ପଦ୍ମପୁର(ଶାସକପ୍ରଶାସକ)- ଷାଠିଏ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ମାନଙ୍କୁ ସରକାର ବାର୍ଦ୍ଧକ୍ୟ ତନିତ ସହାୟତା ଯୋଗାଇ ଦେଇଥାନ୍ତି । ହେଲେ ପଦ୍ମପୁର ବ୍ଳକ ବରିକେଲ ପଞ୍ଚାୟତ ସିଂହନପୁର ଗ୍ରାମର କଳ୍ପନା ସାହୁଙ୍କୁ ୬୯ ବର୍ଷ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ବାର୍ଦ୍ଧକ୍ଷ ଭତ୍ତା ପାଇ ନାହାଁନ୍ତି । କଳ୍ପନା ସାହୁ ଜଣେ ଭୂମି ହିନ ମହିଳା , ସେ ଓ ତାଙ୍କ ସ୍ବାମୀ ଏକ ଜଳଖିଆ ଦୋକାନ କରି ପେଟ ପୋଶୁଛନ୍ତି । ହେଲେ ସେ ଏ ପର୍ଯ୍ୟନ୍ତ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି । ସେ ଏ ବିଷୟରେ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି । ପଞ୍ଚାୟତ ପ୍ରଶାସନ କଳ୍ପନା ସାହୁଙ୍କୁ ଯଥାଶୀଘ୍ର ବାର୍ଦ୍ଧକ୍ୟ ଭତ୍ତା ଦେବା ପାଇଁ ସାଧାରଣରେ ଦାବୀ ହୁଏ ।
ରାଜ୍ୟ
ପଞ୍ଚାୟତ ପ୍ରଶାସନର ଅବହେଳା,୬୯ ବର୍ଷ ବୟସରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ କଳ୍ପନା ସାହୁ ।
- Hits: 1249