ସୁନ୍ଦରଗଡ (ଶାସକ ପ୍ରଶାସକ) : ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ତୃତୀୟ ଦିନରେ ବିପିୟୁଟି କ୍ୟାମ୍ପସ୍ ପରିସରରେ ନିର୍ମାଣାଧୀନଥିବା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ର ସମୀକ୍ଷା କରିଥିଲୋ ଧାର୍ଯ୍ୟ ସମୟସୀମା ମଧ୍ୟରେ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ସାରିବାକୁ ମନ୍ତ୍ରୀ ଶ୍ରୀ ବେହେରା ହକି ଓଡ଼ିଶା ପ୍ରମୋସନ୍ କାଉନ୍ସିଲର ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ତିର୍କୀ, ଇଡ୍କୋର ବରିଷ୍ଠ ଅଧିକାରୀ, କାର୍ଯ୍ୟଭାର ନେଇଥିବା ସଂସ୍ଥାର ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ରାଉରକେଲାଠାରେ ଷ୍ଟାଡିୟମ୍ ନିର୍ମାଣ ହେଲେ ଏହା ଭୁବନେଶ୍ୱର ପରେ ରାଜ୍ୟର ଅନ୍ୟ ଏକ ବୃହତ୍ ହକି ଷ୍ଟାଡିୟମ୍ ଭାବେ ପରିଗଣିତ ହେବା ୨୦୨୩ ବିଶ୍ୱକପ୍ ପରିପ୍ରେକ୍ଷୀରେ ଏହି ଷ୍ଟାଡିୟମ୍ ବେଶ୍ ଗୁରୁତ୍ୱ ବହନ କରୁଛିା ଏହି ଷ୍ଟାଡିୟମ୍ ନିକଟ ଭବିଷ୍ୟତରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବ ପାଲଟିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲୋ ଏହି ଅବସରରେ ମନ୍ତ୍ରୀ ସେଠାରେ ହକି ଖେଳାଳୀ ଏବଂ କ୍ରୀଡ଼ା ସଂଗଠକଙ୍କ ସହ ଆଲୋଚନା କରିଥିଲୋ
ଆଜି ମନ୍ତ୍ରୀ ଶ୍ରୀ ବେହେରା ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ଗସ୍ତ କରି ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିଥିଲୋ ଏଥି ସହିତ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ସ୍ମାର୍ଟ ହେଲଥ୍ କାର୍ଡ ପ୍ରଚଳନ ସହ ନୂଆ ରୂପରେ ଲାଗୁ ହେଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ବୁଝାଇଥିଲୋ
ପୂର୍ବରୁ ଚିକିତ୍ସା ପାଇଁ ଗରିବ ଲୋକଟି ପଇସା ପାଇଁ ଅନ୍ୟ ପାଖରେ ହାତ ପତାଇବା ଅବା ଗହଣା ବିକିବା ଭଳି ଯେଉଁ ସମସ୍ୟା ସୃଷ୍ଟି ହେଉଥିଲା ତାହା ଆଉ ହେବ ନାହିାଁ ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଦେଶର ୨୦୦ଟି ବଡ଼ ବଡ଼ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲୋ ଏହି କାର୍ଡ ବଣ୍ଟନ ବେଳେ ଖଦି ବୋର୍ଡ ସଭାପତି ସଂଗ୍ରାମ ପାଇକରାୟ ଉପସ୍ଥିତ ଥିଲେ |
ରାଜ୍ୟ
ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସହ ବିପିୟୁଟି ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ
- Hits: 340











