କେନ୍ଦୁଝର,ତା୩/୧୧- ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଜିଲ୍ଲା କ୍ରୀଡ଼ା ସଂସ୍ଥା ସାଧାରଣ ସମ୍ପାଦକ ଡ଼. ଜନାର୍ଦନ ଦାଶଙ୍କ ପରଲୋକ ହୋଇଯାଇଛି। ଗତ ଦୁଇ ତିନି ଦିନ ଧରି ଗ୍ୟାସ ଜନିତ ରୋଗରେ ପୀଡିତ ଥିଲେ, ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ବନଲତା, ପୁତ୍ର ଜନବନ, ଜବ୍ରୁବନ, କନ୍ୟା ଜିନବୀନ, ପୁତ୍ରବଧୂ, ଜାମାତା ନାତି ନାତୁଣୀ ସମ୍ପର୍କୀୟ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲା କ୍ରୀଡ଼ା ସଂସ୍ଥାର ସାଧାରଣ ସମ୍ପାଦକ ଭାବେ ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ କାର୍ଯ୍ୟ କରି ଜିଲ୍ଲାରେ କ୍ରୀଡ଼ାର ବିକାଶରେ ଉଲ୍ଲେଖନୀୟ ବଳିଷ୍ଠ ଅବଦାନ ସୃଷ୍ଟି କରିଥିଲେ। ଜଣେ ଅବସରପ୍ରାପ୍ତ ଭୁତତ୍ତ୍ୱବିତ ହେବା ସହିତ ରାଜ୍ୟ ଅଲିମ୍ପିକ ଆସୋସିଏସନ, ତୀରନ୍ଦାଜ ସଙ୍ଘ, ଫୁଟବଲ ସଙ୍ଘ, ଖୋଖୋ ସଙ୍ଘ, କବାଡ଼ି ସଙ୍ଘ, ଥ୍ରୋ ବଲ ସଙ୍ଘ, ଆଥଲେଟିକ ସଙ୍ଘର ରାଜ୍ୟ ଉପସଭାପତି ଭାବେ ଦୀର୍ଘ ଦିନ ବ୍ୟାପୀ କାର୍ଯ୍ୟରତ ଥାଇ ବହୁ ପ୍ରତିଭା ସୃଷ୍ଟିର ମାର୍ଗ ପାଲଟି ଯାଇଥିଲେ। ଶେଷ ପର୍ଯ୍ୟନ୍ତ ସକ୍ରିୟତାରେ କ୍ରୀଡାର ବିକାଶ ପାଇଁ କାର୍ଯ୍ୟ କରୁଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି, ମରଶରୀର କେନ୍ଦୁଝର ଷ୍ଟାଡିଅମରେ ପହଞ୍ଚିବା ପରେ ରାଜ୍ୟ ଓଏଏ, ଓସିଏ ଏବଂ ଫାଓର କର୍ମକର୍ତ୍ତା ଅଭିଜିତ ପାଲ, ଧୀରେନ ପଲେଇ , ରାଜ୍ୟ ଆସୋସିଏସନ ପକ୍ଷରୁ ସଂଘ ପତାକା ଘୋଡାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଏକ କ୍ରୀଡା ଯୁଗର ଅବସାନ ଘଟିଲା ବୋଲି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗ୍ରୀଭାନ୍ସ ସେଲ ଅଧିକାରୀ ଇଂ ହିମାଂଶୁ ଶେଖର ସାହୁ, ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରୀଡ଼ା କୋଚ ଜିତେନ୍ଦ୍ର ମହାକୁଡ, ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ , କ୍ରୀଡା ସଂସ୍ଥା କର୍ମକର୍ତା ସୁରେଶ ପଟନାୟକ ,ସରୋଜ ରଣା ,ସଂଗ୍ରାମ ପଟ୍ଟନାୟକ ,ରବିନ୍ଦ୍ର କୁମାର ପାଢୀ, ଗିରିଶ ହୋତା , ସନାତନ ବେହେରା,ପ୍ରଶାନ୍ତ ସାହୁ , ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର , ଉପନଗରପାଳ ବରଦା ଦାସ , ଜିଲ୍ଲା ରେଡକ୍ରସ ଯୁଗ୍ମସମ୍ପାଦକ ଏ ଆର ଖାନ ,ଭାଜପା ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ,ଦିଲୀପ ପଣ୍ଡା , ଓକିଲ ସଂଘ ସଭାପତି ଆଲୋକ ମହାନ୍ତ , ବରିଷ୍ଠ ନାଗରିକ ରମାନାରାୟଣ ଦ୍ଵିବେଦୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ବାସସ୍ଥାନ ବଡଶାସନରେ ମଧ୍ୟ ବହୁ ନରନାରୀ ଜନସାଧାରଣ ଶେଷ ଦର୍ଶନ କରିଥିଲେ। ସ୍ଥାନୀୟ କିମିରିଡୋଲୀ ଆଦର୍ଶ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
ରାଜ୍ୟ
କେନ୍ଦୁଝର ଜିଲ୍ଲା କ୍ରୀଡ଼ା ସଂସ୍ଥା ସମ୍ପାଦକ ଜନାର୍ଦ୍ଦନ ଦାଶଙ୍କ ବିୟୋଗ।
- Hits: 10
 






 




 