ହେଡଲାଇନସ୍:

ସୋନାଲି ଖାନ୍ନା କୋକା-କୋଲା ଇଣ୍ଡିଆ ଓ ଦକ୍ଷିଣ ପଶ୍ଚିମ ଏସିଆ ପାଇଁ ଉପସଭାପତି ଓ ଜେନେରାଲ କାଉନସେଲ ନିଯୁକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ: କୋକା-କୋଲା ଇଣ୍ଡିଆ ସୋନାଲି ଖାନ୍ନାଙ୍କୁ କୋକା-କୋଲା ଇଣ୍ଡିଆ ଓ ଦକ୍ଷିଣ ପଶ୍ଚିମ ଏସିଆ ପାଇଁ ଉପ ସଭାପତି ଓ ଜେନେରାଲ କାଉନସେଲ ଭାବେ ନିଯୁକ୍ତି ଦେଇଛି । ସୋନାଲି ଉକ୍ତ ପଦବୀରେ ପୂର୍ବରୁ ଥିବା ଅଞ୍ଜୁଲି କେଲୋଟ୍ରାଙ୍କ ସ୍ଥାନ ନେଉଥିବାବେଳେ ଅଞ୍ଜୁଲିଙ୍କୁ ବିଶ୍ୱସ୍ତରୀୟ ଦାୟିତ୍ୱ ଦିଆଯାଇଛି ।
ଏହି ଅଞ୍ଚଳ ପାଇଁ ସୋନାଲି କୋକା-କୋଲାର ନେତୃତ୍ୱରେ ଏକ ନୂଆ ଯୋଗ ହୋଇଛନ୍ତି ଏବଂ ସେ କମ୍ପାନୀର ଲକ୍ଷ୍ୟଭିତ୍ତିକ ଆଭିମୁଖ୍ୟକୁ ଅଧିକ ଆଗକୁ ବଢାଇବେ । ନୂତନ ଢାଞ୍ଚା ଏଭଳି ଡିଜାଇନ କରାଯାଇଛି ଯାହା ନୂତନ ସୁଯୋଗରୁ ଫାଇଦା ଉଠାଇବା ସହିତ ପ୍ରତିଭାର ବିକାଶକୁ ନିରନ୍ତର ବଜାୟ ରଖି ଭାରତ ଓ ଦକ୍ଷିଣ ପଶ୍ଚିମ ଏସିଆ ବ୍ୟବସାୟକୁ କୋକା-କୋଲା କମ୍ପାନୀର ଅଭିବୃଦ୍ଧି ଇଞ୍ଜିନ ଭାବରେ ଗଢିତୋଳିବ ।
ସୋନାଲିଙ୍କର ହିନ୍ଦୁସ୍ତାନ କୋକା-କୋଲା ବେଭରେଜେସ, ଜିଏସକେ କଞ୍ଜୁମର, ହୁ୍ୟଗ୍‍ଓ ନେଟୱର୍କ ସିଷ୍ଟମ୍ସ ଭଳି ସୁପରିଚିତ ଏଫଏମସିଜି ଏବଂ ସାଟେଲାଇଟ ଯୋଗାଯୋଗ ଓ ପ୍ରଯୁକ୍ତି କମ୍ପାନୀରେ ବିବିଧ କ୍ଷେତ୍ରରେ ବହୁବିଧ ଭୂମିକାରେ ୨୪ ବର୍ଷ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି ।
ସୋନାଲି କୌଶଳାତ୍ମକ ଆଇନଗତ ସହାୟତା ଉପରେ ଦୃଷ୍ଟିନିବଦ୍ଧ କରି ଅପରେଟିଂ ୟୁନିଟ (ଓୟୁ) ସମ୍ପର୍କିତ ସମସ୍ତ ଆଇନଗତ ପ୍ରସଙ୍ଗ ଉପରେ ଅନ୍ତର୍ଦୃଷ୍ଟି ଏବଂ ନେତୃତ୍ୱ ପ୍ରଦାନ କରିବା ସହିତ ବ୍ୟବସାୟିକ ପରାମର୍ଶ ଓ ସମାଧାନ ଯୋଗାଇବା ଦାୟିତ୍ୱ ନିର୍ବାହ କରିବେ । ସେ କୋକା-କୋଲାର ବିଶ୍ୱସ୍ତରୀୟ ଆଇନଗତ ବୃତ୍ତିଧାରୀଙ୍କ ନେଟୱର୍କ ସମେତ ବିବିଧ ସହଭାଗୀ ଓ କମ୍ପାନୀର ସମୁଦାୟ ଉଦ୍ୟୋଗରେ ଥିବା ସହକର୍ମୀଙ୍କ ସହିତ ସକ୍ରିୟ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବେ ।
ଏହି ନିଯୁକ୍ତି ସମ୍ପର୍କରେ ପ୍ରକାଶ କରି ଭାରତ ଓ ଦକ୍ଷିଣ ପଶ୍ଚିମ ଏସିଆ ପାଇଁ ଥିବା ସଭାପତି ସଙ୍କେତ ରାୟ କହିଛନ୍ତି, ଏକ ମଜଭୁତ ଓ ସ୍ଥାୟୀ ଭବିଷ୍ୟତ ଅଭିବୃଦ୍ଧି ଏବଂ ବିକାଶଶୀଳ ବ୍ୟବସାୟ ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ନେତୃତ୍ୱ ପ୍ରଦାନକାରୀ ଗୋଷ୍ଠୀ କୁ ସୁଦୃଢ କରିବାକୁ ଆମର ନିରନ୍ତର ପ୍ରୟାସ ରହିଆସିଛି । ଏହି ଚମକ୍ରାର ଯାତ୍ରାରେ ସାମିଲ ହେବାକୁ ସୋନାଲିଙ୍କୁ ମୁଁ ସ୍ୱାଗତ କରି ଆନନ୍ଦ ଅନୁଭବ କରୁଛି । ସୋନାଲିଙ୍କର କୌଶଳାତ୍ମକ ଆଇନଗତ ସହାୟତା କ୍ଷେତ୍ରରେ ସମୃଦ୍ଧ ଅଭିଜ୍ଞତା ରହିଛି ଏବଂ ତାଙ୍କର ଅବଦାନ ଆମର ଯାତ୍ରାକୁ ଅଧିକ ସୁଦୃଢ ଏବଂ ଏକ ବ୍ୟବସ୍ଥା ଭାବରେ ସମ୍ମିଳିତ ଭାବରେ ଅଗ୍ରସର ହେବା ଦିଗରେ ସହାୟକ ହେବ ।
ପୂର୍ବରୁ ସୋନାଲି ଗୁଡୟିଅର ଇଣ୍ଡିଆ ଲିମିଟେଡରେ ଲିଗାଲ, କମ୍ପ୍ଲାଏନ୍ସର ମୁଖ୍ୟ ଏବଂ କମ୍ପାନୀ ସେକ୍ରେଟାରୀ ଭାବରେ କାର୍ଯ୍ୟ କରିଛନ୍ତି । ସୋନାଲି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀରାମ କଲେଜ ଅଫ କମର୍ସରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ, ଆଇସିଏସଆଇରୁ କମ୍ପାନୀ ସେକ୍ରେଟାରୀ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲ ବି ଡିଗ୍ରୀ ହାସଲ କରିଛନ୍ତି ।

0
0
0
s2sdefault