ହେଡଲାଇନସ୍:

ବିଜେପୁର ରେ ପଶ୍ଚିମ ଓଡିଶା ର ପ୍ରସିଦ୍ଧ ଅନନ୍ତ ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବିଜେପୁର(ଶାସକପ୍ରଶାସକ) -ବରଗଡ଼ ଜିଲ୍ଳା ବିଜେପୁର ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅନନ୍ତ ମହୋତ୍ସବ ପାଇଁ ଆଜି ବିଜେପୁର ମଧ୍ୟ ପଡ଼ା ଠାରେ ଶୁଭ ସ୍ତଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସଦସ୍ୟ ଜିତେନ୍ଦ୍ରିୟ ମେହେର କର୍ତା ଦାୟିତ୍ୱ ସମ୍ପାଦନ କରିଥିବା ବେଳେ କିଶୋର ଚନ୍ଦ୍ର ପୁଜାରି ପୁରୋହିତ କର୍ମ ତୁଳାଇ ଥିଲେ । ପୂଜା କାର୍ଯ୍ୟ ସମୟରେ ଘଣ୍ଟ ,ଶଙ୍ଖ,ହରିବୋଲ, ହୁଲ ହୁଲି ରେ ଏକ ଭାବ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା । ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅନନ୍ତ ମହୋତ୍ସବ ଆଗାମୀ ୧୯ .୦୯.୨୦୨୧ ରୁ ୨୧.୦୯ ୨୦୨୧ ତିନି ଦିନ ବ୍ୟାପି ରାଜ୍ୟ ସରକାରଙ୍କ କୋବିଡ଼ କଟକଣା ମଧ୍ୟରେ ପାଳିତ ହେବ । ଏହି ଶୁଭ ସ୍ତମ୍ଭ କାର୍ଯ୍ୟକ୍ରମ ରେ ବ୍ରତ ଧାରୀ ଘୁଡୁକୁ ମେହେର ,ଅଭିମନ୍ୟୁ ମେହେର, ଅଭି ମେହେର , ସୁବଳ ମେହେର ,ଭୁବନେଶ୍ୱର ମେହେର , ଆକାଶ ମେହେର , ଅନନ୍ତ ମେହେର ,ପବି ମେହେର , ଗୋପାଳ ମେହେର , ମୂରଲୀ ମେହେର ,ସନ୍ତୋଷ ମେହେର , ସ୍ୱେତ ମେହେର ପ୍ରମୁଖ ସମସ୍ତ ସଭ୍ୟ ଉପସ୍ଥିତ ରହି ଅନନ୍ତ ନାରାୟଣ ପ୍ରଭୁଙ୍କ ବିଭୁ କୃପା ଲାଭ କରିଥିଲେ ।

0
0
0
s2sdefault