-
ଜାତୀୟ ଏବଂ ଆନ୍ତର୍ଜାତୀୟ ଖେଳାଳିମାନେ ଏହି ଦୌଡରେ ଅଂଶଗ୍ରହଣ କରିଥିଲେ |
-
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଫିଟ୍ ଇଣ୍ଡିଆ ଫ୍ରିଡମ୍ ଦୋଡ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ |
ଭୁବନେଶ୍ୱର : 75 ତମ ସ୍ୱାଧୀନତା ଦିବସ - "ଆଜାଦୀକା ଅମୃତ ମହୋତ୍ସବ" କୁ ସ୍ମରଣୀୟ କରିବା ପାଇଁ ଫିଟ (FIT) ଇଣ୍ଡିଆ ମିଶନ୍ ପକ୍ଷରୁ ଦେଶ ସାରା FIT INDIA FREEDOM RUN ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ର ଦ୍ଵିତୀୟ ସଂସ୍କରଣର ଆୟୋଜିତ କରାଯାଉଅଛି | “ଶାରୀରିକ / ଭର୍ଚୁଆଲ୍ ରନ୍” ର ସଂକଳ୍ପ ଉପରେ 13 ଅଗଷ୍ଟରୁ 2 ଅକ୍ଟୋବର 2021 ମଧ୍ୟରେ ଦେଶବ୍ୟାପୀ ଅଭିଯାନ କରାଯାଇ ଫିଟନେସକୁ ଉତ୍ସାହିତ କରିବା ଏବଂ ଆମ ସମସ୍ତଙ୍କୁ ମେଦବହୁଳତା, ଅଳସୁଆତା, ଚାପ, ଚିନ୍ତା, ରୋଗ ଇତ୍ୟାଦିରୁ ମୁକ୍ତି ପାଇବାରେ ସାହାଯ୍ୟ କରିବା କ୍ଷେତ୍ରରେ ଏହା ଏକ ମାଧ୍ୟମ ଅଟେ |
ଏହି ଅବସରରେ ଆଜି ସକାଳେ ପୂର୍ବତଟ ରେଳପଥର ପକ୍ଷରୁ ଫିଟ୍ ଇଣ୍ଡିଆ ଫ୍ରିଡମ୍ ଦୋଡ ଆୟୋଜନ କରିଥିଲା ଯେଉଁଥିରେରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ସବୁଜ ପତାକା ପ୍ରଦର୍ଶନ କରାଇ ଏହାର ଶୁଭ ଉଦ୍ଘାଟନ କରିଥିଲେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଫିଟନେସ୍ ବଜାୟ ରଖିବା ଏବଂ ଚାପମୁକ୍ତ ରହିବାକୁ ରେଳପଥର କ୍ରୀଡ଼ା ସଂଗଠନର ସଦସ୍ୟମାନଙ୍କ ସହିତ ରେଳବାଇ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ | ଏହି ଦୌଡ ଆୟୋଜନ କରିବାର ଉଦେଶ୍ୟ ହେଉଛି ଯେ ଏହା ଯେକୌଣସି ଠାରେ, ଯେକୌଣସି ସମୟରେ ଆୟୋଜନ କରାଯାଇପାରିବ |
ଭାରତୀୟ ମହିଳା ରେଳବାଇ କବାଡି ଟିମ୍, ଅନ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ଖେଳାଳିଙ୍କ ସହିତ ପୂର୍ବତଟ ରେଳପଥର ଅଧିକାରୀ ଏବଂ କର୍ମଚାରୀ ମାନେ ଏହି ଦୌଡରେ ଭାଗ ନେଇଥିଲେ | ରେଳପଥ ପକ୍ଷରୁ ଆୟୋଜିତ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ରେ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ରେଳପଥ କ୍ରୀଡା ସଂଗଠନ ର ସଭାପତି ଶ୍ରୀ ମାନସ ପୋଦ୍ଦାର, କ୍ରୀଡା ସଂଗଠନର ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଏବଂ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଅଂଶଗ୍ରହଣ କରିଥିଲେ |