ସୋନପୁର/ ନିର୍ମଳ ଅଗ୍ରୱାଲ : ରାଜ୍ୟ ଯୋଜନା, ସଂଯୋଜନ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ୱାରା 21 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିରାମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ପ୍ରଶାସନିକ ବିଭାଗର କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଏହାସହିତ ଫ୍ରିଜର ବ୍ୟବସ୍ଥା ଥିବା ଶବ ସଂରକ୍ଷଣ ଗୃହକୁ ମଧ୍ୟ ମନ୍ତ୍ରୀ ଶ୍ରୀ ବେହେରା ଉଦ୍ଘାଟନ କରିଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନରେ ନିର୍ମିତ ଭେଣ୍ଟିଲେଟର ଯୁକ୍ତ 10 ଶଯ୍ୟା ବିଶିଷ୍ଟ ଆଇସିୟୁ ସେଣ୍ଟର ମଧ୍ୟ ମନ୍ତ୍ରୀ ଶ୍ରୀ ବେହେରା ଉଦ୍ଘାଟନ କରିଥିଲେ । ଏହି ଅବସରରେ ବିଭାଗୀୟ ସୁପରିନଟେଣ୍ଡେଣ୍ଟ ଡ଼ ରବୀନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ୱାରା ଉଦ୍ଘାଟିତ ହେଲା ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପ
- Hits: 406