ହେଡଲାଇନସ୍:

ପିଡିଏସ ଚାଉଲ ନ ଦେବାରୁ ଯୋଗାଣ ସହାୟକଙ୍କୁ ଘେରିଲେ ଗ୍ରାମବାସୀ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ଏ ଭିତରେ ପାଳିତ ହୋଇଯାଇଛି ଏବର୍ଷ ମରୁଡ଼ି ପରିସ୍ଥିତି ଥିଲେ ମଧ୍ୟ ପରମ୍ପରା ଅନୁଯାୟୀ ଲୋକେ ନୂଆଁଖାଇ ପାଳନ କରିଛନ୍ତି । ନୂଆଁଖାଇ ଆଗରୁ ସରକାର ଙ୍କ ତରଫରୁ ୩ମାସର ମାଗଣା ଚାଉଳ ସମସ୍ତ ହିତାଧିକାରୀ ଙ୍କ ପାଇଁ ଯୋଗାଇ ଦିଆଯାଇଛି କିନ୍ତୁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ପଞ୍ଚାୟତ ର ସର୍ଗିବାହାଲ ଗ୍ରାମର ହିତାଧୀକାରୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ଚାଉଳ ଦିଆ ଯାଇନାହିଁ । ଯାହା ବିରୋଧରେ ଆଜି ସର୍ଗିବାହାଲ ଗ୍ରାମବାସୀ ଏକ ହୋଇ ପଞ୍ଚାୟତ ଅଫିସ୍ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଯୋଗାଣ ସହାୟକ ଙ୍କୁ ଘେରିଲେ । ଆସନ୍ତା ୪-୫ ଦିନ ମଧ୍ୟରେ ସର୍ଗିବାହାଲ ଗ୍ରାମବାସୀ ଙ୍କୁ ବକେୟା ଥିବା ୩ ମାସର ଚାଉଳ ଦିଆ ହେବ ବୋଲି ପ୍ରତିଶୃତି ଦେଲାପରେ ଗ୍ରାମବାସୀ ଶାନ୍ତ ହେଇଥିଲେ । ଏ ବିଷୟରେ ଯୋଗାଣ ଅଧିକାରୀ ଙ୍କୁ ଫୋନ ଯୋଗେ ପଚାରିବାରୁ ଗତ ମାସ ୨୦ପ୍ରତିଶତ କମ ଚାଉଳ ଦିଆଯାଇଥିବା ସ୍ବିକାର କରିଥିଲେ ଓ ଦିନେ ଦୁଇ ଦିନ ମଧ୍ୟରେ ଚାଉଳ ଦେଇ ଦିଆହେବ ବୋଲି କହିଥିଲେ । ଯଦି ସରକାର ଲୋକଙ୍କୁ ଆଗୁଆ ଚାଉଲ ଦେଉଛନ୍ତି ତେବେ ଯୋଗାଣ ସହାୟକ ଲୋକଙ୍କୁ କାହିଁକି ଚାଉଲ ବାଣ୍ଟୁ ନାହାଁନ୍ତି ତାହା ପ୍ରଶ୍ନବାଚୀ ।

0
0
0
s2sdefault