ବଲାଙ୍ଗିର(ନିରୋଜ ମିଶ୍ର) - ଦିନକୁ ଦିନ ଦେଶରେ ବେରୋଜଗାରଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋଦି ସରକାରଙ୍କ କେନ୍ଦ୍ର କ୍ଷମତାକୁ ଆସିବା ପରେ ଦେଶରେ ବେରୋଜଗାରି ସବୁ ରେକର୍ଡ ଭାଙ୍ଗିଛି । ବର୍ଷକୁ ଦୁଇ କୋଟି ରୋଜଗାର ସୃଷ୍ଟି କରିବା ପ୍ରତିସୃତି ଦେଇ କ୍ଷମତାକୁ ଆସିଥିବା ମୋଦି ସରକାର ଯୁବକ ଯୁବତିଙ୍କୁ ରୋଜଗାର ଦେବାରେ କ୍ରମାଗତ ଭାବେ ବିଫଳ ହୋଇଛି । ଏଭଳି ସ୍ଥିତିରେ ଓଲୋଟା ଖୋଦ ପ୍ରଧାନମନ୍ତ୍ରୀ ଚା ଦୋକାନ ପକୁଡି ଦୋକାନ କରିବା ମଧ୍ୟ ରୋଜଗାର ଭଳି ଲଜ୍ଜ୍ୟାଜନକ ମନ୍ତବ୍ୟ ଦେଉଛନ୍ତି । ତେବେ ଦେଶରେ ହୁ ହୁ ହୋଇ ବଢୁଥିବା ଏହି ବେରୋଜଗାରି ର ବିରୋଧ ପୁର୍ବକ ଜିଲ୍ଲା ଛାତ୍ର କଂଗ୍ରେସ ରାଷ୍ଟି୍ରୟ ବେରୋଜଗାର ଦିବସ ରୁପେ ପାଳନ କରିଥିବା ଦଳ ତରଫରୁ କୁହାଯାଇଛି । ଆହୁରି , ଆଜି ମୋଦିଜୀଙ୍କ ଜନ୍ମ ଦିନକୁ ଅଖିଳ ଭାରତିୟ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଦେଶରେ ବଢୁଥିବା ବେରୋଜଗାରି ଓ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦେଶର ଯୁବକ ଯୁବତୀଙ୍କୁ ରୋଜଗାର ପାଇଁ ବର୍ଷ ବର୍ଷ ଧରି ଭୁଆଁ ବୁଲା ନିତି କୁ ବିରୋଧ କରି ଆଜି ମୋଦିଜୀଙ୍କ ଜନ୍ମ ଦିନକୁ ରାଷ୍ଟ୍ରିୟ ବେରୋଜଗାର ଦିବସ ରୁପେ ପାଳନ କରାଯାଇଛି ବୋଲି ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର ସୁଚନା ଦେଇଛନ୍ତି ।
ଆଜି ସକାଳୁ ଛାତ୍ର କଂଗ୍ରେସ ର ବିଭୀନ୍ନ ସଦସ୍ୟ ସହିତ କଂଗ୍ରେସ ଦଳର ନେତାମାନେ ସ୍ଥାନିୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ଜୁଟ ହୋଇଥିଲେ । ମୋଦିଜୀଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ ପୁର୍ବକ ରାସ୍ତା କଡରେ ପକୁଡି ଛାଣି, ଯାତାୟତ କରୁଥିବା ଲୋକଙ୍କୁ ବଣ୍ଟନ କରିଥିଲେ । ତେବେ ଯୁବ୍ର କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର ନେତୃତ୍ୱରେ ଅୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପ-ସଭାପତି ମନିଷ ମିଶ୍ର, ସନ୍ତକ ବହିଦାର,କିସାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଛାତ୍ର ସଭାପତି ଅଙ୍କିତ ସାହୁ, ସଞ୍ଜୟ ମିଶ୍ର, ଜୁଲୁ ପଟ୍ଟନାୟକ, ବ୍ୟାସଦେବ ନନ୍ଦ ,ଅବିନାଶ ପ୍ରସାଦ ସାଏ, ଅଶ୍ୱିନୀ ରାଉତ, େିତେନ୍ଦ୍ର ନାଏକ, ଟୁଲୁ ସେନ, ଗୌରବ ଶର୍ମା, ଅଞ୍ଚଳ ପଣ୍ଡା, ଅମୀ୍ୟ ବଗର୍ତ୍ତୀ, ସୁଜିତ କୁମ୍ଭାର, ଅମୁଲ୍ୟ ସେଠ, ବ୍ରଜ ସେଠୀ, ସାଇନା ବେଗମ, ବବିତା ସହୁ, ଗୋବିନ୍ଦ ଜାଲ, ବନମାଲି ସାହୁ ଓ ଗୌରବ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ ।
ରାଜ୍ୟ
ମୋଦିଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ରୁପେ ପାଳିଲା ଜିଲ୍ଲା ଯୁବ କଂଗ୍ରେସ
- Hits: 330











