ଭୁବନେଶ୍ୱର (ଶାସକ ପ୍ରଶାସକ) : ଉପଭୋକ୍ତା ସଚେତନତା ପାଇଁ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ , ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ୱେବିନାର ମାଧ୍ୟମରେ ଏକ ଗ୍ରାହକ ସଚେତନତା କାର୍ମଶାଳା ଆୟୋଜନ କରାଯାଥିଲା। ଏହି ସଚେତନତା କର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷାକମାନେ ଯୋଗ ଦେଇଥିଲେ।
ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ର ଯୁଗ୍ମ ସଚିବ ଶ୍ରୀ ଚିତରଞ୍ଜନ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇ କାର୍ମଶାଳାକୁ ଆରମ୍ଭ କରିଥିଲେ ।
ଏହି ସଚେତନତା କାର୍ଯ୍ୟକ୍ରମ ରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପରାମର୍ଶଦାତା ପ୍ରୋ ,ବିଜୋନ କୁମାର ମିଶ୍ର ଉପଭୋକ୍ତା ସୁରକ୍ଷା ଆଇନ -୨୦୧୯ ସମ୍ବନ୍ଧ ତଥ୍ୟ ପ୍ରଦାନ କରିଥିଲେ ତାର ନିୟମ ଓ ଅଭିଯୋଗ ସମାଧାନର ବିକଳ୍ପ ବ୍ୟବସ୍ଥା ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ଗ୍ରାହକର ଅଧିକାର ଓ କର୍ତବ୍ୟ ବିଷୟ ସମ୍ୟକ ଗୁରୁତପୂର୍ଣ ସୂଚନା ପ୍ରଦାନ କରିଥିଲେ ଏବଂ ପ୍ରତି ଜିଲ୍ଲାରେ ଖାଉଟି ସଚେତନତ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ସଭା କୁ ପରାମର୍ଶ ଦେଇଥିଲେ ।
ବିଆଇଏସ ର ମୁଖ୍ୟ ବୈଜ୍ଞାନିକ ଶ୍ରୀ ଜଗନ୍ନାଥ ମାଝି ଗୁଣ, ମାନକ ଓ ଶୁଦ୍ଧତା ବିଷୟ ସୂଚନା ଦେଇଥିଲେ ଭାରତ ସରକାରଦ୍ଵାରା ନୂଆ ନିୟାମ ଅନୁଯାଇ ସମସ୍ତ ସୁନା ଗହଣା ଉପରେ ହଳମାର୍କ ବ୍ୟବସ୍ଥା ବାଧ୍ୟତା ମୂଳକ କରିଛି ଏହା ୧ ଜୁନ ୨୦୨୧ ଠାରୁ ବଧ୍ୟତା ମୂଳକ ଅଟେ । ସମସ୍ତ ସୁନା ଗହଣା ଦୋକାନୀ ଓ ବିକ୍ରେତା ମାନଙ୍କୁ ବିଆଇଏସ ରେ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଅଛି ଯାହା ଉପରେ ଶ୍ରୀ ମାଝୀ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।
ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନର ସଦସ୍ୟ ଶ୍ରୀ ସତିଶ କୁମାର ପାଣିଗ୍ରାହୀ, ଉପଭୋକ୍ତା ଆଭିଯୋଗ ସମାଧାନର ବିକଳ୍ପ ବ୍ୟବସ୍ଥା ବିଷୟରେ ଗୁରୁତପୂର୍ଣ ସୂଚନା ପ୍ରଦାନ କରିଥିଲେ ଓ ବିଭିନ୍ନ ମାଧ୍ୟମ କିପରି ଅଭିଯୋଗ ଦାଖଲ କରିପାରିବେ ସେହି ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ। ଉପଭୋକ୍ତା ପରାମର୍ଶ କେନ୍ଦ୍ର, ମାଧ୍ୟମରେ ସମାଧାନ ପାଇପାରିବେ ସେଥିପ୍ରତି ଗୁରୁତ୍ବ ଦେଇଥିଲେ । ଯୋଗ ଦେଇଥିବା ଖୋର୍ଦ୍ଧା ଜିଲ୍ଲା ର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ ଯଦି ଭବିଷ୍ୟତ ରେ ଆପଣ ଠକାମୀର ଶିକାର ହେଲେ ଆପଣ ଉପଭୋକ୍ତା ପରାମର୍ଶ କେନ୍ଦ୍ର, ମାଧ୍ୟମରେ ସମାଧାନ ପାଇପାରିବେ ।
ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରକଳ୍ପ ସଂଯୋଜକ ଶେକ ଇଜାଜ ଇକବାଲ ଏହି ସଚେତନତା କର୍ମଶାଳାକୁ ପରିଚାଳନା କରିଥିଲେ । ଉପଭୋକ୍ତା ସଚେତନତା ପ୍ରତିଷ୍ଠାନର ଏବଂ ଗ୍ରାହକ ପରାମର୍ଶ କେନ୍ଦ୍ର ର ସଂଚାଳକ ଶ୍ରୀ ସଞ୍ଜୟ ମହାନ୍ତି, ସଭା କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗ୍ରାହକ ପରାମର୍ଶ କେନ୍ଦ୍ର ର ଗ୍ରାହକ ପରାମର୍ଶଦାତା ଶ୍ରୀ ଶଶିକାନ୍ତ ବଳବନ୍ତରାୟ ଏବଂ ପ୍ରିୟଙ୍କା ମହାନ୍ତି ପ୍ରମୁଖ କର୍ମଶାଳା କୁ ପରିଚାଳନା ପାଇଁ ସହଯୋଗ କରିଥିଲେ
ଏଥିରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ, ର ପ୍ରକଳ୍ପ ସଂଯୋଜକ ଶେକ ଇଜାଜ ଇକବାଲ , ସହକାରୀ ସଂଯୋଜକ(ପ୍ରଶିକ୍ଷଣ ଓ ଅନୁସନ୍ଧାନ) ଶ୍ରୀ ଅନିରୁଦ୍ଧ ପରିଡା ଏବଂ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀମତୀ ବନ୍ଦନା ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ: ଅମ୍ରିତା ପ୍ରୀତାନନ୍ଦ, ଖୋର୍ଦ୍ଧା ଜିଲ୍ଲା ବିଜ୍ଞାନ ପର୍ଜବେକ୍ଷକ ଶ୍ରୀ ସରୋଜ କୁମାର ସିଂହ , ବିଆଇଏସ ର ଷ୍ଟାଣ୍ଡର୍ଡ ଗଠନ ଅଫିସର ସ୍ଵପନୀଳ ପ୍ରତାପ, ଚନ୍ଦ୍ରଶେଖର ପଣ୍ଡା ସହକାରୀ ସଂଯୋଜକ, ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ ।
ରାଜ୍ୟ
ଉପଭୋକ୍ତା ସଚେତନତା କର୍ମଶାଳା ଅନୁଷ୍ଠିତ
- Hits: 335