ଇମ୍ଫାରେ ଦୁର୍ଘଟଣା ଏଡାଇବାକୁ ମକଡ୍ରିଲ୍ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିଷରରେ ତରଳ ଅମ୍ଳଜାନ ଗ୍ଯାସ କ୍ଷରଣ ଏବଂ କର୍ମଚାରୀ ମାନେ କିପରି ଏଥିରୁ ସୁରକ୍ଷା ପାଇବେ ଏ ନେଇ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ଯକ୍ରମଟି ଇମ୍ଫା କାରଖାନାର ଉପ-ସଭାପତି (ନିର୍ମାଣ) ଶ୍ରୀ କେ ଭି ରାଓଙ୍କ ପ୍ରତ୍ଯେକ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି କାର୍ଯ୍ଯକ୍ରମରେ ରାୟଗଡା ସ୍ଥିତ କାରଖାନା ଓ ବାଷ୍ପୀୟ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ସ୍ବରୁପ କୁମାର ଜେନା, ସହ ନିର୍ଦ୍ଦେଶକ ଶ୍ରୀ ରଞୀିତ କୁମାର ନାଏକ, ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ସଂଗ୍ରାମ ହାଂସଦା, ଥେରୁବାଲି ଫାଣ୍ଡିର ସହକାରୀ ସବ୍-ଇନିସ୍ପେକ୍ଟର ଶ୍ରୀ ଜଗନ୍ନାଥ ବେହେରା, ସ୍ଥାନିୟ ଜେ କେ କାଗଜ କଳର ସୁରକ୍ଷା ବିଭାଗର ପରିଚାଳ ଶ୍ରୀ ରାମ ରଞ୍ଜନ ବିଶ୍ବାଳ ଓ ଇମ୍ଫା ସୁରକ୍ଷା ବିଭାଗର ବରିଷ୍ଠ ପରିଚାଳକ ଶ୍ରୀ ରାମ କୃଷ୍ଣ ତ୍ରିପାଠୀ ପ୍ରୋଜେକ୍ଟର ମାଧ୍ଯମରେ ତରଳ ଅମ୍ଳଜାନ କ୍ଷରଣର ଦୁର୍ଘଟଣା ଏଡାଇବା ପାଇଁ ଇମ୍ଫା କାରଖାନା ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୁଝାଇଥିଲେ । ଜରୁରୀ କାଳିନ ପରିସ୍ଥିତିରେ କର୍ମଚାରୀ ମାନେ କିପରି ସତର୍କ ରହିବେ ଏବଂ ତରଳ ଅମ୍ଳଜାନ କ୍ଷରଣ ଜନିତ ଦୁର୍ଘଟଣାରୁ ରକ୍ଷା ପାଇବା କୌଶଳକୁ ଇମ୍ଫା କର୍ମଚାରୀ ମାନେ ମକଡ୍ରିଲ ମାଧ୍ଯମରେ ପ୍ରଦର୍ଶିତ କରିଥିଲେ । ଏହାକୁ ଉପସ୍ଥିତ ଅତିଥି ବୃନ୍ଦ ଇମ୍ଫା କର୍ମଚାରୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଇମ୍ଫାର ଉପ-ସଭାପତି (ନିର୍ମାଣ) ଶ୍ରୀ କେ ଭି ରାଓ ଯେ, କୌଣସି ଦୁର୍ଘଟଣାକୁ ଏଡାଇବା ପାଇଁ କାରଖାନା ତରଫରୁ ସମସ୍ତ ପ୍ରକାର କୌଶଳ ପ୍ରୟୋଗ କରାଯାଉଥିବା ପ୍ରକାଶ କରିଥିଲେ । ଏହି ଅବସରରେ ସମସ୍ତ ଟିମର ଲିଡର ମାନେ ଆୟୋଜନ ହୋଇଥିବା ମକଡ୍ରିଲରେ ନିଜ ନିଜର ଦାୟିତ୍ବ ଓ କର୍ତ୍ତବ୍ଯ ସମ୍ପର୍କରେ ଅତିଥି ମାନଙ୍କୁ ବୁଝାଇଥିଲେ । ଆୟୋଜନ ହୋଇଥିବା ମକଡ୍ରିଲ୍ ପରିଚାଳନା ଉପଯୁକ୍ତ ସମୟରେ, ଠିକ୍ ଭାବରେ, ଠିକ୍ ସମୟରେ ହୋଇ ଥିବାରୁ ଉପସ୍ଥିତ ଅତିଥି ବୃନ୍ଦ ଭୂୟଷୀ ପ୍ରସଂଶା କରିଥିଲେ । ଏହି କାର୍ଯ୍ଯକ୍ରମରେ ଥେରୁବାଲି ଇମ୍ଫାର ମୁଖ୍ଯ ଶ୍ରୀ କେ ଭି ରାଓ ଉପସ୍ଥିତ ଅତିଥି ମାନଙ୍କର ମାର୍ଗ ଦର୍ଶନକୁ ମାନି କାମ କଲେ ସମସ୍ତେ ସୁରକ୍ଷୀତ ହୋଇ ହସ ଖୁସିରେ ଜୀବନ ଯାପନ କରିବା ସହ ଧନ ଜୀବନ ନଷ୍ଟ ହେବାରୁ ବଞ୍ଚାଇ ପାରିବା ବୋଲି କହିଥିଲେ । ଶେଷରେ ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ଉପ ମହାପ୍ରବନ୍ଧକ ଶ୍ରୀ କଲୋଲ କୁମାର ନାୟକ ଉପସ୍ଥିତ ଥିବା ଅତିଥି ଓ କର୍ମଚାରୀ ମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

0
0
0
s2sdefault