ୍କ ଆରସେଟି ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଅଚ୍ୟୁତାନନ୍ଦ ବ୍ରହ୍ମା , ୟୁନିଅନ(ଆନ୍ଧ୍ର) ବ୍ୟାଙ୍କ ମୁଖ୍ୟଶାଖାର ମ୍ୟାନେଜର ଶ୍ରୀ ସମୀର ରଞ୍ଜନ ଅଧିକାରୀ ଓ ୟୁନିଅନ(ଆନ୍ଧ୍ର)ବ୍ୟାଙ୍କ ଶାଖା-୨ ର ମ୍ୟାନେଜର ଶ୍ରୀ ଦିବାକର ଧାଙ୍ଗଡ଼ମାଝୀ ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଆରସେଟି: ପ୍ରଶିକ୍ଷଣ କେନ୍ଦ୍ରର ଶ୍ରୀ ଦିଲୀପ କୁମାର ତନ୍ତୀ ଏବଂ ଲିଡ଼-ବ୍ୟାଙ୍କ କାର୍ଯ୍ୟାଳୟର ଶ୍ରୀ ସଞ୍ଜୟ କୁମାର ପଟ୍ଟନାୟକ ପରିଚାଳନା ଓ ସହଯୋଗ କରିଥିଲେ।
ରାଜ୍ୟ
ସମୂହ ବ୍ୟାଙ୍କ ପକ୍ଷରୁ ଜିଲ୍ଲାସ୍ତରୀୟ ମେଗା-ଋଣ-ମେଳା
- Hits: 318